• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି । ଆପଣ ସେଗୁଡ଼ିକ ଭିତରୁ କିଛି ଦେଖନ୍ତି ଓ ଆଉ କିଛି ଭିଡ଼ିଓକୁ ଦେଖି ମଧ୍ୟ ଅଣଦେଖା କରି ପଳାନ୍ତି  । ତଥାପ, ଏବେ ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯାହାକୁ ଆପଣ ଦେଖି ଅଣଦେଖା କରିପାରିବେ ନାହିଁ । ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ, ଦୁଇ ଜଣ ପିଲା ଏକାଠି ହୋଇ ଏକ ଜୁଗାଡ୍ କରିଛନ୍ତି ଯାହାକୁ ଆପଣ ପୂର୍ବରୁ କେବେ ଦେଖି ନଥିବେ କି ଶୁଣି ବି ନଥିବେ ।

ଆପଣ ନିଶ୍ଚୟ ଦୁନିଆରେ ବିଭିନ୍ନ ପ୍ରକାରର ସ୍କାମ୍‌ ଦେଖିଥିବେ, କିନ୍ତୁ ଆମେ ଆଜି ଆପଣଙ୍କୁ ଯାହା ଦେଖାଇବାକୁ ଯାଉଛୁ, ଆପଣ ଏହା ପୂର୍ବରୁ କୌଣସି ସ୍ଥାନରେ ଦେଖି ନଥିବେ । ଏହି ଦୁଇ ଜଣ ଖାଲି ଆକାଉଣ୍ଟରୁ ଚା’ ପିଇବାର ଉପାୟ ବାହାର କରିଛନ୍ତି । ଏହି ଭିଡିଓ ଦେଖିବା ପରେ, ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି ବିଷୟରେ ଆପଣ କେବେ ଭାବି ନଥିବେ।  

ଖାଲି ଆକାଉଣ୍ଟରୁ ଉଠାଇଲେ ଟଙ୍କା !

ଭାଇରାଲ ହେଉଥିବା ଭିଡିଓରେ, ଜଣେ ପିଲା ଟଙ୍କା ଉଠାଇବା ପାଇଁ ଏଟିଏମ୍ କାର୍ଡକୁ ନେଇ ଏଟିଏମ୍ ବୁଥକୁ ଯାଉଛନ୍ତି । ଏଠାରେ, ଯେତେବେଳେ ସେ ପ୍ରଥମ ଥର ପାଇଁ ମେସିନ୍‌ରେ କାର୍ଡ ଭର୍ତ୍ତି କରି ବାଲାନ୍ସ ଉଠାଇଲେ, ଏଥିରେ ଦେଖାଯାଉଥିବା ସ୍ଲିପ୍ ଅନୁଯାୟୀ, ଆକାଉଣ୍ଟରେ ଟଙ୍କା ନାହିଁ । ତଥାପି, ପିଲାଟି ଏଭଳି କରିବା ବନ୍ଦ କଲେ ନାହିଁ ଏବଂ ସେ ଅନେକ ଥର ଚେଷ୍ଟା କଲେ । ଏହି ସ୍ଲିପ୍‌ଗୁଡିକ ସଂଗ୍ରହ କରି ଚାଲିଲେ । ଏସବୁ ପରେ ତାଙ୍କ ପାଖରେ ଟଙ୍କା ନଥିଲା କିନ୍ତୁ ସେ ସ୍ଲିପ୍‌ଗୁଡ଼ିକୁ ଏକ ଜରିରେ ଆଣି ଦୋକାନରେ ବିକ୍ରି କଲେ ଓ ୨୦ ଟଙ୍କା ମଧ୍ୟ ରୋଜଗାର କଲେ । ଯାହାଫଳରେ ଉଭୟ ସାଙ୍ଗ ମିଶି ସେହି ଟଙ୍କାରେ ଚା’ ପିଇଲେ ।

 

ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବରୁ ଟ୍ୱିଟର)ରେ ସେୟାର କରାଯାଇଛି । ଯାହା ପ୍ରାୟ ୬ ଲକ୍ଷ ଲୋକ ଦେଖିଥିବାବେଳେ ହଜାର ହଜାର ଲୋକ ଏହାକୁ ଲାଇକ୍‌ କରୁଛନ୍ତି । ଭିଡିଓ ଉପରେ ଅନେକ ଲୋକ ବିଭିନ୍ନ ପ୍ରକାରର କମେଣ୍ଟ୍‌ ଦେଉଛନ୍ତି । ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ‘ଗୋଟିଏ ଚା’ ପାଇଁ ଏତେ ପରିଶ୍ରମ ? ’ ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ‘ ଆମ ଦେଶରେ କେତେ ଉଜ୍ଜ୍ୱଳ ଯୁବକ ଅଛନ୍ତି ।’