• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଅଟୋ...କିଏ କିଏ ଏହାକୁ ଟେମ୍ପୁ ବୋଲି କୁହନ୍ତି । ଆଜିକାଲି ସମସ୍ତଙ୍କ ପାଖରେ ମର୍ସଡିଜ୍‌, ଅଡି ସହ ରେଂଜ ରୋଭର ଓ ଫର୍ଚୁନର ଥିବ । କିନ୍ତୁ ଆମେ ସମସ୍ତେ କେବେ ନା କେବେ ଅଟୋରେ ନିଶ୍ଚୟ ବସିଥିବେ । ଅଟୋରେ ବସିଥିବେ ମାନେ ଗାଡି ପଛରେ ଲଗାଯାଇଥିବା ବିଭିନ୍ନ ପୋଷ୍ଟର ବି ନିଶ୍ଚୟ ଦେଖିଥିବେ ।

ଅଟୋ ପଛରେ ପୋଷ୍ଟର ଲଗାଇବା ଏକ ସାଧାରଣ କଥା । ହେଲେ ଏମିତି ଏକ ପୋଷ୍ଟର ଲାଗିଛି ଯାହାକୁ ନେଇ ଚର୍ଚ୍ଚା ହେଉଛି । ଯଦି ସେହି ଫଟୋ ଦେଖିବେ ଚେବେ ଆପଣଙ୍କ ମୁଣ୍ଡ ଝାଇଁ ଝାଇଁ ହୋଇଯିବ । ମନରେ ପ୍ରଶ୍ନ ଆସିବ ସିଏ ଏମିତି କାହିଁକି ଲଗାଇଲେ? ବ୍ୟକ୍ତି ଜଣକ ଏଇ ପୋଷ୍ଟର କାହିଁକି ଲଗାଇଲେ ତାହା ତ ଜଣାପଡିନି, କିନ୍ତୁ ଫଟୋଟି ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।

ଅଟୋ ଚାଳକଙ୍କ ସେହି ପୋଷ୍ଟରର ଫଟୋକୁ ବନଶିଖା ଗର୍ଗ ନିଜ ଟ୍ୱିଟର ପେଜ୍‌ରେ ସେୟାର କରିଛନ୍ତି । ପୋଷ୍ଟରରେ ଲେଖା ହୋଇଛି, ‘କ୍ଷମା କରିବେ ଯୁବତୀମାନେ, ମୋର ସ୍ତ୍ରୀ ବହୁତ କଡ଼ା’। ଏହି ମେସେଜ ଶେଷରେ ଜଣେ ମହିଳାଙ୍କ ଫଟୋ ଉପରେ ଛକି ଚିହ୍ନ ମରାଯାଇଥିବା ବି ଦେଖିବାକୁ ମିଳୁଛି । ଅଟୋ ପଛରେ ତ ପୋଷ୍ଟର ଥିଲା । କିନ୍ତୁ ତାହାର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ଏମିତିକି ସୋସିଆଲ ମିଡିଆରେ ୟୁଜର୍ସମାନେ ଅନେର ମଜାଳିଆ କଂମେଟ୍‌ ବି ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ‘ଏଭଳି ସଚ୍ଚୋଟତା ମୁଁ ମୋ ସ୍ବାମୀଙ୍କ ଭିତରେ ଦେଖିବାକୁ ଚାହେଁ।’ ଖାଲି ଏଇ ଜଣେ ୟୁଜର୍ସ ନୁହେଁ ବରଂ ଶହଶହ ୟୁଜର୍ସ ଏଥିରେ କଂମେଟ ଦେଇଛନ୍ତି ।