• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମୋମୋ..ଏ ନାଁ ଶୁଣିଲେ ଆଜିକାଲି ଯୁବପିଢିଙ୍କ ପାଟିରୁ ଲାଳ ବାହାରିଆସେ । କିଏ ପନିର ତ ଆଉ କିଏ ଚିକେନ୍‌ ମୋମୋ ଖାଏ । ସଂଧ୍ୟା ହେଲେ ଛକଛକରେ...ଗଳି ଗଳିରେ ମୋମୋର ମେଲୁଛି ପସରା । ହେଲେ ଥରେ ଚିନ୍ତାକରନ୍ତୁ ତ ଯଦି ମୋମୋ ଦୋକାନୀ କେବଳ ଇଂରାଜୀରେ କଥା ହେଉଥିବ...ହଁ...ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।

ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ମୋମୋ ଦୋକାନୀ ଗ୍ରାହକଙ୍କୁ ମୋମୋ ଦେବା ବେଳେ ବେଶ୍‌ ଭଲରେ ଇଂରାଜୀରେ କଥାବାର୍ତ୍ତା କରୁଛନ୍ତି । ହେଲେ ତାଙ୍କର ନାଁ କଣ ସେ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଜାଣିଆଶ୍ଚର୍ଯ୍ୟ ହେବେ କି, ଏହି ମୋମୋ ବିକାଳୀଙ୍କ ଇଂରାଜୀ ଶୁଣିବାକୁ ପ୍ରତିଦିନ ତାଙ୍କ ଷ୍ଟଲ ସାମ୍ନାରେ ଲୋକଙ୍କର ଜମୁଛି ଭିଡ । ତେବେ ସୋସିଆଲ ମିଡିଆରୁ ମିଳିଥିବା ସୂଚନା ଅନୁସାରେ, ଏହି ମୋମୋ ବିକାଳୀଙ୍କ ସହ ତାଙ୍କ ସ୍ତ୍ରୀ ମଧ୍ୟ ଦୋକାନରେ କାମ କରନ୍ତି । ଉଭୟଙ୍କର ଗୋଟିଏ ଲକ୍ଷ୍ୟ ରହିଛି କେମିତି ନିଜ ପିଲାକୁ ଭଲରେ ପାଠ ପଢାଇବେ ଆଉ ମଣିଷ କରିବେ । ତେଣୁ ଏମିତି ବିକ୍ରି କରୁଛନ୍ତି ମୋମୋ ।