Advertisment

Viral Video: ପୋଲ ଉପରେ ସହର, ସମସ୍ତେ ଆଶ୍ଚର୍ଯ୍ୟ

ଏକ ସୁନ୍ଦର ଦୃଶ୍ୟ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ଗୋଟିଏ ବ୍ରିଜ୍‌ ଉପରେ ଗୋଟିଏ ଲାଇନରେ ଅନେକ ଘର ଠିଆ ହୋଇଥିବା ଦେଖିବାକୁ ମିଳୁଛି।

ଅଦ୍ୟତନ ହୋଇଛି
Harsh Goenka Shares Viral Video Of Town Built On A Bridge

Township on bridge businessman harsh goenka share video

Advertisment

ବେଳେବେଳେ ଏମିତି କିଛି ଦୃଶ୍ୟ ଆଖି ସାମ୍ନାକୁ ଆସେ ଯାହା ହୃଦୟକୁ ଛୁଇଁଯାଏ। ବର୍ତ୍ତମାନ ଏପରି ଏକ ସୁନ୍ଦର ଦୃଶ୍ୟ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ଗୋଟିଏ ବ୍ରିଜ୍‌ ଉପରେ ଗୋଟିଏ ଲାଇନରେ ଅନେକ ଘର ଠିଆ ହୋଇଥିବା ଦେଖିବାକୁ ମିଳୁଛି।

Advertisment

ପୋଲ ଉପରେ ନିର୍ମିତ ଏହି ରଙ୍ଗୀନ ଘରଗୁଡ଼ିକ 'ସପନର ସହର' ପରି ଦେଖାଯାଉଛି, କିନ୍ତୁ ସେଗୁଡ଼ିକ ବାସ୍ତବରେ ସତ। ଏହି ଭିଡିଓ ବ୍ୟବସାୟୀ ହର୍ଷ ଗୋଏଙ୍କା ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି।

ଅଗରୁ ଆପଣ ହୁଏତ କୌଣସି ପୋଲ ଉପରେ ଗୋଟିଏ କିମ୍ବା ଦୁଇଟି ଛୋଟ ଦୋକାନ ଦେଖିଥିବେ, କିନ୍ତୁ କେବେ ବି ଏକ କଲୋନୀ ଦେଖି ନଥିଲେ। ଏହି ଭିଡିଓ ଦେଖି ଆପଣ ନିଶ୍ଚିତ ଭାବୁଥିବେ ଯେ ଏହା କିପରି ହୋଇପାରେ। ରିପୋର୍ଟ ଅନୁଯାୟୀ, ଚାଇନାରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଏକ ବ୍ରିଜ୍‌ ଉପରେ ଘର ନିର୍ମାଣ କରାଯାଇଛି, ଯାହାକୁ ଦେଖିବା ନେଇ ପର୍ଯ୍ୟଟକମାନେ ଦୂର ଦୂରାନ୍ତରୁ ଆସିଥାନ୍ତି।

Advertisment

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ !! ଟ୍ରେନ୍‌ ଟିକେଟ୍‌ କିଣୁଛନ୍ତି, ହେଲେ ଯାତ୍ରା କରୁନାହାନ୍ତି... କିନ୍ତୁ କାହିଁକି ?

ଏହି ପୋଲଟି ୪୦୦ମିଟର ଲମ୍ବ ହୋଇଥିବା ବେଳେ ଏଥିରେ ଅନେକ ରଙ୍ଗୀନ ଘର ରହିଛି। ଚୋଙ୍ଗ୍‌କିଙ୍ଗ୍‌ ପାହାଡି ସହରରେ ୧୩ ହଜାରରୁ ଅଧିକ ପୋଲ୍ ଅଛି। ପୂର୍ବରୁ ଅବ୍ୟବହୃତ ଏହି ସେତୁଗୁଡ଼ିକ ମଧ୍ୟରୁ ଅନେକକୁ ପକେଟ୍‌ ପାର୍କ, ଖେଳ ପଡିଆ, ମନୋରଞ୍ଜନ କ୍ଷେତ୍ର, ପଦଯାତ୍ରା ଏବଂ ପାର୍କିଂ ସ୍ଥାନରେ ପରିଣତ କରାଯାଇଛି, ଯାହାସବୁ ବର୍ତ୍ତମାନ ପ୍ରମୁଖ ସ୍ଥାନ ପାଲଟିଛି।

Advertisment

ନିକଟରେ ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟ୍ୱିଟରରେ ବ୍ୟବସାୟୀ ହର୍ଷ ଗୋଏଙ୍କା ଏକ ଭିଡିଓ ଶେୟାର କରିଛନ୍ତି। ଏହାକୁ ଅନେକ ଦେଖୁଥିବା ବେଳେ ପସନ୍ଦ ମଧ୍ୟ କରୁଛନ୍ତି। ଭିଡିଓର କ୍ୟାପ୍‌ସନ୍‌ରେ ଲେଖା ଅଛି, 'ଏଠାରେ ରହିବାକୁ ଟିକେ ଚିନ୍ତା କର।'

ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଏପ୍ରିଲ ୧୫ ରେ ଶେୟାର କରାଯାଇଛି। ଏହାକୁ ଏପର୍ଯ୍ୟନ୍ତ ୨୮୪.୭K ଭ୍ୟୁ ମିଳିଛି। ଏହାକୁ ୧ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଭିଡିଓ ଦେଖିଥିବା ଲୋକେ ଏହା ଉପରେ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

Viral Video Harsh Goenka
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ