• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲାଞ୍ଚୁଆ ପୋଲିସଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ଧରିଲା ସିବିଆଇ । ସାଧାରଣ ଲୋକଙ୍କ ସାମ୍ନାରେ ଲାଞ୍ଚୁଆଙ୍କୁ ମାଡ଼ି ବସିଲା । ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ତଳେ ପକାଇ କାବୁ କଲା ସିବିଆଇ । ଏହି ପୁରା ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାରଣ ଯେଉଁ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଘଟିଲା, ସେଠାରେ ଲାଗିଥିଲା ସିସିଟିଭି । ଆଉ ତାର ଫୁଟେଜ୍ ଏବେ ସମସ୍ତଙ୍କ ସାମ୍ନାରେ । ଭିଡିଓଟି ଦେଖିବାକୁ ଫିଲ୍ମ ଭଳି ଖୁବ୍‌ ରୋମାଞ୍ଚକର ମଧ୍ୟ ହୋଇଛି । ଅନେକ ଏହାକୁ ଲାଇକ୍ ସେୟାର କରିଥିବା ବେଳେ କମେଣ୍ଟ ମଧ୍ୟ ଦେଇଛନ୍ତି ।

ପୁରା ଘଟଣାଟି ହେଲା 

ଦୁଇରୁ ୩ ଜଣ ପୋଲିସ ଜଣେ ଦୋକାନୀଙ୍କଠାରୁ ବେଆଇନ୍‌ ପାର୍କିଂଙ୍କୁ ନେଇ ଧମକ ଚମକ ଦେଇଥିଲେ । ଆଉ ତାଙ୍କୁ ଜରିମାନା କରିବା ସହ ଜେଲ୍‌ରେ ପୁରାଇ ଦେବେ ବୋଲି ମଧ୍ୟ କହିଥିଲେ । ଆଉ ଏହି ମାମଲାର ଖସାଇବା ପାଇଁ ସେହି ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ମୂଲଚାଲ ବି ଛିଡ଼ି ଆସିଥିଲା । ହେଲେ ହଠାତ୍ ଯୋଜନା ମୁତାବକ ସେଠାରେ ପୂର୍ବରୁ ସାଧା ପୋଷାକରେ ଥିବା ସିବିଆଇ ଅଧିକାରୀମାନେ ଲାଞ୍ଚୁଆ ପୋଲିସଙ୍କୁ ମାଡ଼ି ବସିଲେ । କାରଣ ଦୋକାନୀ ଜଣକ ପୂର୍ବରୁ ଏନେଇ ସିବିଆଇରେ ଅଭିଯୋଗ କରିସାରିଥିଲେ ।

ପ୍ରଥମେ ସିବିଆଇ ଅଧିକାରୀଙ୍କୁ ଦେଖି ଦୁଇ ଜଣ ପୋଲିସ ଦୌଡ଼ିବାକୁ ଲାଗିଲେ । ପରେ ତାଙ୍କୁ ଧରିବା ପାଇଁ ତାଙ୍କ ପଛରେ ସିବିଆଇ ଅଧିକାରୀମାନେ ଦୌଡ଼ିଲେ । ହେଲେ ଦୁର୍ଭାଗ୍ୟବଶତଃ ଜଣେ ପୋଲିସ ସେଠାରେ ଛିଡ଼ା ହୋଇଥିବା ବେଳେ ତାଙ୍କୁ ଜାବୁଡ଼ି ଧରିଥିଲେ ଜଣେ ସିବିଆଇ ଅଧିକାରୀ । ସେ ମଧ୍ୟ ତାଙ୍କ କବଳରୁ ଖସିଯିବାକୁ ପ୍ରାଣପଣେ ଚେଷ୍ଟା କରିଥିଲେ । ହେଲେ ବିଫଳ ହୋଇଥିଲେ । 

ତେବେ ଏହି ପୁରା ଘଟଣାଟି ବୁଧବାର ଦିଲ୍ଲୀ ମଙ୍ଗୋଲପୁରୀ ଅଞ୍ଚଳରେ ଘଟିଛି । ପୋଲିସ ଅଧିକାରୀ ଲାଞ୍ଚ ଟଙ୍କା ଧରିଥିବା ବେଳେ ସିବିଆଇକୁ ଦେଖି ଟଙ୍କା ଫିଙ୍ଗି ଦେଇ ନିଜ କାର ଆଡ଼କୁ ଧାଇଁ ଯାଉଥିଲେ । ହେଲେ ଧରିନେଇଥିଲା ସିବିଆଇ ।

ଦେଖନ୍ତୁ ପୁରା ଭିଡିଓ...