Advertisment

ବୟସ ୭୦ ଟପିଲାଣି, ତଥାପି ମୁଣ୍ଡରେ ପାଛିଆ ମୁଣ୍ଡାଇ ପାମ୍ପଡ଼ ବିକୁଛନ୍ତି ବୃଦ୍ଧା ! ଭାଇରାଲ ହେଉଛି ଭିଡିଓ..

ଘରର ସେ ଏକମାତ୍ର ରୋଜଗାରିଆ ହୋଇଥିବା କାରଣରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏମିତି ବୁଲି ବୁଲି କରୁଛନ୍ତି ପାମ୍ପଡ ବେପାର ।

author-image
Satyendu Shekher Mishra
Video Viral

Video Viral

ମୁଣ୍ଡ ଉପରେ ପ୍ରବଳ ଖରା, ହେଲେ ପରିବାର ଚଳାଇବା ପାଇଁ ମୁଣ୍ଡ ଉପରେ ପାମ୍ପଡ ପାଛିଆ ଧରି ଗଳିକୁ ଗଳି.. ଗାଁ କୁ ଗାଁ ବୁଲି ପାମ୍ପଡ଼ ବିକ୍ରି କରୁଛନ୍ତି ଏଇ ବୃଦ୍ଧା । ବୟସ କେତେ ହେବ ତାହା ଅବଶ୍ୟ ଆମକୁ ଜଣାନାହିଁ । କିନ୍ତୁ ଚେହେରା ଦେଖିଲେ ବୟସ ୭୦ ଉପରେ ହେବ ବୋଲି ଜଣାପଡ଼ୁଛି । ଏତେ ବୟସ ପରେ ବି ସେ ହାର ମାନିନାହାନ୍ତି ବରଂ ପରିବାରର ପେଟ ପୋଷିବା ପାଇଁ ଉଦୁଉଦିଆ ଖରାବେଳେ ରାସ୍ତାରେ ବୁଲି ବୁଲି କରୁଛନ୍ତି ପାମ୍ପଡ ବେପାର ।

Advertisment

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ପିଚୁ ରାସ୍ତାରେ ଏମିତି ଖରାବେଳେ ବଡ଼ ପାଛିଆଟିଏ ମୁଣ୍ଡରେ ମୁଣ୍ଡାଇ ପାମ୍ପଡ଼ ବେପାର କରୁଛନ୍ତି ବୃଦ୍ଧା ଜଣକ । ଆଉ ବିକ୍ରି କରୁଥିବା ପାମ୍ପଡ଼ର ଦାମ୍‌ ଗୋଟାକୁ ୨୦ ଟଙ୍କା । ଘରର ସେ ଏକମାତ୍ର ରୋଜଗାରିଆ ହୋଇଥିବା କାରଣରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏମିତି ବୁଲି ବୁଲି କରୁଛନ୍ତି ପାମ୍ପଡ ବେପାର ।

ପ୍ରଥମେ ଭିଡିଓଟିକୁ ଏକ ଫୁଡ୍‌ ବ୍ଲଗିଂ ଚ୍ୟାନେଲ୍‌ ଷ୍ଟ୍ରିଟ୍‌ ଫୁଡ୍‌ ରେସିପି ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରାଯାଇଥିଲା । ଆଉ ତାପରେ ଭିଡିଓଟି ଖୁବ୍ ଜୋର୍‌ରେ ଭାଇରାଲ୍‌ ହେଉଛି । ଆଉ କୁହାଯାଇଛି କେମିତି ଏତେ ବୟସ ହେବା ପରେ ମଧ୍ୟ କାହା ସାମ୍ନାରେ ହାତ ନପତାଇ ଗାଁକୁ ଗାଁ ବୁଲି ବୃଦ୍ଧା ଜଣକ କରୁଛନ୍ତି ପାମ୍ପଡ ବେପାର । ଖାଲି ଏତିକି ନୁହେଁ ବରଂ ଅନେକ ୟୁଜର୍ସ ଏଇ ବୃଦ୍ଧାଙ୍କୁ ସମସ୍ତଙ୍କର ପ୍ରେରଣା ବୋଲି କହିଛନ୍ତି ।

Advertisment

ଭିଡିଓକୁ ସୋସିଆଲ ମିଡ଼ିଆରେ ଅନେକ ୟୁଜର୍ସ ଦେଖିସାରିଲେଣି । ବର୍ତ୍ତମାନ ସୁଦ୍ଧା ଭିଡିଓଟିରେ ୨୬ ହଜାର ଲାଇକ୍‌ ମିଳିସାରିଲାଣି । ତେବେ ବୃଦ୍ଧାଙ୍କ ଠିକଣା ସଠିକ୍‌ ଭାବରେ ଜଣାପଡ଼ିନଥିବାରୁ ତାଙ୍କୁ ସାହାଯ୍ୟ କରିବା ପାଇଁ ଇଚ୍ଛା କରୁଥିବା ବ୍ୟକ୍ତି ତାଙ୍କର ଠିକଣା ଖୋଜିବାରେ ଏବେ ବ୍ୟସ୍ତ । ସତରେ ଏ ବୟସରେ ଏମିତି ପରିଶ୍ରମ କରି ପରିବାର ପୋଷିବା ନିହାତି ସମାଜ ପାଇଁ ପ୍ରେରଣା ।

Social Media Viral Video
Advertisment
Advertisment