/odishatv-khabar/media/post_attachments/uploadimage/library/16_9/16_9_0/Crocodile__1679829400.jpg)
Crocodile
ସମାଜିକ ଗଣମାଧ୍ୟମରେ ସବୁବେଳେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓକୁ ଦର୍ଶକମାନେ ଖୁବ୍ ପସନ୍ଦ ମଧ୍ୟ କରିଥା’ନ୍ତି । ଆଉ କିଛି ଭିଡିଓ ଦର୍ଶକମାନଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ପୂର୍ବରୁ ଆପଣ ଏପରି ଅନେକ ଭିଡିଓ ଦେଖିଥିବେ । ଯାହା ଆପଣଙ୍କ ନଜରକୁ ଆସିଥିବ । ହେଲେ ବର୍ତ୍ତମାନ ସେହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଭିଡିଓଟିରେ ଦେଖିବାକୁ ମିଳିଛି ଏକ ନଦୀ ମଝିରେ ଦମ୍ପତି ରହିଛନ୍ତି । ହାତରେ କିଛି ଖାଦ୍ୟ ଧରି କୁମ୍ଭୀରକୁ ଦେବାକୁ ଡାକୁଛନ୍ତି । ପରେ ପରେ କୁମ୍ଭୀରଟି ଖାଦ୍ୟ ଖାଇବାକୁ ତାଙ୍କ ନିକଟକୁ ଆସୁଛି । ଦମ୍ପତିଙ୍କ ଅତି ନିକଟକୁ ଆସିବା ସହ ଖାଦ୍ୟ ଖାଇବା ସହ ସେଠାରୁ ଚାଲିଯାଉଛି । ଏପରି ଏକ ଘଟଣାର ସମ୍ପୂର୍ଣ୍ଣ ଭିଡିଓ କ୍ୟାମେରାରେ କଏଦ ହୋଇଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ଭିଡିଓଟି ଆମେରିକା ଫ୍ଳୋରିଡା ଅଞ୍ଚଳର ହୋଇଥିବା ଜଣାପଡ଼ିଛି । OnlyinFlorida ନାମ ଏକ ଇନଷ୍ଟାଗ୍ରାମ ପେଜ୍ ଭିଡିଓଟିକୁ ସେୟାର କରିଛି । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ଅନେକ ଦର୍ଶକ ଦେଖିସାରିଥିବାବେଳେ ୨୬ ହଜାରରୁ ଅଧିକ ୟୁଜର୍ସ ଲାଇକ୍ କରିଛନ୍ତି । ସେହିପରି ଭିଡିଓଟିକୁ ୧୧ଶହରୁ ଅଧିକ ଲୋକ ନିଜର ମତାମତ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)