Advertisment

ଛୁଆ ଦେହରେ ପ୍ରାଣ ନାହିଁ : ମାଆ ହାତୀର ମନ ମାନୁନି...ଦେଖନ୍ତୁ ଏହି ଭିଡିଓ

ମାଆ ଆଖି ସାମ୍ନାରେ ମରିଗଲା ଛୁଆ ହାତୀ । ଜୀବନ ବଂଚାଇବାକୁ ଚିତ୍କାର କରି କାନ୍ଦୁଥିଲା ମାଆ ହାତୀ...୨ କିମି ପର୍ଯ୍ୟନ୍ତ ଟାଣିନେଇ ନଈରେ ପକାଇଲା । ହେଲେ ଛୁଆ ଉଠିଲାଣି । ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ ।

author-image
Sarbeswar
ଅଦ୍ୟତନ ହୋଇଛି
Elephant

Elephant

ମାଆ...ଏ ଶବ୍ଦ ହିଁ ଦୁନିଆର ସବୁଠୁ ପବିତ୍ର ଓ ସ୍ନେହଭରା । ପ୍ରତିଟି ପିଲା ଲାଗି ମାଆ ହେଉଛି ଜୀବନ୍ତ ଦେବୀ...ସେଇଥି ଲାଗି ତ କୁହାଯାଏ ମାଆ ପଣତ ଶ୍ରୀମନ୍ଦିର ନେତ । ଅର୍ଥାତ୍‌ ଶ୍ରୀମନ୍ଦିର ନେତ ଯେତେ ପବିତ୍ର, ମାଆର ପଣତ ବି ସେତିକି ପବିତ୍ର । ପିଲାଟିଏ ଜନ୍ମ ହେବା ଦିନଠୁ ବଡ଼ ପର୍ଯ୍ୟନ୍ତ ତାକୁ ଟିକିଏ ଆଘାତ ଲାଗିଲେ ମାଆର ଛାତି ଧଡଧଡ ହୁଏ । ଆଖିରୁ ଲୁହ ବାହାରେ...ଆଘାତ ଲାଗିଲେ ଯଦି ମାଆକୁ ଏତେ କଷ୍ଟ ଲାଗୁଥାଏ ତେବେ ଥରେ ଚିନ୍ତା କରନ୍ତୁ ତ ଗୋଟିଏ ମାଆ ସାମ୍ନାରେ ଯେବେ ତା’ ଛୁଆ ମରିଯାଏ ତାକୁ କେତେ କଷ୍ଟ ଲାଗୁଥିବ? 

Advertisment

ହଠାତ୍‌ ଏମିତି ଦୃଶ୍ୟ ଦେଖିବା ପରେ ଆପଣ ବି ଭାବୁଥିବେ କି...ପାଣିରେ ପଡିଥିବା ଛୁଆ ହାତୀକୁ ମାଆ ହାତୀ ଉଠେଇବାକୁ ଚେଷ୍ଟା କରୁଛି । ହେଲେ ପଙ୍କ ଅଧିକ ଥିବାରୁ ମାଆ ହାତୀ ଛୁଆ ହାତୀକୁ ଉଠାଇ ପାରୁନି । ସେଇଥି ଲାଗି ଏତେ ଜୋରରେ ରଡି ଛାଡୁଛି...ନା ଦର୍ଶକବନ୍ଧୁ...ତା ଛୁଆ ଏବେ ଉଠୁନି କି କେବେ ଉଠିବନି? କାରଣ ସେ ଚିରନିଦ୍ରାରେ ଶୋଇଯାଇଛି । ଯେଉଁ ଛୁଆକୁ ଛାତି ଚିରି କ୍ଷୀର ଖୁଆଇ ଥିଲା ଆଜି ତାହାରି ଆଖି ସାମ୍ନାରେ ଯେବେ ଛୁଆର ଜୀବନ ଚାଲିଯାଏ ସେ ମାଆ ସହିବ ବା କେମିତି?

ଛୁଆକୁ ହରେଇବା ପରେ ମାଆ ହାତୀ ଏମିତି ଚିତ୍କାର କରୁଛି ଦେଖିବା ପରେ ଆପଣଙ୍କ ଆଖିରେ ବି ଲୁହ ନିଶ୍ଚୟ ଜକାଇ ଆସିବ ଦର୍ଶକବନ୍ଧୁ । ଆଉ ଆପଣ ବି କହିବେ, ଭଗବାନ ସବୁ କରନ୍ତୁ...ହେଲେ ମାଆ ଆଗରୁ ଛୁଆକୁ କେବେ ଛଡେଇ ନନିଅନ୍ତୁ...ସୋସିଆଲ ମିଡିଆରେ ଏଇ ହୃଦୟସ୍ପର୍ଶୀ ଭିଡିଓଟି ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ଟୁଇଟ କରି ସେୟାର କରିଛନ୍ତି । ସେୟାର ହୋଇଥିବା ଭିଡିଓରୁ ଜଣାପଡିଛି କି ୩ ଦିନ ହେବ ଏକ ହାତୀ ଛୁଆ ମରି ଯାଇଛି । କିନ୍ତୁ ତାର ମା’ ତାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ । ସେ ତାର ଛୁଆକୁ ଘୋଷାଡ଼ି ଘୋଷାଡ଼ି ୨କିମି ପର୍ଯ୍ୟନ୍ତ ନଦୀ ପାଖକୁ ନେଇଯାଉଛି । ଆଉ ସେଠାରେ ତାକୁ ଜୀବିତ କରିବାକୁ ଚେଷ୍ଟାକରୁଛି । ଯେମିତି ମା’ ହାତୀ ତାର ଛୁଆକୁ କହୁଛି, ‘ଉଠ ଧନ ଉଠ… ତୋ ବିନା ମୁଁ କେମିତି ବଞ୍ଚିବି କହ ।’ ସତରେ ଏମିତି ଭିଡିଓ ଦେଖିବା ପରେ ମାଆର ମମତା କଣ ତାହାକୁ ବର୍ଣ୍ଣନା କରିବାର ଶବ୍ଦ କମ୍‌ ପଡୁଛି ।

Advertisment

Elephant Viral Video
Advertisment
Advertisment