Advertisment

ଆଶ୍ଚର୍ଯ୍ୟ!! ଗୋଟିଏ ଥାଳିରେ ମାଂସ ଖାଇଲେ ସିଂହ-ମହିଳା

ମହିଳା ଜଣକ ସିଂହ ସହ ବସି ଗୋଟିଏ ଥାଳିରେ ଚିକେନ୍‌ ଖାଉଛନ୍ତି ।

author-image
Manoranjan Behera
ଅଦ୍ୟତନ ହୋଇଛି
woman and lion eating from the same plate

woman and lion eating from the same plate

ପ୍ରତିଦିନ ସୋସିଆଲ୍‌ ମିଡିଆରେ ନାନା ପ୍ରକାର ଅଜବ ଗଜବ ଘଟଣା ଦେଖିବାକୁ ମିଳିଥାଏ । ଆପଣମାନେ ବନ୍ୟଜନ୍ତୁଙ୍କୁ ଘରେ ପାଳିଥିବାର ଅନେକ ଭିଡିଓ ଦେଖିଥିବେ । କେବେ ଦେଖିଛନ୍ତି କି, ବନ୍ୟଜନ୍ତୁଙ୍କ ସହ ଗୋଟିଏ ଥାଳିରେ ବସି ଖାଇବା । ପୁଣି ସିଂହ ସହ। କଥାଟା ଅଡୁଆ ଲାଗୁଥିଲେ ବି ସତ । ଏଭଳି ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଙ୍ଗଲର ରାଜା ସିଂହ ସହ ବସି ଗୋଟିଏ ଥାଳିରେ ଖାଦ୍ୟ ଖାଉଛନ୍ତି ମହିଳା ।

Advertisment

ବନ୍ୟଜନ୍ତୁଙ୍କୁ ସାଧାରଣତଃ ଜଙ୍ଗଲରେ ଦେଖିବାକୁ ମିଳେ । ଏବେ ଅନେକ ଦେଶରେ ସେମାନଙ୍କୁ ଗୃହପାଳିତ ପଶୁ ଭାବେ ରଖାଯାଉଛି । ଏବେ କିନ୍ତୁ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ, ମହିଳା ଜଣକ ସିଂହ ସହ ବସି ଗୋଟିଏ ଥାଳିରେ ଚିକେନ୍‌ ଖାଉଛନ୍ତି । ମହିଳା ଜଣକ ଚେହେରାରୁ ଟିକେ ବି ଭୟଭୀତ ଥିଲା ଭଳି ଜଣାପଡୁନାହିଁ । ଦୁହେଁ ମିଶି ଚିକେନ୍‌ ଖାଉଛନ୍ତି ।

Advertisment

ଭିଡିଓଟି ୟୁଏଇର ରସ୍‌ ଅଲ୍‌ ଖାଇମା ଚିଡ଼ିଆଖାନାରେ ରେକର୍ଡ କରାଯାଇଛି । ଭିଡିଓକୁ ଦର୍ଶକ ଏତେ ମାତ୍ରାରେ ପସନ୍ଦ କରୁଛନ୍ତି ଯେ ଏବେ ଯାଏ ୩.୮ ମିଲିୟନ ୟୁଜର୍ସ ଏହାକୁ ଦେଖିସାରିଲେଣି । ଲୋକେ ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ମହିଳା କିପରି ଗୋଟିଏ ଥାଳିରେ ସିଂହ ସହ ବସି ଖାଉଛନ୍ତି । ଲୋକେ ଏହି ପୋଷ୍ଟରେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଉଛନ୍ତି ।

Viral Video
Advertisment
Advertisment