Praposed
ପ୍ରେମିକାକୁ ପ୍ରପୋଜ କରିବାକୁ ପ୍ରେମିକଟିଏ କେତେ କ'ଣ ସ୍ପେଶାଲ କରୁଥିବାର ଆପଣ ସୋସିଆଲ ମିଡିଆରେ ଦେଖୁଥିବେ । କିଏ ଗାର୍ଲଫ୍ରେଣ୍ଡକୁ ବାର୍ଥ ଡେ'ରେ ମୁଦି ପିନ୍ଧାଇ ପ୍ରପୋଜ କରେ ତ ଆଉ କିଏ କେଉଁ ରୋମାଣ୍ଟିକ ସ୍ପଟ୍କୁ ବୁଲାଇ ନେଇ ହୃଦୟ ଖୋଲି ପ୍ରେମର ଅଭିବ୍ୟକ୍ତି କରିଥାଏ । କିନ୍ତୁ ଏବେ ଇଣ୍ଟରନେଟ୍ରେ ପ୍ରେମ ନିବେଦନର ଏପରି ଏକ ଚିତ୍ର ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ବି କହିବେ ବାପ୍ରେ କି ପ୍ରେମ...
ଅଧିକ ପଢନ୍ତୁ: ବିଶ୍ୱାସଘାତକ ହେଲପର୍, ମାଲିକାଣୀ ଗାଳି କଲେ ବୋଲି ସାଜିଲା ସୈତାନ...
କାରଣ ଏଇ ଏମିତି ସେମିତି ପ୍ରପୋଜ୍ ବା ପ୍ରେମ ନିବେଦନ ନଥିଲା । ଏଠି ପ୍ରେମର ମୁକସାକ୍ଷୀ ଥିଲା ଘୂର୍ଣ୍ଣିଝଡ଼ । ପଛ ପଟେ ଆକାଶରେ ଘୂର୍ଣ୍ଣିଝଡ଼ ତାଣ୍ଡବ ଚରୁଥିଲା, ଭୟଙ୍କର ବେଗରେ ପବନ ବହୁଥିଲା । ଲୋକେ ଜୀବନ ବଞ୍ଚାଇବାକୁ ସୁରକ୍ଷିତ ସ୍ଥାନକୁ ଧାଁ ଦୌଡ କରୁଥିବାବେଳେ ଠିକ୍ ଏଇ ସମୟରେ ପ୍ରେମିକା ସାମ୍ନାରେ ଆଣ୍ଠୁରେ ବସି ମୁଦିଟିଏ ଧରି ନିଜର ହୃଦୟ ଖୋଲି ଦେଇଥିଲା ପ୍ରେମିକ । ନା ଝଡ଼ ତୋଫାନର ଭୟ ଥିଲା ନା ଥିଲା ଜୀବନକୁ ଖାତିର୍ ।
ଏହି ଦୃଶ୍ୟଟି ଆମେରିକା ସାଉଥ୍ ଡକୋଟାର । ପ୍ରେମିକ ହେଲେ ବ୍ରିସ୍ ଶେଲଟନ ଓ ତାଙ୍କ ପ୍ରେମିକା ପେଜ୍ ବରଡୋମାସ୍ । ତାଙ୍କର ଏଇ ନିଆରା ଅନ୍ଦାଜର ପ୍ରପୋଜ ସମୟର ଫଟୋକୁ 'ଏକ୍ସ'ରେ ୧୭ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି । ହଜାର ହଜାର ୟୁଜର ଏହାକୁ ପସନ୍ଦ କରିଛନ୍ତି ।
ଏହାକୁ ନେଇ ଶେଲଟନ କହିଛନ୍ତି, ସେ ଏହି ସ୍ପେଶାଲ ମୁହୂର୍ତ୍ତ ପାଇଁ ଅନେକ ମାସ ହେଲା ପ୍ଲାନିଂ କରିଥିଲେ । ବର୍ଷେ ତଳେ ପେଜ୍ଙ୍କ ସହ ତାଙ୍କର ଦେଖା ହୋଇଥିଲା । ଦୁହିଁଙ୍କୁ ଘୂର୍ଣ୍ଣିଝଡ଼ ଦେଖିବା ଓ ଝଡ଼ ପଛରେ ଧାଇଁବା ଭାଇ ସଉକ । ତେଣୁ ଝଡ଼ ସାମ୍ନାରେ ହିଁ ସେ ଗାର୍ଲଫ୍ରଣ୍ଡକୁ ପ୍ରେମ ନିବେଦନ କରିବାକୁ ନିଷ୍ପତ୍ତି ନେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Praposed_1751552535.jpg)