• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଘରଭଡ଼ା ଦେବାକୁ ଘର ମାଲିକଙ୍କ ଅଜବ ତରିକା । ସୋସିଆଲ ମିଡିଆ ‘X’ରେ ଭାଇରାଲ ହେଉଛି ପୋଷ୍ଟ । ବେଙ୍ଗାଲୁରୁରେ ଜଣେ ଘର ମାଲିକଙ୍କ ଘରଭଡ଼ା ଦେବାର ତରିକା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଜଣେ ଚାକିରି ଆଶାୟୀ ଠାରୁ କମ୍‌ ନଥିଲା ଭର ମାଲିକଙ୍କ ପ୍ରଶ୍ନ । ଖୁବ୍‌ ଭଦ୍ରାମୀର ସହ ଅନେକ ପ୍ରଶ୍ନ କରିଥିଲେ ଘରମାଲିକ । ଆଉ ଉତ୍ତର ଦେଇଥିଲେ ଘରେ ହିବାକୁ ଥିବା ଜଣେ ଆଶାୟୀ ।

ମାଲିକଙ୍କ ପ୍ରଶ୍ନ ଥିଲା ଭଡ଼ାଟିଆଙ୍କ ଯୋଗ୍ୟତାର ଲମ୍ବା ତାଲିକା । ତାହାସହ ସାକ୍ଷାତକାର ସମୟରେ ସମ୍ମୁଖୀନ ହୋଇ କିଛି ପ୍ରଶ୍ନର ଉତ୍ତର ଏବଂ ଆହୁରି ଅନେକ କିଛି । ସୋସିଆଲ ମିଡିଆ ‘X’ରେ ଇଶୁ @ ଡିମ୍ପଲେଡ୍ ଜାଲେବି ନାମକ ଜଣେ ଉପଭୋକ୍ତା ପୋଷ୍ଟଟିକୁ ସେୟାର କରିଛନ୍ତି ।

ପୋଷ୍ଟରେ ଲେଖା ରହିଛି ଯେ, ହାଏ... ସେଦିନ ତୁମ ଦୁହିଁଙ୍କୁ ଭେଟିବା ଖୁସି ଲାଗିଲା । ମୁଁ ବ୍ୟକ୍ତିଗତ ଭାବରେ ସାକ୍ଷାତ କରୁଛି । ଯେଉଁମାନେ ଘରଭଡ଼ା ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି । ଏପର୍ଯ୍ୟନ୍ତ ସମସ୍ତଙ୍କୁ ଭେଟିପାରିନାହିଁ । ହେଲେ ସର୍ଟଲିଷ୍ଟ ମଧ୍ୟରେ ମୁଁ ତୁମ ଉଭୟଙ୍କୁ ପ୍ରଥମ ଅଫର ଦେଇବାକୁ ଚାହୁଁଛି ।ଏପରି ଏକ ପୋଷ୍ଟ କରି ଇଶୁ ଲେଖିଛନ୍ତି ଏହି ବାର୍ତ୍ତାଳପ ଆମେ ଘର ମାଲିକଙ୍କ ସହ ଏକ ସାକ୍ଷାତକାର ପରେ ମନୋନୀତ ହୋଇଥିଲୁ । ଯାହା ଆମେ ଆଶା କରିନଥିଲୁ ।

ସୋସିଆଲ ମିଡିଆ ‘X’ରେ ଇଶୁ @ ଡିମ୍ପଲେଡ୍ ଜାଲେବିଙ୍କ ଏହି ପୋଷ୍ଟ ବର୍ତ୍ତମାନ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର୍ସ ଏହି ପୋଷ୍ଟରେ ମତାମତ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି । ତାହାସହ ଏହା ଚର୍ଚ୍ଚାର ପରିଧୀକୁ ଆସିଛି ।