Advertisment

ପ୍ରେମର ପ୍ରମାଣ... ହାତରେ ଟାଟୁ କଲେ ମ୍ୟାରେଜ୍ ସାର୍ଟିଫିକେଟ୍, ପତ୍ନୀଙ୍କୁ ଦେଲେ ଉପହାର

ପତ୍ନୀଙ୍କୁ ଭାଲେଣ୍ଟାଇନ୍ ଡେ’ରେ ଉପହାର ଦେଇଛନ୍ତି ଯୁବକ । ତାଙ୍କ ଭାଷାରେ ପ୍ରେମକୁ ସବୁଦିନ ପାଇଁ ସାଇତି ରଖିବାକୁ ୟା ଠାରୁ ଭଳି ଭଲ ଉପହାର ଆଉ କିଛି ନାହିଁ।

ଅଦ୍ୟତନ ହୋଇଛି
Man Gets Marriage Certificate Tattoo To Surprise His Wife

Marriage Certificate

Advertisment

ନିଜ ପ୍ରେମକୁ ସ୍ମରଣୀୟ କରିବା କିଏ କେତେ ପ୍ରକାର ଉପହାର ଦିଆନିଆ କରୁଛନ୍ତି। ଖାଲି ସେତିକି ନୁହେଁ, କ’ଣ କଲେ ଅନ୍ୟମାନଙ୍କଠୁ ନିଆରା ରହିବେ ଆଉ ଲୋକେ ଚର୍ଚ୍ଚା କରିବେ, ତାକୁ ନେଇ ମଧ୍ୟ ଚାଲିଛି ପ୍ରତିଯୋଗିତା । ଏଭଳି ମାୟାରେ ପଡ଼ିଥିବା ଜଣେ ଯୁବକ ନିଜ ପତ୍ନୀଙ୍କୁ ଏମିତି ଉପହାରଟିଏ ଦେଇଛନ୍ତି, ଯାହା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ।

Advertisment

ତେବେ ଯୁବକ ଜଣକ ଉପହାର ସ୍ୱରୂପ କୌଣସି ଜିନିଷ ଦେଇନାହାଁନ୍ତି, କିନ୍ତୁ ଏହି ଉପହାର ତିଆରି କରିବାକୁ ତାଙ୍କୁ ୮ ଘଣ୍ଟା ସମୟ ଲାଗିଛି । ହଁ, ଏଇ ଥାଇ ଯୁବକ ଜଣଙ୍କ ମ୍ୟାରେଜ ସାର୍ଟିଫିକେଟକୁ ନିଜ ହାତରେ ଟାଟୁ କରି ପତ୍ନୀଙ୍କୁ ଭାଲେଣ୍ଟାଇନ୍ ଡେ’ରେ ଉପହାର ଦେଇଛନ୍ତି। ତାଙ୍କ ଭାଷାରେ ପ୍ରେମକୁ ସବୁଦିନ ପାଇଁ ସାଇତି ରଖିବାକୁ ୟା ଠାରୁ ଭଳି ଭଲ ଉପହାର ଆଉ କିଛି ନାହିଁ।

ଅଧିକ ପଢ଼ନ୍ତୁ: ନିଜ ବାହୁରେ ପତ୍ନୀଙ୍କ ଟାଟୁ କରି ଦେଲେ ସର୍‌ପ୍ରାଇଜ୍

ଥାଇଲ୍ୟାଣ୍ଡର ଏହି ଯୁବକଙ୍କ ନାଁ ହେଉଛି ଭଲ୍। ସତରେ ସେ ଏଭଳି ଭଲ କରିଛନ୍ତିଯେ, ସୋସିଆଲ୍ ମିଡିଆ ରେ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି। ଅନେକ ତାଙ୍କ ବୈବାହିକ ଜୀବନ ଆହୁରି ସୁଖମୟ ହେଉ ବୋଲି ଲେଖିଥିବା ବେଳେ ଆଉ କିଛି ଲେଖିଛନ୍ତି, ଏଭଳି ଉପହାର ପାଇ ତାଙ୍କ ପତ୍ନୀ ନିଜକୁ ଭାଗ୍ୟବତୀ ମନେ କରୁଥିବେ।

Advertisment

ଏହି ଟାଟୁ ତିଆରି କରିଥିବା କଳାକାର କୁହନ୍ତି, ଆଗରୁ ସେ ଏଭଳି ଟାଟୁ କେବେ ତିଆରି କରିନଥିଲେ। ମ୍ୟାରେଜ୍ ସାର୍ଟିଫିକେଟକୁ ପୁରା ଅବିକଳ ନକଲ କରିବାକୁ ତାଙ୍କୁ ୮ ଘଣ୍ଟା ସମୟ ଲାଗିଥିଲା ଏବଂ ଶେଷରେ ତାହା ସଫଳ ହୋଇଥିଲା।

ଭଲ୍ ନିଜ ହାତରେ ଆଙ୍କିଥିବା ଏହି ଟାଟୁକୁ ନିଜ ପତ୍ନୀଙ୍କୁ ଦେଖାଇବା ପରେ ସେ ଏତେ ଖୁସି ହୋଇଯାଇଥିଲେ ଯେ, କିଛି ସମୟ ପାଇଁ ନୀରବ ହୋଇଯାଇଥିଲେ। ପରେ ପରେ ସେ ଏହାକୁ ସୋସିଆଲ୍ ମିଡିଆରେ ସେୟାର କରିଥିଲେ, ଯାହା ଏବେ ଖୁବ୍ ଭାଇରାଲ୍ ହେଉଛି।

Advertisment
Tattoo Viral News Marriage Certificate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ