ରାସ୍ତାରେ ମଦ ପିଇ ମାତଲ ହେଲେ ଯୁବତୀ । ଜଣେ ନୁହେଁ ଏକାଥରକେ ୩ ଜଣ ଯୁବତୀ ମଦ ପିଇ ରାସ୍ତାରେ କଲେ ହଙ୍ଗାମା । ପୋଲିସକୁ କଲେ ଦୁର୍ବ୍ୟବହାର । ସେମାନଙ୍କୁ କାବୁ କରିବାକୁ ଯାଇ ନାକେଦମ ହେଲା ପୋଲିସ । ଯେତେ ବୁଝେଇଲେ ବି ବୁଝିବାକୁ ନାରାଜ ଥିଲେ ଯୁବତୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ ।
ବିଚ୍ ରାସ୍ତାରେ ହାଇ ଭୋଲଟେଜ ଡ୍ରାମା କଲେ ନିଶାସକ୍ତ ଯୁବତୀ। ରାସ୍ତାରେ ଘଟାଇଲେ ତୁମୁଳ କାଣ୍ଡ। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ବି ସ୍ଥିତି ଅସମ୍ଭାଳ ଥିଲା । ନିଶାସକ୍ତ ୩ ଯୁବତୀ ପୋଲିସ୍କୁ ବି ଛାଡ଼ିଲେନି । ସେମାନେ ପୋଲିସ୍ ଅଧିକାରୀଙ୍କ ସହ ହାତାହାତି ହେବାକୁ ପଛାଇଲେ ନାହିଁ । ବହୁ ଚେଷ୍ଟା ପରେ ପୋଲିସ୍ ୩ ଯୁବତୀଙ୍କୁ ଗିରଫ କରି ଥାନାକୁ ନେଇଥିଲା। ଏପରି ଏକ ସାଂଘାତିକ ଡ୍ରାମା ମୁମ୍ବାଇର ସଟେବିରାର ସହରରେ ଦେଖିବାକୁ ମିଳିଛି।
Also Read
ସଟେବିରାର ଅଞ୍ଚଳର ଏକ ବାର୍ ଓ ରେଷ୍ଟୁରାଣ୍ଟରେ ୩ ନିଶାସକ୍ତ ଯୁବତୀ ଉତ୍ପାତ ହେଉଥିବା ନେଇ ପୋଲିସ୍ ସୂଚନା ପାଇଥିଲା। ଏହାପରେ ତୁରନ୍ତ ଜଣେ ମହିଳା ପୋଲିସ୍ ଅଧିକାରୀ ନିଜ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଶାରେ ଆଉଟ ଅଫ୍ କଣ୍ଟ୍ରୋଲ ଯୁବତୀମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନେ କିନ୍ତୁ କିଛି ଶୁଣିବା ମୁଡରେ ନ ଥିଲେ। ଓଲଟା ସେମାନେ ପୋଲିସ୍ ସହ ଟଣାଓଟରା କରିଥିଲେ।
ପୋଲିସ୍ ଅଧିକାରୀଙ୍କ ସାର୍ଟ ଟାଣି ଛିଣ୍ଡାଇବା ସହ ହାତକୁ କାମୁଡ଼ି ଦେଇଥିଲେ। କେବଳ ଏତିକିରେ ସରି ନ ଥିଲା ସେମାନଙ୍କ କାରନାମା। ଏହାପରେ ପୋଲିସ୍ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିବାରୁ ସେମାନେ ଅଧିକାରୀଙ୍କ ଚୁଟି ଟଣାଟଣି କରି ମାରଧର କରିବାକୁ ପଛାଇ ବି ନ ଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ୍ ସମସ୍ତ ୩ ଯୁବତୀଙ୍କୁ ବାନ୍ଧି ଥାନାକୁ ନେଇଛି। ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ କହିଛି।