• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରେମ ! ଏମିତି ଏକ ଶବ୍ଦ ଯାହାର ବର୍ଣ୍ଣନା ଯେତେ କଲେ ବି କମ ହେବ । ପ୍ରେମର ରୂପ ମଧ୍ୟ ଅନେକ । ଆପଣ ଟିଭି ହେଉ କିମ୍ବା ଚଳଚିତ୍ରରେ ନିଆରା ପ୍ରେମ କାହାଣୀ ଦେଖିଥିବେ ଆଉ ଶୁଣିଥିବେ ମଧ୍ୟ । ଅଥବା ନିଜେ ପ୍ରେମର ଅନୁଭବ ମଧ୍ୟ କରିଥିବେ । ତେବେ ଆମେ ଆଜି ଯେଉଁ ନିଆରା ପ୍ରେମ କାହାଣୀ କଥା କହିବୁ ଯାହା ଆପଣଙ୍କୁ ୨୦୦୬ ରେ ରିଲିଜ୍‌ ହୋଇଥିବା ବ୍ଲକ୍‌ବଷ୍ଟର ଫିଲ୍ମ ‘ବିବାହ’ କଥା ମନେ ପକାଇବ । ଯେଉଁ ଫିଲ୍ମରେ ଅଭିନେତା ଶାହିଦ୍‌ କପୁର ଓ ଅମୃତା ରାଓଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିଥିଲା । ଯାହା ଦର୍ଶକଙ୍କ ହୃଦୟକୁ ବେଶ୍‌ ଛୁଇଁଥିଲା । ଫିଲ୍ମକୁ ଦେଖି ଦର୍ଶକଙ୍କ ଆଖିରେ ଲୁହ ଆସିଯାଇଥିଲା ।

ତେବେ ଏପରି ଏକ ଘଟଣା ତେଲେଙ୍ଗାନା ଜିଲ୍ଲାରେ ଦେଖିବାକୁ ମିଳିଛି, ଯାହା ଆପଣଙ୍କୁ ‘ବିବାହ’ ଚଳଚିତ୍ରର ରିକ୍ରିଏସନ୍‌ ଭଳି ଲାଗିବ । ତେଲେଙ୍ଗାନାର ଜୟଶଙ୍କର ଭୁପାପାଲିର ଯୁବକ ତିରୁପଥିଙ୍କ ଲମ୍ବାଦିପାଲି ଗାଁର ଶୈଲଜା ନାମକ ଯୁବତୀଙ୍କ ସହ ବିବାହ ଠିକ୍‌ ହୋଇଥିଲା । ବିବାହର କିଛିଦିନ ପୂର୍ବରୁ ଘଟିଲା ଅଘଟଣ । ଶୈଲଜାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ତାଙ୍କୁ ହସ୍ପିଟାଲାଇଜ୍‌ କରାଗଲା । ସେଠାରେ ତାଙ୍କର ସାମାନ୍ୟ ଅସ୍ତ୍ର୍ରୋପଚାର ହେବା ନେଇ ଡାକ୍ତର ପରାମର୍ଶ ଦେଇଥିଲେ ।

ବାହାଘର ତାରିଖ ପାଖେଇ ଆସୁଥିବା ବେଳେ ଏଭଳି ଏକ ଘଟଣା ଦୁଇ ପରିବାରଙ୍କ ମନରେ ଦୁଃଖ ଆଣିଦେଇଥିଲା । ଯେତେ ବି ବାଧାବିଘ୍ନ ଆସୁନା କାହିଁକି, ଯେତେବେଳେ ଯାହା ଭାଗ୍ୟରେ ଥିବ, ତାହା ନିଶ୍ଚୟ ମିଳିବ । ଏଭଳି ପରିସ୍ଥିତି ବର କନ୍ୟାଙ୍କ ଭଲ ପାଇବା ଉପରେ କୌଣସି ପ୍ରଭାବ ପକାଇନଥିଲା । ଦୁହେଁ ଏତେ ବାଧାବିଘ୍ନ ସତ୍ତ୍ୱେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଶ୍ଚର୍ଯ୍ୟର କଥା ଏହା ଯେ ଦୁହେଁ ବିବାହ ତାରିଖ ଦିନ ହସ୍ପିଟାଲ୍‌ରେ ବିବାହ କରିଥିଲେ ।

ଶୈଲଜାଙ୍କ ଚିକିତ୍ସା ଚାଲୁଥିବା ବେଳେ ତିରୁପଥି ହସପିଟାଲ ରୁମକୁ ଯାଇ ତାଙ୍କୁ ମଙ୍ଗଳସୂତ୍ର ପିନ୍ଧାଇଥିଲେ ଏବଂ ରିତୀନୀତି ସହ ବିବାହ କରିଥିଲେ । ବିବାହରେ ପରିବାର ଲୋକଙ୍କ ସହ ହସ୍‌ପିଟାଲ୍‌ର କିଛି କର୍ମଚାରୀ ଉପସ୍ଥିତ ରହିଥିଲେ । ପରିବାରର କିଛି ସଦସ୍ୟ ଏବଂ ହସ୍ପିଟାଲର କର୍ମଚାରୀଙ୍କ ମଧ୍ୟରେ ଏହି ଦମ୍ପତି ଖୁସିରେ ବିବାହ କରିଥିଲେ ।

ଯେହେତୁ ମେଜିକାଲ୍‌ ବେଡ୍‌ରେ ବିବାହଟି ସମ୍ପୂର୍ଣ୍ଣ ହୋଇଥିଲା । ତେବେ ବାହାଘରର ସମସ୍ତ ରିତୀନୀତି ସମ୍ଭବ ହୋଇନଥିଲେ ମଧ୍ୟ କିଛିଟା ମୁଖ୍ୟ ରିତୀନୀତି ସମ୍ପର୍ଣ୍ଣ ହୋଇଛି, ଯେପରିକି ଜିଲାକର୍‌ ବେଲମ୍‌ ଓ ତଲମ୍ବ୍ରଲୁ ନୀତି ସମ୍ପର୍ଣ୍ଣ ହୋଇଛି ।