/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720371177.jpg)
Stag Beetle
ଦୁନିଆର ସବୁଠୁ ଦାମୀ କୀଟ। ଯାହାର ମୂଲ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଶହେ କି ଦୁଇ ଶହ ନୁହେଁ ବରଂ ଆହର ଦାମ ପାଖାପାଖି କୋଟିଏ ଟଙ୍କା। ଯେଉଁ ଟଙ୍କାରେ ବିଏମ୍ଡବ୍ଲୁ ଓ ଅଡି ଭଳି ଦାମୀ କାର୍ ହୋଇଯିବ। ସେତିକି ମୂଲ୍ୟ ଗୋଟେ କୀଟର। ସ୍ଟାଗ୍ ବିଟେଲ୍ ନାମକ ଏକ କୀଟର ମୂଲ୍ୟ ୭୫ ଲକ୍ଷ ବୋଲି ସୂଚନା ମିଳିଛି।
ପୃଥିବୀରେ ୨ରୁ ୩ ଇଞ୍ଚର ଏମିତି ଏକ ପୋକ ରହିଛି, ଯାହାର ମୂଲ୍ୟ ଅଡ଼ି-ବିଏମ୍ଡବ୍ଲୁ ଭଳି ବିଳାସପୂର୍ଣ୍ଣ କାରଠାରୁ ମଧ୍ୟ ଅଧିକ। କୁହାଯାଏ ଯେ ଏହା ପୃଥିବୀରେ ଥିବା ସବୁଠାରୁ ଛୋଟ, ଅଦ୍ଭୁତ ଏବଂ ବିରଳ ପ୍ରଜାତି କୀଟ ଅଟେ। ଏହା ବେଶ୍ ଶୁଭ ବୋଲି ବୋଲି ବି କୁହାଯାଏ।
ଅଧିକ ପଢ଼ନ୍ତୁ: ବିଶ୍ୱର ସବୁଠୁ ଦାମୀ ଛତୁ...୧ କେଜିର ମୂଲ୍ୟ ଦେଢ଼ ଲକ୍ଷ, ଜାଣନ୍ତୁ ଏହାର ଦାମ୍ କାହିଁକି ଅଧିକ...
ଏହି ଦାମୀ କୀଟର ନାମ ଷ୍ଟାଗ୍ ବିଟେଲ୍। ଏହା ଲୁକାନିଡେ ପରିବାରର ସଦସ୍ୟ, ଯାହାର ୧୨୦୦ପ୍ରଜାତି ରହିଛି। ଏହାକୁ ପାଳିବା ପାଇଁ ଲୋକମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ। ଏହା ଦେଖିବାକୁ ବହୁତ ଛୋଟ। ଏହି କୀଟରୁ ଅନେକ ବଡ଼ ବଡ଼ ରୋଗ ପାଇଁ ଔଷଧ ତିଆରି ହୋଇଥାଏ, ଯେଉଁଥିପାଇଁ ଏହାର ମୂଲ୍ୟ ଏତେ ଅଧିକ। ଏହି କାରଣରୁ ଏହି ପ୍ରଜାତି ବିଲୁପ୍ତ ହେବାର ବିପଦ ମଧ୍ୟ ବଢିବାରେ ଲାଗିଛି।
ଏହି କୀଟ ଗୁଡ଼ିକ ପ୍ରାୟତଃ ୩ରୁ ୭ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି। ଅଣ୍ତିରା(ପୁଅ) ପ୍ରଜାତିର କୀଟ ଗୁଡ଼ିକର ଲମ୍ବା ୩୫ରୁ ୭୫ ଏମ୍ଏମ୍ ଥିବା ବେଳେ ମାଇ (ଝିଅ) ପ୍ରଜାତିର କୀଟଙ୍କ ଲମ୍ବା ୩୦ରୁ ୩୫ ଏମ୍ଏମ୍ ରହିଥାଏ। ଷ୍ଟାଗ ବିଟେଲ୍ ଏତେ ସୂକ୍ଷ୍ମ ଯେ ଏହା ଅତ୍ୟଧିକ ଥଣ୍ଡାକୁ ସହିପାରେ ନାହିଁ। ଯଦି ଏହି କୀଟ ଶୀତ ଋତୁରେ ନିଜକୁ ରକ୍ଷା ନ କରିପାରେ ତେବେ ତାର ମୃତ୍ୟୁ ହୋଇଥାଏ। ଏହାର ମୁଣ୍ଡରେ କଳା ଶିଙ୍ଗ ଅଛି। ସେଗୁଡ଼ିକ ପ୍ରାୟ ୧୦୦ ରୁ ୫ ଇଞ୍ଚ ମଧ୍ୟରେ ଥାଏ।
ଲୋକମାନେ ଏହି ପୋକକୁ ନିଜ ସଉକ ପାଇଁ ରଖିଥାନ୍ତି। ଏହା କେବଳ ଗରମ ସ୍ଥାନରେ ରହିଥାଏ। ଏହା ବେଶ୍ ଶୁଭ ହୋଇଥାଏ। ଷ୍ଟାଗ୍ ବିଟେଲ ଫଳ ରସ, ଗଛର ରସ ଖାଇଥାନ୍ତି। ଏହାର ଜିଭ କମଳା ରଙ୍ଗର ଅଟେ। ଅନେକ ଦେଶରେ ଏହି ପୋକକୁ ବିଲୁପ୍ତ ବର୍ଗରେ ରଖାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)