/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683999130.jpg)
Viral Video
ଆଇପିଏଲ୍ ମ୍ୟାଚ୍ ଦେଖିବା ପାଇଁ ଟିକେଟ୍ କିଣି ଷ୍ଟାଡିୟମ ପହଞ୍ଚିଲେ, ହେଲେ ପଡ଼ିଆରେ ଲାଇଭ୍ ଦେଖିବା ବଦଳରେ ମୋବାଇଲ୍ରେ ମ୍ୟାଚ୍ ଦେଖିଲେ । କଥାଟି ଅଜବ ଲାଗୁଥିଲେ ବି ସତ । ଏହାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବ୍ୟାକ୍ତି ଜଣକ ଷ୍ଟାଡିୟମ ଗ୍ୟାଲେରୀରେ ବସି ମୋବାଇଲ୍ରେ ମ୍ୟାଚ୍ ଦେଖୁଛନ୍ତି । ସୋସିଆଲ ମିଡିଆରେ ଏଭଳି ଘଟଣା ପ୍ରଥମଥର ଦେଖିବାକୁ ମିଳିଛି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।
ନିକଟରେ ଭାଇରାଲ ହୋଇଥିବା ଏକ ସୋସିଆଲ ମିଡିଆ ଭିଡିଓରେ ଜଣେ ବ୍ୟକ୍ତି ଷ୍ଟାଡିୟମରେ ବସିଥିବା ସମୟରେ ତାଙ୍କ ଫୋନରେ ଆଇପିଏଲ ମ୍ୟାଚ୍ ଦେଖୁଥିଲେ । ମ୍ୟାଚ୍ଟି ଚେନ୍ନାଇ ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିଲା । ଭାଇରାଲ ଭିଡିଓକୁ ଦେଖିଲେ ଆପଣ ନିଶ୍ଚିତ ହସିବେ, ଆଉ କହିବେ କି ବିଚିତ୍ର ଲୋକ । ଏହି ଭିଡିଓକୁ ବିଜୟ ନାମକ ଜଣେ ବ୍ୟକ୍ତି ନିଜ ଟ୍ୱିଟର୍ ପେଜ୍ରେ ସେୟାର କରିଛନ୍ତି ।
Watch till the end 😂 😂 tag that guy also #CSKvDCpic.twitter.com/dCwoM9k4s1
— विजय (@bijjuu11) May 10, 2023
ଲୋକେ ଟଙ୍କା ଖର୍ଚ୍ଚ କରି ଷ୍ଟାଡିୟମ ମ୍ୟାଚ୍ ଦେଖିବାକୁ ଯାଆନ୍ତି । ହଜାର ହଜାର ଲୋକ ଟିମ୍କୁ ଚିୟର୍ସ ମଧ୍ୟ କରିଥାନ୍ତି । କିନ୍ତୁ ଏହି ବ୍ୟକ୍ତି ଜଣକ ଗ୍ୟାଲେରୀରେ ଶୋଇ ନିଜ ମୋବାଇଲ୍ରେ ମ୍ୟାଚ୍ ଦେଖୁଛନ୍ତି । ଏହି ଭିଡିଓକୁ ଅନେକ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଇଛି । ଯେଉଁଥିରେ ଏପର୍ଯ୍ୟନ୍ତ ୧୧.୭ ହଜାର ଭିୟୁଜ୍, ୪୧ ରିଟ୍ୱିଟ୍, ୧୪୧ ଲାଇକ୍ ମଧ୍ୟ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)