• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରତ୍ୟେକ ମଣିଷର ରୁଚି ରହିଛି । ଯାହା ଅନ୍ୟ ମଣିଷ ଠାରୁ ସମ୍ପୂର୍ଣ୍ଣ ଅଲଗା । ନିଜର ଖାଇବା, ରହିବା ଓ ପିନ୍ଧିବାକୁ ନେଇ ପ୍ରାୟ ସମସ୍ତେ ସଚେତନ ରହିଥାଆନ୍ତି । ପୋଷାକ କଥା କହିବାକୁ ଗଲେ ବଜାରରେ ଅନେକ ପ୍ରକାରର ଫ୍ୟାସନ ଡିଜାଇନର ଡ୍ରେସ୍‌ ମିଳୁଛି । ଯାହା ବର୍ତ୍ତମାନର ଯୁବପିଢ଼ିଙ୍କୁ ଅକର୍ଷିତ କରୁଛି ।

ଫ୍ୟାସନର କଥା କହିଲେ ଆପଣ ବିଭନ୍ନ ପ୍ରକାର ସାର୍ଟ, ଲେହେଙ୍ଗା, ଶାଢ଼ି ଓ ଅନେକ ଡିଜାଇନର ପୋଷାକ କିଣିଥିବେ ଏବଂ ପିନ୍ଧିବି ଥିବେ ନିଶ୍ଚୟ । ହେଲେ ଆପଣ କେବେ ଭାବିଛନ୍ତି କି ଫ୍ୟାସନ ପାଇଁ ଅଖାରେ ତିଆରି ପ୍ୟାଣ୍ଟ ପିନ୍ଧିବା କଥା ।

ହଁ ଆଜ୍ଞା ବଜାରରେ ବର୍ତ୍ତମାନ ଅଖାରେ ତିଆରି ପ୍ୟାଣ୍ଟ ମିଳୁଛି । ତାହାପୁଣି ଫ୍ୟାସନ ପାଇଁ । ସବୁଠାରୁ ବଡ଼ କଥା କ’ଣ ଜାଣିଛନ୍ତି, ଏହି ଅଖାରେ ତିଆରି ପ୍ୟାଣ୍ଟର ଦାମ୍‌ ୬୦ ହଜାର ଟଙ୍କା ଲେଖାଯାଇଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।

ଭିଡିଓଟିରେ ଅଖା ପ୍ୟାଣ୍ଟର ଡିଜାଇନ୍ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ପ୍ୟାଣ୍ଟର ଡିଜାଇନ୍‌ ସେତେ ଆକର୍ଷଣୀୟ ହୋଇନଥିବା ବେଳେ ପ୍ୟାଣ୍ଟର ଗୋଟିଏ ପଟରେ କିଛି ପ୍ରିଣ୍ଟ ରହିଛି । ପ୍ୟାଣ୍ଟର ଅଣ୍ଟାରେ ଏକ କଳା ଡୋର ରହିଥିବା ଦେଖିବକୁ ମିଳିଛି । ପ୍ୟାଣ୍ଟଟି ସେତେ ଡିଜାଇନ୍‌ ହୋଇନଥିବା ବେଳେ ଏହି ଆଖା ପ୍ୟାଣ୍ଟଟିର ଦାମ୍‌ କେବେ ବି ୬୦ ହଜାର ଟଙ୍କା ହୋଇନଥିବା ଅନୁମାନ କରାଯାଉଛି ।

ଜଣେ ବ୍ୟକ୍ତି ଏହି ଭିଡିଓଟିକୁ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯହା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେଉଛି । ଅନେକ ଦର୍ଶକ ଭିଡିଓଟିକୁ ଲାଇକ୍‌ କରିବା ସହ କମେଣ୍ଟ ବକ୍ସରେ ନିଜର ମତାମତ ମଧ୍ୟ ଜଣାଇଛନ୍ତି ।