ଏବେ କିଛି ଦିନ ହେବ ଟ୍ରେନ୍ ଭିତରୁ ହେଉ କିମ୍ବା ପ୍ଲେନ୍ ଭିତରୁ, କିଛି ଭିଡିଓ ଭାଇରାଲ ହେଉଛି । ଯାହା କି ସାଧାରଣ ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି । ଭିଡିଓ ଦେଖିବା ପରେ ଲୋକେ ଚିନ୍ତାରେ ପଡ଼ୁଛନ୍ତି । ଟ୍ରେନ୍ ଯାତ୍ରା କରିବା ପୂର୍ବରୁ ପ୍ରଥମେ ନିଜକୁ ସତର୍କ କରୁଛନ୍ତି । ଆଉ ଘରୁ ପାଦ କାଢ଼ିବା ପୂର୍ବରୁ ଟିକେ ଚିନ୍ତା କରିବାକୁ ବାଧ୍ୟ ହେଉଛନ୍ତି । କାରଣ ତାଙ୍କ ସହ ବି ସେମିତି କିଛି ଘଟିଯିବନି ତ !
Also Read
ଏବେ ଟ୍ରେନ୍ର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ରେଳ ବିଭାଗର ଦୁଇ ଜଣ ଟିକେଟ ଚେକିଂ କର୍ମଚାରୀ ଜଣେ ଯାତ୍ରୀଙ୍କୁ ନିସ୍ତୁକ ପିଟୁଛନ୍ତି । ଯାତ୍ରୀ ଜଣକ ଉପର ବର୍ଥରେ ବସିଥିବା ବେଳେ ଜଣେ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିବା ସହ ତଳକୁ ଟାଣିବାକୁ ଚେଷ୍ଟା କରିଥିଲେ । ସେ ନଆସିବାରୁ ତାଙ୍କ ଗୋଡ଼ ଧରି ତଳକୁ ଝିଙ୍କି ଥିଲେ କର୍ମଚାରୀ । ଆଉ ଏଥିରେ ତାଙ୍କର ସାଥ୍ ଦେଇଥିଲେ ଆଉ ଜଣେ କର୍ମଚାରୀ । ତେବେ ଏହି ଘଟଣାର ପୁରା ଭିଡିଓ ଭାଇରାଲ ହେଉଛି । ଯିଏ ବି ଭିଡିଓ ଦେଖୁଛି, ରେଳ ଟିକେକ ଚେକିଂ କର୍ମଚାରୀଙ୍କୁ ନିନ୍ଦା କରୁଛି । ତେବେ ଯାତ୍ରୀଙ୍କର ଭୁଲ୍ ହେଉଛିଯେ, ସେ ବିନା ଟିକେଟରେ ଟ୍ରେନ୍ରେ ଚଢ଼ି ଯାଇଥିଲେ। ଏଇ ଭୁଲ୍ ପାଇଁ ଟିକେଟ୍ ଚେକିଂ କର୍ମଚାରୀମାନେ ତାଙ୍କୁ ଏଭଳି ଟଣା ଘୋଷରା କରିଛନ୍ତି। ଏହି ଅଭାବନୀୟ ଘଟଣା ବିହାରର ମୁଜାଫରପୁର ନିକଟରେ ଘଟିଛି।
ଅଧିକ ପଢ଼ନ୍ତୁ: ବାଇକ୍ରେ ଯିବା ପାଇଁ ମନା କଲେ ଯୁବତୀ, ରାସ୍ତା ଉପରେ ହେଲ୍ମେଟ୍ରେ ପିଟିଲେ ଯୁବକ...
ତେବେ ଭିଡିଓ ଦେଖିଲେ ଯାହା ଜଣାପଡ଼ୁଛି, ପ୍ରଥମେ କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ଯାତ୍ରୀଙ୍କ ଗୋଡ଼ ଧରି କର୍ମଚାରୀ ଟାଣିଲା ବେଳେ ଯାତ୍ରୀ ଜଣକ ତାଙ୍କ ମୁହଁକୁ ଗୋଟିଏ ଗୋଇଠା ମାରିଥିବା ମଧ୍ୟ ସ୍ପଷ୍ଟ ଜଣାପଡ଼ୁଛି । ଏଥିରେ ଉତ୍କ୍ଷିପ୍ତ ହୋଇ ଯାତ୍ରୀଙ୍କୁ ଜୋରଜବରଦସ୍ତ ତଳକୁ ଟାଣି, ତଳେ ପକାଇ ଉଭୟ କର୍ମଚାରୀ ନିସ୍ତୁକ ପିଟିଲେ । ଏମିତିକି ତଳେ ପକାଇ ମୁହଁକୁ ଗୋଇଠା ମଧ୍ୟ ମାରିଛନ୍ତି କର୍ମଚାରୀ ।