/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691392171.jpg)
Viral Video
ବିଷକୁ ବି କାଟିପାରେ ବନ୍ଧନ । ସ୍ନେହ ଶ୍ରଦ୍ଧା ଆଗରେ ସବୁ କିଛି ପଡ଼ିପାରେ ବଳି । ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ସମସ୍ତଙ୍କୁ ଚକିତ କରୁଛି । ଦର୍ଶକଙ୍କୁ କିଛି ସମୟ ରହିଯିବାକୁ କହୁଛି । ଆଖି ଲାଖିଗଲା ପରି ଭାଇରାଲ ହେଉଥିବା ଏକ ଅବିଶ୍ୱସନୀୟ ଭିଡିଓକୁ ବିଶ୍ୱାସ କରିବାକୁ ବାଧ୍ୟ କରିଦେଉଛି ।
ଗତକାଲି ଅର୍ଥାତ୍ ଅଗଷ୍ଟ ୬ ତାରିଖ ରବିବାର ବିଶ୍ୱ ବନ୍ଧୁତ୍ୱ ଦିବସ ଯାଇଥିବାବେଳେ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଭିଡିଓଟିରେ ଯେଉଁ ଭଲପାଇବା ଦେଖିବାକୁ ମିଳୁଛି ତାହା ସତରେ ବିରଳ । ଯାହାକୁ ବର୍ଣ୍ଣନା କରିବାକୁ ହୁଏତ ଶବ୍ଦର ଅଭାବ ପଡ଼ିପାରେ । କାରଣ ଭିଡିଓଟିରେ ବନ୍ଧୁତା ଓ ଭଲପାଇବା ହଜାଇ ଦେଇଛି ନିଜର ଅସ୍ତିତ୍ୱ । ଏଠି ବିଷଧର ସାପ ହୋଇଯାଇଛି ସାଧାରଣ । ଆଉ ଏକ ନିରୀହ ଗାଈ ସହ ମିତ ବସିଛି ।
Difficult to explain. The trust gained through pure love 💕 pic.twitter.com/61NFsSBRLS
— Susanta Nanda (@susantananda3) August 3, 2023
ଭିଡିଓଟିରେ ସାପଟି ଭୟଙ୍କର ଦେଖାଯାଉଛି । ତା’ର ଫଣାକୁ ଗାଈ ଆଗରେ ଟେକି ଦେଇଛି । ହେଲେ ରାଗରେ ନୁହେଁ, କେବଳ ଭଲପାଇବାରେ ଗେଲ ହେଉଛନ୍ତି ଦୁଇ ଜଣ । ଖାଲି ସେତିକି ନୁହେଁ, ଗାଈଟି ମଧ୍ୟ ବିଷଧର ସାପଟିକୁ ସ୍ନେହ କରୁଛି । ସାପଟିର ଫଣାକୁ ତା’ର ଜିଭରେ ଚାଟି ଦେଉଛି । ଗାଈର ଭଲପାଇବା ଆଗରେ ସାପଟି ଯେମତି ତା’ର ପ୍ରକୃତିକୁ ଭୁଲିଯାଉଛି । ଅତି ସାଧାରଣ ଭବେ ତା’ ମୁହଁ ଆଗରେ ଶୋଇପଡ଼ୁଛି ।
ଏହି ଭିଡିଓଟି ଗତ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଉଥିବାବେଳେ ଟ୍ୱିଟରେ ଆଇଏଫ୍ଏସ୍ ଅଫିସର ସୁଶାନ୍ତ ନନ୍ଦ ସେୟାର କରିଛନ୍ତି । ଭିଡିଓ ସେୟାର କରି ସୁଶାନ୍ତ କ୍ୟାପସନରେ ଏହି ପ୍ରେମ ଓ ଭଲ ପାଇବାକୁ ବର୍ଣ୍ଣନା କରିବା କଷ୍ଟକର ବୋଲି ଲେଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)