Advertisment

ମହଙ୍ଗା ପଡ଼ିଲା ଆକବରଙ୍କୁ ଶ୍ରୀରାମଙ୍କ ସହ ତୁଳନା; ବିବାଦ ପରେ କ୍ଷମା ମାଗିଲେ UPSC ଟ୍ୟୁଟର୍

ୟୁପିଏସସି କୋଚ ଶୁଭ୍ରା ରଞ୍ଜନଙ୍କର ପଢାଇବା ଶୈଳୀକୁ ନେଇ ବିବାଦ ଆରମ୍ଭ ହୋଇଛି । ଶୁଭ୍ରା ରଞ୍ଜନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ୟୁପିଏସସି ଛାତ୍ରଙ୍କୁ ପଢାଇବା ବେଳେ ମୋଗଲ ଶାସକ ଆକବରଙ୍କୁ ଭଗବାନ ରାମଙ୍କ ସହ ତୁଳନା କରୁଛନ୍ତି ।

author-image
Sonali Ojha
ଅଦ୍ୟତନ ହୋଇଛି
Shubhra Ranjan

Shubhra Ranjan

ୟୁପିଏସସି କୋଚ ଶୁଭ୍ରା ରଞ୍ଜନଙ୍କର ପଢାଇବା ଶୈଳୀକୁ ନେଇ ବିବାଦ ଆରମ୍ଭ ହୋଇଛି । ଶୁଭ୍ରା ରଞ୍ଜନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ୟୁପିଏସସି ଛାତ୍ରଙ୍କୁ ପଢାଇବା ବେଳେ ମୋଗଲ ଶାସକ ଆକବରଙ୍କୁ ଭଗବାନ ରାମଙ୍କ ସହ ତୁଳନା କରୁଛନ୍ତି । ତେବେ ଏହାକୁ ନେଇ ସେ ଏକ ବିବୃତ୍ତି ଜାରି କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି।

Advertisment

ସେ କହିଛନ୍ତି, ସେ ସ୍ପଷ୍ଟ କରିଛନ୍ତି ଯେ, ସେ କ୍ଲାସ୍‌ରେ ପଢାଉଥିବା ବେଳେ ଏହା ସେହି ସମୟର କିଛି ଦୃଶ୍ୟ। ହେଲେ ପୁରା ଭିଡିଓ ଲେକ୍ଚର ଦେଖିଲେ ଆପଣ ବୁଝି ପାରିବେ ଯେ ମୁଁ ପ୍ରଭୁ ଶ୍ରୀ ରାମଙ୍କ ରାଜ୍ୟ ଏକ ଆଦର୍ଶ ରାଜ୍ୟ ବୋଲି କହିବାକୁ ଚାହୁଁଥିଲି। ଏହି ଆଲୋଚନା ଏକ ତୁଳନାତ୍ମକ ଅଧ୍ୟୟନର ଏକ ଅଂଶ ଏବଂ ଅଜାଣତରେ ହୋଇଥିବା ଭୁଲ ପାଇଁ ମୁଁ ଦୁଃଖିତ। କାହାର ଭାବନାକୁ ଆଘାତ କରିବା ମୋର ଉଦ୍ଦେଶ୍ୟ ନୁହେଁ, ଯଦି ଏହା ଘଟିଛି, ମୁଁ କ୍ଷମା ମାଗୁଛି।

Advertisment

ଶୁଭ୍ରା ରଞ୍ଜନ ୟୁପିଏସସିର କୋଚିଂ ଆଇଏଏସ ଇନଷ୍ଟିଚ୍ୟୁଟର ଫାଉଣ୍ଡର । ସେ ୟୁପିଏସସି ଛାତ୍ରଙ୍କୁ ପଲିଟିକାଲ ସାଇନ୍ସ, ଇଣ୍ଟରନେସନାଲ ରିଲେସନର ପଢାନ୍ତି । ତେବେ ସେ କ୍ଲାସ୍ କରିବା ସମୟରେ ଭଗବାନ ରାମଙ୍କ ତୁଳନା ମୋଗଲ ଶାସକ ଆକବରଙ୍କ ସହ କରିଥିଲେ। ମୋଗଲ ସମ୍ରାଟ୍‌ ଆକବର ଭଗବାନ ରାମଙ୍କଠାରୁ ଅଧିକ ଶକ୍ତିଶାଳୀ ବୋଲି ସେ କହିଥିଲେ। ଯାହାକି ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା। ଏହା ହିନ୍ଦୁମାନଙ୍କ ଭାବାନାକୁ ଆଘାତ ଦେଇଥିବା ୟୁଜର୍ସ କମେଣ୍ଟ କରିଛନ୍ତି।

ଜଣେ ୟୁଜର ଏହାକୁ ନିନ୍ଦା କରିବା ସହ ସାଇବର ପୋଲିସ ପୋର୍ଟାଲରେ ଅଭିଯୋଗ କରିଛନ୍ତି। ଅନ୍ୟ ଜଣେ ୟୁଜର ତାଙ୍କୁ ସମାଲୋଚନା କରି ତାଙ୍କୁ ଭଗବାନ ରାମଙ୍କୁ ଆକବରଙ୍କ ସହ ତୁଳନା କରି UPSC ଆଶାୟୀଙ୍କ ମନରେ ଏଣୁତେଣୁ ଭର୍ତ୍ତି କରିଥିବା ଅଭିଯୋଗ କରିଛନ୍ତି ଏବଂ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତଥାପି କିଛି ୟୁଜର୍ସ ତାଙ୍କୁ ସମର୍ଥନ କରିଛନ୍ତି।

ସେ କମେଣ୍ଚରେ କହିଛନ୍ତି, "ଶୁଭ୍ରା ରଞ୍ଜନସ୍ପଷ୍ଟ କରିଛନ୍ତି ଯେ ଆକବର ତାଙ୍କର ନୈତିକତାକୁ ବ୍ୟାଖ୍ୟା କରିଥିବାବେଳେ ଶ୍ରୀ ରାମ ପ୍ରକୃତରେ ନୈତିକତାକୁ ଅନୁସରଣ କରିଛନ୍ତି। ଶ୍ରୀ ରାମଙ୍କୁ ରାଜା ଭାବରେ ବିଶ୍ଳେଷଣ କରିବାରେ ଅସୁବିଧା କଣ? ଭଗବାନ ପ୍ରଭୁ ଶ୍ରୀ ରାମ ଭାରତର ଆଧ୍ୟାତ୍ମିକ, ସଭ୍ୟତା ନୈତିକତା ଏବଂ ସାଂସ୍କୃତିକ ଇତିହାସର ପ୍ରତୀକ । ପ୍ରଭୁ ଶ୍ରୀ ରାମ ଓ ତାଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ପ୍ରତି ଆମର ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ରହିଛି।

UPSC
Advertisment
Advertisment