/odishatv-khabar/media/post_attachments/uploadimage/library/16_9/16_9_0/Mango_Shop_1685110789.jpg)
Mango Shop
ଏବେ ଯୁଆଡେ ଗଲେ ବି ରାସ୍ତା କଡରେ ଦେଖିବାକୁ ପାଇବେ ଆମ୍ବର ପସରା । ଆମ୍ବ ଦେଖିବା ପରେ ଅନେକ ଆମ ଭିତରୁ ଗାଡି ସାଇଡ୍ କରି କିଣନ୍ତି । ହେଲେ ସେହି ଆମ୍ବକୁ ନେଇ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣ ବି ହସିହସି ବେଦମ ହୋଇଯିବେ ।
ରାସ୍ତା କଡରେ ଆମ୍ବ ପସରା ଲାଗିଛି, ଆଉ ମେଞ୍ଚାଏ ପାଚିଲା ଆମ୍ବ ସଜେଇ ହୋଇ ରଖାଯାଇଛି । କିନ୍ତୁ କିଛି ସମୟ ହେଲା କେହି ଗ୍ରାହକ ଆମ୍ବ କିଣିବାକୁ ଆସୁନାହାନ୍ତି । ଯାହାକୁ ଦେଖିବା ପରେ ନାବାଳକ ଜଣକ ନିଜ ଦିମାକ୍ ଲଗାଇଲା କେମିତି ଆମ୍ବ ବିକ୍ରି ହେବ । ସେଇଥି ଲାଗି ତ କିଛି ଭିନ୍ନ ତରିକାରେ ଏମିତି ନାଚିବାକୁ ଲାଗିଲା । ରାସ୍ତା ଉପରେ ନାବାଳକର ଏମିତି ଜମାଣିଆ ନାଚ ଦେଖିବା ପରେ ଅନେକ ଗାଡି ଅଟକାଇଲେ । ବାସ୍ ଏହାପରେ ପାଖରେ ଥିବା ଆମ୍ବ ଉପରେ ଗ୍ରାହକଙ୍କ ପଡିଲା ନଜର । ଖାଲି ନଜର ପଡିଲା ତାହା ନୁହେଁ ବରଂ ଆମ୍ବ ନେବା ପାଇଁ ଅନେକ ଗ୍ରାହକ ମଧ୍ୟ ଇଚ୍ଛା କଲେ ।
ନାବାଳକ ଜଣକ ପ୍ରଥମେ ପ୍ରଥମେ ରାସ୍ତାରେ ନାଚିବାକୁ ଟିକିଏ ପଛାଉଥିଲା । ହେଲେ ଯେତେବେଳେ ସେ ନିଜେ ଜାଣିଲା କି ତା’ର ନାଚ ଦେଖିବା ପରେ ଏମିତି ଲୋକମାନେ ଗାଡି ଅଟକାଉଛନ୍ତି ଆଉ ଆମ୍ବ ନେଉଛନ୍ତି । ତା’ପରେ ସେ ଏମିତି ବାରମ୍ବାର କରିବାକୁ ଚେଷ୍ଟା କଲା । ରାସ୍ତାରେ ନାବାଳକର ନାଚ ଦେଖିବା ପରେ ଅନେକ ଗାଡି ଅଟକାଇଲେ ଆଉ ଆମ୍ବ କିଣି ଘରକୁ ଫେରିଲେ । ତେଣୁ ସହଜରେ ଆମ୍ବ ବିକ୍ରି କରି ଘରକୁ ଫେରିଲା ନାବାଳକ । ତେବେ ନିଜ ବେପାର ଲାଗି ଏଇ ନାବାଳକ ଜଣକ ଯେମିତି ବୁଦ୍ଧି ଆପଣାଇଛି ତାହାକୁ ନେଇ ସୋସିଆଲ ମିଡିଆରେ ଏବେ ଭାରି ଚର୍ଚ୍ଚା ।
A boy is dancing near a mango cart trying to get the attention of motorists (customers) in Yelawal along Mysuru-Madikeri National Highway. Dozens of such carts are lined up in the stretch during mango season.
(VC: Chetan Gowda) pic.twitter.com/eEepJSztyd
— Kodagu Connect (@KodaguConnect) May 23, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)