• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସଜସଜ ଯାଇଛି ଅନ୍ତର୍ଜାତୀୟ ଯୋଗ ଦିବସ । ସୁସ୍ଥ ରହିବାକୁ ଗାଁ ଗାଁରେ ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ କରିଛନ୍ତି ଯୋଗ । ବୁଧବାର କେବଳ ଭାରତ ନୁହେଁ ବରଂ ପୂରା ବିଶ୍ୱରେ ୯ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଛି । ହେଲେ ଜାମ୍ମୁରେ ଯେମିତି ଭାବରେ ଯୋଗ ଦିବସ ପାଳନ କରାଯାଇଛି ତାହାକୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା । କାରଣ ଏଠାରେ ମଣିଷର ନୁହେଁ ବରଂ ସେନା କୁକୁରର ଯୋଗ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଦେଖନ୍ତୁ ଏହି ଭିଡିଓ...

 

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କି ଜମ୍ମୁ-କଶ୍ମୀରର ଉଧମପୁରର ପ୍ରନୁ କ୍ୟାମ୍ପରେ ଭାରତ-ତିବ୍ଦତ ସୀମା ପୁଲିସ (ଆଇଟିବିପି)ର ଏକ ପ୍ରଶିକ୍ଷିତ କୁକୁର ଆଇଟିବିପି ଯବାନଙ୍କ ସହ ମିଶି ବେଶ୍‌ ଆକର୍ଷଣୀୟ ଢଙ୍ଗରେ ଯୋଗ କରୁଛି । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା । ଆଉ ଏହି କୁକୁର ଯୋଗ କରୁଥିବାର ଭିଡିଓ ଭାଇରାଲ ହେବା ସହ ଲୋକମାନେ ଏହାକୁ ଖୁବ ପସନ୍ଦ ବି କରୁଛନ୍ତି । ଏହି ଭିଡିଓକୁ ଏଏନଆଇ ନ୍ୟୁଜ୍ ଏଜେନ୍ସି ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରିଛି, ଯାହାକୁ ଏପର୍ଯ୍ୟନ୍ତ ଲକ୍ଷେରୁ ଅଧିକ ଲୋକ ଦେଖି ସାରିଲେଣି ।

ଯୋଗ ଓ ଧ୍ୟାନର ଉପକାରିତା ବିଷୟରେ ସମଗ୍ର ବିଶ୍ୱରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଚଳିତ ବର୍ଷର ଥିମ୍ ରହିଥିଲା ‘ବସୁଧୈବ କୁଟୁମ୍ବକମ୍ ପାଇଁ ଯୋଗ’ । ବସୁଧୈବ କୁଟୁମ୍ବକମ୍ ର ଅର୍ଥ ହେଉଛି ପୃଥିବୀ ହେଉଛି ଏକ ପରିବାର। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମଗ୍ର ଦେଶରେ ଯୋଗର ବିଭିନ୍ନ ରୂପ ଦେଖିବାକୁ ମିଳିଛି । ମୋଟ୍‌ ଉପରେ ଯବାନଙ୍କ ସହ ମିଶି ଯେମିତି କୁକୁର ଯୋଗ କରୁଛି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା ।