/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692462282.jpg)
Viral Video
ଆଜିକାଲି ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ହେଲେ ଏହି କୁନି ପିଲାର ଭିଡିଓକୁ ନେଇ କିନ୍ତୁ ଭାରି ଚର୍ଚ୍ଚା । କାରଣ ସ୍କୁଲରେ ହେବାକୁ ଥିବା ପ୍ୟାରେଣ୍ଟ୍ସ ମିଟିଂ ପୂର୍ବରୁ ନିଜ ବାପା-ମାଆଙ୍କୁ ପାଠ ପଢାଉଛି । ସ୍କୁଲରେ ପିଟିଏମ୍ ମିଟିଂ ବା ପ୍ୟାରେଣ୍ଟ୍ସ ଟିଚର ମିଟିଂ କଥା ଶୁଣୁଶୁଣୁ ସବୁ ପିଲାଙ୍କ ମନରେ ସାଧାରଣତଃ ଭୟର ବାତାବରଣ ଖେଳିଯାଏ । କାରଣ ଏହି ମିଟିଂରେ ଶିକ୍ଷକମାନେ ପିଲାଙ୍କର ପୂରା କାହାଣୀ ବାପା-ମାଆଙ୍କ ସାମ୍ନାରେ ରଖନ୍ତି । ପିଲାମାନେ କେମିତି ପାଠ ପଢୁଛନ୍ତି, କେମିତି ବ୍ୟବହାର କରୁଛନ୍ତି ସବୁ କଥା ଏହି ମିଟିଂରେ ଆଲୋଚନା ହୁଏ ।
ହେଲେ ଆଜିର ବାପା-ମାଆ ପିଲାଙ୍କ ସହ ସାଙ୍ଗ ପରି ମିଶୁଛନ୍ତି । ତେଣୁ ପିଲାମାନେ ମଧ୍ୟ ଏତେ ଭୟଭୀତ ହେଉନାହାନ୍ତି । ପିଲାଏ ଖୋଲାଖୋଲି ଭାବରେ କିଛି ବି କହିବାକୁ ଅନୁଚିତ୍ ବି ମନେ କରନ୍ତି ନାହିଁ । ଯାହାର ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳୁଛି । କୁନି ପିଲାଟି ସିଧାସିଧା ନିଜ ବାପା-ମାଆଙ୍କୁ କହୁଛି କି କାଲି ସ୍କୁଲରେ ମିଟିଂ ଅଛି । ତେଣୁ ପ୍ରସ୍ତୁତ ରହିବାକୁ ପରାମର୍ଶ ବି ଦେଉଛି । ଆଉ କହୁଛି, ‘‘କହିବନି ଯେ ସେ ସ୍କୁଲରୁ ଆସିଥାଏ, କୁକିଜ୍ ଖାଏ ଏବଂ ଶୋଇପଡ଼େ । ବରଂ କହିବ ସ୍କୁଲରୁ ଆସି ମୁଁ ଖେଚୁଡ଼ି ଖାଏ...ପରେ ଶୁଏ ।
ବାସ୍ କୁନି ପିଲାର ଏହି କଥା ଶୁଣିବା ପରେ ସମସ୍ତେ ହସିବାକୁ ଲାଗିଛନ୍ତି । ତେବେ ବାପା-ମାଆଙ୍କୁ ମିଟିଂ ଯିବା ପୂର୍ବରୁ ଏମିତି ପ୍ରସ୍ତୁତି କରିଥିବାରୁ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)