• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପାଠପଢ଼ି ଉଚ୍ଚ ଶିକ୍ଷିତ ହେବା ପରେ ମଧ୍ୟ ମିଳୁନି ଚାକିରି । ବେକାରୀ ହୋଇ ରହୁଛନ୍ତି ଅନେକ ପିଲା । ଏପରିକି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ମଧ୍ୟ ସେପରି କିଛି ସୁଯୋଗ ମିଳୁନି । ଆଉ ଇଞ୍ଜିନିୟରଙ୍କ କଥା ନକହିବା ହିଁ ଭଲ । କାରଣ ବର୍ତ୍ତମାନ ସମୟରେ ହଜାର ହଜାର ପିଲା ଇଞ୍ଜିନିୟରିଂ କରିବା ପରେ ମଧ୍ୟ ବେକାର ହୋଇ ଘରେ ବସି ରହୁଛନ୍ତି । ଯାହାଫଳରେ ଚାକିରି ସମସ୍ୟା ଲଗି ରହୁଛି ।

ବର୍ତ୍ତମାନ ସେହିପରି ଏକ ଚିତ୍ର ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯୁବକ-ଯୁବତୀମାନେ ଚାକିରିଟିଏ ପାଇବାକୁ କେତେ ଯେ ସଂଘର୍ଷ କରୁଛନ୍ତି ତାହା ଦେଖିବାକୁ ମିଳୁଛି । ଜଣେ କି ଦୁଇ ଜଣ ନୁହେଁ, ଏକାବେଳେ ପ୍ରାୟ ୩ ହଜାର ଇଞ୍ଜିନିୟରିଂ ଛାତ୍ର ଚାକିରି ପାଇଁ ଏକାଠି ହୋଇଛନ୍ତି । ପୁଣେର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏକ କମ୍ପାନୀରେ ୱାକ-ଇନ୍ ଡ୍ରାଇଭରେ ମାତ୍ର ଗୋଟିଏ ପୋଷ୍ଟ ପାଇଁ ବହୁ ଇଞ୍ଜିନିୟର ଯୁବକ ଯୁବତୀ ଆବେଦନ କରୁଛନ୍ତି ।

ପୁଣେର ହିଞ୍ଜିୱାଡିକୁ ଆଇଟି ହବ୍ ଭାବେ କୁହାଯାଏ । ହିଞ୍ଜୱାଡିରେ ଅନେକ ଆଇଟି କମ୍ପାନୀ ରହିଛି । ଏଠାକୁ ଚାକିରି ପାଇବା ଆଶାରେ ପ୍ରତ୍ୟେକ ଦିନ ଶହ ଶହ ଇଞ୍ଜିନିୟର ଆସିଥା’ନ୍ତି । ସେଠାରେ ଏକ କମ୍ପାନୀ ନିଯୁକ୍ତି ଦେବା ନେଇ ୱାଲ୍-ଇନ୍ ଡ୍ରାଇଭ୍ ଆୟୋଜନ କରିଥିଲା । ଆଉ ସେହି କମ୍ପାନୀରେ ଚାକିରିଟିଏ ପାଇବା ପାଇଁ ହଜାର ହଜାର ଇଞ୍ଜିନିୟର ଏକାଠି ହୋଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା ।

ଭିଡିଓରେ ଦେଖିବାକୁ ମିଳୁଛି ଆଇଟି କମ୍ପାନୀ ବାହାରେ ହଜାର ହଜାର ଆଶାୟୀଙ୍କ ଲମ୍ବା ଲାଇନ୍‌ ଲାଗିଛି । ହାତରେ ସିଭି ଓ ଡକ୍ୟୁମେଣ୍ଟ ଧରି ଛିଡ଼ା ହୋଇଛନ୍ତି ଆଶାୟୀ । ପୋଷ୍ଟରେ ଏହା ଲେଖାଯାଇଛି ଯେ, ମାତ୍ର ଗୋଟିଏ ଭ୍ୟାକେନ୍ସି ରହିଛି । ଜୁନିୟର ଇଞ୍ଜିନିୟର- ସଫ୍ଟୱେୟ ଡେଭ୍‌ଲପର ପାଇଁ ଏହି ପଦବୀ ସୃଷ୍ଟି ହୋଇଛି । ହେଲେ ଏହି ଗୋଟିଏ ପଦବୀ ପାଇଁ ପ୍ରାୟ ୨୯୦୦ରୁ ଅଧିକ ରିଜ୍ୟୁମ୍ ଦାଖଲ କରାଯାଇଛି ।