Advertisment

ଖାଲି ପାଦରେ କାମ କରୁଥିଲେ ଡେଲିଭରୀ ବୟ, କାରଣ ଜାଣିଲେ ଭିଜିଯିବ ଆଖି

ଜୀବନ କାହାପାଇଁ କେମିତି। କାହାପାଇଁ ଅୟସ ତ କାହାପାଇଁ ସଂଘର୍ଷ। ସଂଘର୍ଷ କରୁଥିବା ମଣିଷଟି କେତେବେଳେ ଜୀବନ ଯୁଦ୍ଧରେ ହାରିଯାଏ କେହି ଜାଣନ୍ତିନି। ତାଙ୍କ ସଂଘର୍ଷର କାହାଣୀ କାହା ହୃଦୟକୁ ଛୁଇଁ ପାରେନି। ଖୁବ କମ୍‌ ଲୋକ ଅଛନ୍ତି ଯେଉଁମାନେ ଏଇ ମଣିଷମାନଙ୍କର ହୃଦୟକୁ ପଢିପାରନ୍ତି, ସେମାନଙ୍କ ଦୁଃଖ ବୁଝିପାରନ୍ତି। ଏମିତି ଜଣେ ସଂଘର୍ଷରତ ମଣିଷର କାହାଣୀ ଆଜି ସୋଶିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ସାମ୍ନାକୁ ଆଣିଛନ୍ତି ସେମିତି ଜଣେ ହୃଦୟବାନ ମଣିଷ।

author-image
Minati Mishra
ଅଦ୍ୟତନ ହୋଇଛି
Swiggy delivery agent working barefoot

ସ୍ୱିଗୀ, ଜୋମାଟୋରେ ଆମେ ଖାଇବା ଅର୍ଡ କରିଦେଉ। ଘରେ ଆସି ପହଞ୍ଚି ଯାଏ ଖାଦ୍ୟ। ହେଲେ ଖାଦ୍ୟ ଆପଣଙ୍କ ମୁହଁ ପାଖରେ ପହଞ୍ଚାଇବା ପାଇଁ ଏଇ ଡେଲିଭରି ବୟଙ୍କ ସଂଘର୍ଷ କାହା ନଜରରେ ଆସେନି। ବରଂ ସାମାନ୍ୟ ବିଳମ୍ବ ହେଲେ ପଦେ ଅଧେ କଡା କଥା ଶୁଣାଇବାକୁ ଆମେ ପଛାଇ ନ ଥାଉ। ଏମିତି ଜଣେ ସ୍ୱିଗୀ ବୟ ଆସିଥିଲେ ଖାଇବା ନେଇ ତାରିଖ ଖାନ୍‌ଙ୍କ ଘରକୁ। ସ୍ୱିଗୀ ବୟଙ୍କ ପାଦରେ ଚପଲ ନ ଥିଲା। ତାଙ୍କର ଖାଲି ପାଦ ଦେଖି ତାରିଖ ଏହାର କାରଣ ପଚାରିଥିଲେ। ହେଲେ ସ୍ୱିଗୀ ବୟଙ୍କ କାହାଣୀ ଶୁଣି ତାଙ୍କ ମନ ଓଦା ହୋଇ ଯାଇଥିଲା। ଏକ ଆକ୍ସିଡେଣ୍ଟରେ ତାଙ୍କର ଗୋଡ଼ ଏବଂ ଗୋଇଠି ଫୁଲି ଯାଇଥିଲା ଯାହା ଫଳରେ ସେ ଚପଲ ପିନ୍ଧି ପାରୁ ନ ଥିଲେ।

ଏପରି ଅବସ୍ଥାରେ ସେ ବିଶ୍ରାମ ନ ନେଇ କାହିଁକି କାମ କରୁଛନ୍ତି ବୋଲି ତାରିକ ପଚାରିବାରୁ ସେ ଅଳ୍ପ ହସିଥିଲେ ଆଉ କହିଥିଲେ , ‘ମୋର ପରିବାର ଅଛି, ତାଙ୍କ ମୁହଁରେ ଆହାର ଦେବାର ଅଛି’ । ସ୍ୱିଗୀ ବୟଙ୍କ ଏହି ପଦକ କଥା ତାରିକ୍‌ଙ୍କୁ ଯେମିତି ସ୍ତବ୍ଧ କରି ଦେଇଥିଲା  । ସ୍ୱିଗୀ ବୟ ଯେମିତି ଆସିଥିଲେ ସେମିତି ଚାଲିଗଲେ। ତଥାପି ଯିବା ପୂର୍ବରୁ ‘ଗୁଡ୍‌ ଇଭିନିଂ ସାର୍‌’ କହିବାକୁ ଭୁଲି ନ ଥିଲେ।

Advertisment

ସ୍ୱିଗୀ ବୟଙ୍କର ଏହା ହୁଏତ ଜୀବନ ସଂଘର୍ଷର କାହାଣୀ ହୋଇ ପାରେ। କିନ୍ତୁ ଏହା ପଛରେ ଆବଶ୍ୟକତା ପାଇଁ କଠିନ ପରିଶ୍ରମର ପ୍ରେରଣା ବି ରହିଛି ଯାହା ତାରିକ୍‌ଙ୍କୁ ଅବିଭୂତ କରିଥିଲା। ତାରିକ ଏହି ଭିଡିଓଟି ନିଜ ଆକାଉଣ୍ଟରେ ସେୟାର କରିଛନ୍ତି। ୟୁଜର୍ସ ଏହାକୁ ଖୁବ ପସନ୍ଦ ବି କରିଛନ୍ତି। ୭୦୦୦ରୁ ଅଧିକ ଲାଇକ ସହ ଶତାଧିକ କମେଣ୍ଟ ବି ଆସିଲାଣି।

Swiggy Delivery Boy Swiggy Delivery Boys
Advertisment
Advertisment