Advertisment

ଉର୍ଫିଙ୍କ ପୋଷାକ ଦେଖି ରେଷ୍ଟୁରାଣ୍ଟରେ ଏଣ୍ଟ୍ରି ଦେଲେନି ମ୍ୟାନେଜର୍‌, ଚାଲିଲା ତୁତୁ ମେଁ ମେଁ..

ନିଜର ଭିନ୍ନ ଡ୍ରେସିଂ ଷ୍ଟାଇଲ୍‌କୁ ନେଇ ସବୁବେଳେ ସୋସିଆଲ୍‌ ମିଡିଆରେ ସେନ୍‌ସେସନ୍‌ ପାଲଟନ୍ତି ଫ୍ୟାସନ୍‌ କୁଇନ୍‌ ଉର୍ଫି ଜାଭେଦ୍‌ । ଏଥର ପୋଷାକକୁ ନେଇ ତାଙ୍କୁ ରେଷ୍ଟୁରାଣ୍ଟରେ ଏଣ୍ଟ୍ରି ମିଳିଲାନି, ଜାଣନ୍ତୁ ପୂରା ଘଟଣା..

ଅଦ୍ୟତନ ହୋଇଛି
Urfi Javed SLAMS Mumbai Restaurant For Denying Entry Over Her Fashion Choices

Urfi Javed

Advertisment

ସୋସିଆଲ ମିଡିଆ ସେନ୍‌ସେସନ୍‌ ଉର୍ଫି ଜାଭେଦ୍‌ (Urfi Javed) ନିଜର ପୋଷାକ ତଥା ଡ୍ରେସିଂ ଷ୍ଟାଇଲ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଫ୍ୟାସନ୍‌ କଥା ଉଠିଲେ ଉର୍ଫି ଜାଭେଦ୍ ନିଶ୍ଚିତ ଭାବରେ ଓଭର-ଦ-ଟପ୍! ସବୁବେଳେ ସୋସିଆଲ୍‌ ମିଡିଆର ହେଡ୍‌ଲାଇନ୍ସରେ ରୁହନ୍ତି ଉର୍ଫି । କିଏ ତାଙ୍କୁ ଟ୍ରୋଲ୍‌ କରେ ତ କିଏ ତାଙ୍କୁ ପସନ୍ଦ କରେ । ତାଙ୍କର ୟୁନିକ୍‌ ପୋଷାକ ଡିଜାଇନ୍‌କୁ ନେଇ ସୋସିଆଲ୍‌ ମିଡିଆ ରେ ଚର୍ଚ୍ଚା ଲାଗି ରହିଥାଏ।  ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉର୍ଫି ଜଣେ ରେଷ୍ଟୁରାଣ୍ଟ ମ୍ୟାନେଜରଙ୍କ ସହ ଜୋରଦାର୍‌ ଯୁକ୍ତିତର୍କ କରୁଛନ୍ତି ।

Advertisment

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଉର୍ଫି ଏକ ରେଷ୍ଟୁରାଣ୍ଟକୁ ପହଞ୍ଚି ଟେବୁଲ୍‌ ବୁକ୍‌ କରିବା ପାଇଁ ମ୍ୟନେଜର୍‌ଙ୍କୁ କହୁଛନ୍ତି । ରେଷ୍ଟୁରାଣ୍ଟରେ ସମସ୍ତ ଟେବୁଲ୍‌ ବୁକ୍‌ ଥିବା ନେଇ ମ୍ୟାନେଜର୍‌ ଉର୍ଫିଙ୍କୁ କହିବା ପରେ ଆରମ୍ଭ ହେଉଛି ଯୁକ୍ତିତର୍କ । ଯୁକ୍ତିତର୍କରେ ଉର୍ଫି କହୁଛନ୍ତି ଯେ, ‘ତମେ ମୋ ନାଁ ଜାଣିଛ । ମୁଁ ହେଉଛି ଉର୍ଫି ଜାଭେଦ୍‌ । ମୁଁ ଯେଉଁଠିକି ବି ଯାଏ ସେଠି ଜାଗା ଆପେ ଆପେ ତିଆରି ହୋଇଯାଏ । ଆପଣ ସିଟ୍‌ ନଥିବା ନାଟକ କରୁଛନ୍ତି, ବାସ୍ତବରେ ମୋ ପୋଷାକ ପାଇଁ ଆପଣ ଏଣ୍ଟ୍ରି ଦେଉନାହାନ୍ତି । ଇଏ ହେଉଛନ୍ତି ଉର୍ଫି ହେଟର୍‌..ସମସ୍ତେ ଦେଖନ୍ତୁ ଇଏ ହେଉଛନ୍ତି ଉର୍ଫି ହେଟର୍‌..’

Advertisment

ଭିଡିଓରେ ରେଷ୍ଟୁରାଣ୍ଟ ମ୍ୟାନେଜର୍‌ ସିଟ୍‌ ନଥିବା ନେଇ ବାରମ୍ବାର କହୁଥିଲେ ମଧ୍ୟ ଉର୍ଫି ତାଙ୍କ ସହ ଜୋର୍‌ ଜବରଦସ୍ତ ଯୁକ୍ତିତର୍କ କରିଥିଲେ ଓ ତାଙ୍କୁ ଉର୍ଫି ହେଟର୍‌ ବୋଲି ସମ୍ବୋଧନ କରିଥିଲେ । ଏହି ଘଟଣାକୁ ନେଇ ଉର୍ଫି ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀ ( Instagram Story)ରେ ଲେଖିଛନ୍ତି ଯେ, ‘ଆମେ ଏକବିଂଶ ଶତାବ୍ଦୀରେ ରହୁଛୁ ତ? ମତେ ମୋ ପୋଷାକ (Dressing Sense)nପାଇଁ ରେଷ୍ଟୁରାଣ୍ଟରେ ଏଣ୍ଟ୍ରି ଦେଲେନି । ଯଦି ଆପଣଙ୍କୁ ମୋ ଡ୍ରେସିଂ ଷ୍ଟାଇଲ୍‌ ଭଲ ଲାଗୁନି ତ ମତେ ଏଭଳି ବ୍ୟବହାର କରନ୍ତୁ ନାହିଁ ଆଉ ଅଯଥା ବାହାନା ଦେଖାନ୍ତୁ ନାହିଁ’।

Urfi Javed(Uorfi Javed denied entry to a restaurant)

ବିଗ୍ ବସ୍ OTT ପ୍ଲାଟଫର୍ମକୁ ଆସିବା ପରେ ଉର୍ଫି ଜାଭେଦ୍ ଚର୍ଚ୍ଚାକୁ ଆସିଥିଲେ । ଏହାପୂର୍ବରୁ, ଉର୍ଫି ଅନେକ ଟିଭି ଶୋ’ରେ ଅଭିନୟ କରିଥିଲେ । ସେ ‘ବଡେ ଭୟା କି ଦୁଲହନିଆ’ରେ ଅବନୀଙ୍କ ଭୂମିକାରେ ଅଭିନୟ ପାଇଁ ବେଶ୍‌ ଜଣାଶୁଣା । ଏହାଛଡ଼ା ସେ ‘ମେରୀ ଦୁର୍ଗା’ ରେ ଆରତୀ, ‘ବେପାନ୍ନା’ରେ ବେଲା ଭାବରେ ବେଶ୍‌ ପରିଚିତ । ଉର୍ଫି ଜାଭେଦଙ୍କୁ ନିକଟରେ ସ୍ପ୍ଲିଟ୍ସଭିଲା X4 ରେ ମଧ୍ୟ ଦେଖାଯାଇଥିଲା । 

Advertisment
Bollywood Social Media Viral Video Urfi Javed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ