/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685554724.jpg)
Viral Video
ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣଙ୍କ ମୁଣ୍ଡ ଘୂରେଇ ଦେବ । କାରଣ ଦ୍ରୁତ ଗତିରେ ଗାଡି ଚଳାଉଥିବା ଡ୍ରାଇଭର ହେଉଛନ୍ତି ଜଣେ ନାବାଳକ । ହେଲେ ସେ ପଛରେ ନିଜ ଜେଜେ ମାଆଙ୍କୁ ନେଇ ଯେମିତି ସାଇଁ ସାଇଁ ଗାଡି ଚଳାଉଛନ୍ତି ତାହାକୁ ନେଇ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ।
ସାଧାରଣତଃ ଗାଡି ଚଳାଇବା ପାଇଁ ଅନେକ ନିୟମ ରହିଛି... ଯଦି ଏହି ନିୟମ କିଏ ଭାଙ୍ଗେ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତି ପୋଲିସ୍ । ଏମିତିକି ରାସ୍ତାରେ ଯାଉଥିବା ବେଳେ ଅନେକ ଘଟଣା ଘଟେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ । କିନ୍ତୁ ଭାଇରାଲ ହେଉଥିବା ଭିଡିଓ ନିଶ୍ଚୟ ସବୁଠାରୁ ଭିନ୍ନ । କାରଣ ଜଣେ ନାବାଳକ ନିଜର ଜେଜେ ମାଆଙ୍କୁ ଦୁଇଚକିଆ ଯାନରେ ବସାଇ ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ଦେଖିବାକୁ ମିଳୁଛି । ଆଉ ଏହି ସମୟର ଭିଡିଓକୁ ସେହି ରାସ୍ତା ଦେଇ ଯାଉଥିବା ଜଣେ ଯାତ୍ରୀ ରେକର୍ଡ କରିଛନ୍ତି । ଖାଲି ରେକର୍ଡ କରିଛନ୍ତି ତାହା ନୁହେଁ ବରଂ ଗାଡି ଧୀରେ ଚଲାଅ ବୋଲି କହୁଛନ୍ତି । ହେଲେ କାହାର କଥାକୁ ଖାତିର ନକରି ଗାଡିକୁ ଅତି ସ୍ପିଡରେ ଚଳାଉଛି ନାବାଳକ ଜଣକ ।
ଖାଲି ଗାଡି ଚଳାଉଛି ତାହା ନୁହେଁ ବରଂ ଧୀରେ ଗାଡି ଚଳେଇବାର କଥା ଶୁଣିବା ପରେ ନାବାଳକ ଜଣକ ହସି ଦେଉଛନ୍ତି । ହେଲେ ଗାଡ଼ିର ସ୍ପିଡକୁ କମ୍ କରୁନାହାନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗାଡି ଏତେ ସ୍ପିଡ୍ରେ ଚଳାଉଥିବା ବେଳେ ହେଲମେଟ୍ ବି ସେ ପିନ୍ଧାନାହାନ୍ତି । କିନ୍ତୁ ନିଜର ଜେଜେ ମାଆଙ୍କୁ ହେଲମେଟ୍ ପିନ୍ଧାଇ ଦେଇଛନ୍ତି । ଆମେ ଅନେକ ସମୟରେ ଏମିତି ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିଥାଉ । ହେଲେ ଏଇ ନାବାଳକ ଜଣକ ଯେମିତି ନିଜ ଜୀବନକୁ ବିପଦରେ ପକାଇ ଗାଡି ଚଳାଉଛନ୍ତି ତାହାକୁ ନେଇ ଚାଲିଛି ଚର୍ଚ୍ଚା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)