• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାହାଘର...କୁହାଯାଏ ୭ ଜନ୍ମର ସାଥି ହେବା ପାଇଁ କରାଯାଏ ଶପଥ । ସେଇଥି ପାଇଁ ତ ନିଜ ନିଜର ବାହାଘରକୁ ସମସ୍ତେ ସ୍ମରଣୀୟ ତଥା ଭିନ୍ନ କରିବାକୁ ଚେଷ୍ଟା କରନ୍ତି । ହେଲେ ସୋସିଆଲ ମିଡିଆରେ ବାହାଘରର ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଚର୍ଚ୍ଚା ଚାଲିଛି । କାରଣ ବାହାଘର ବିହାୟୀ ବେଳକୁ ଗୁଟଖାକୁ ଜର୍ଦ୍ଦା ସାଙ୍ଗେ ମିଶାଇ ଖାଇଥିଲେ ନବ ବଧୂ ।

ରାଜସ୍ଥାନ ବାରାଁର ବାହାଘରକୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା । କାରଣ ୨୬ ମେ’ରେ ସେଠାରେ ଆୟୋଜିତ ହୋଇଥିଲା ସାମୂହିକ ବିବାହ । ପାଖାପାଖି ୨ ହଜାର ୨୨୨ ଯୋଡିଙ୍କର ହେଲା ବାହାଘର । ତେଣୁ ଗିନିଜ ବୁକ ଅଫ ୱ‌ାଲର୍ଡ ରେକର୍ଡରେ ଏହାକୁ ପଞ୍ଜୀକୃତ ବି କରାଯାଇଛି । କିନ୍ତୁ ଏହି ବାହାଘରରୁ କିଛି ଏମିତି ଭିଡିଓ ରହିଛି ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।

କାରଣ ବାହାଘର ସରିବା ପରେ କିଛି ଯୋଡିଙ୍କ ଫଟୋ ଉଠାଚାଲିଥିଲା । ଆଉ ଏହି ସମୟରେ ଦେଖିବାକୁ ମିଳିଥିଲା କି, ଜଣେ ନବ ବଧୂ ଗୁଟଖା ଖାଉଥିଲେ । ଆଉ ନବ ବଧୂଙ୍କ ଏହି କାମ ଦେଖି ତାଙ୍କ ସାମ୍ନାରେ ଛିଡ଼ା ହୋଇଥିବା ବର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିବାହ ଶେଷ ହେବା ପରେ ସେ ବଧୂଙ୍କ ଏଭଳି ଭୟଙ୍କର ସ୍ୱଭାବ ଦେଖି କିଛି ସମୟ ଲାଗି ସ୍ତବ୍ଧ ହୋଇଯାଇଥ‌ିଲେ । ହେଲେ ଏନେଇ ସେ କିଛି ପ୍ରତିକ୍ରିୟା ବି ଦେଇନଥିଲେ । ତେବେ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ୟୁଜର୍ସମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି । ଆଉ ସେୟାର ବି କରୁଛନ୍ତି ।