Advertisment

ତୁନିଶା ଶର୍ମାଙ୍କ ମୃତ୍ୟୁ ପରେ ଆଉ ଜଣେ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ତୁନିଶା ଶର୍ମାଙ୍କ ମୃତ୍ୟୁ ଆଘାତ ଲୋକଙ୍କ ମନରୁ ଯାଇ ନଥିବା ବେଳେ ଆଉ ଏକ ଦୁଃଖ ଖବର ଆସିଛି। ଏବେ ଏଭଳି ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୨୨ ବର୍ଷ ବୟସ୍କ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଲୀନା ନାଗବଂଶୀ ଆତ୍ମହତ୍ୟା କରିଥିବା ଖବର ଆସିଛି।

ଅଦ୍ୟତନ ହୋଇଛି
Social media Influencer Leena Nagwanshi suicide

Social media influencer leena nagwanshi suicide

Advertisment

ମନୋରଞ୍ଜନ ଦୁନିଆରୁ ମୃତ୍ୟୁର ପିଛା ଛାଡୁନି। ନିକଟରେ ଆତ୍ମହତ୍ୟା କରିଥିବା ତୁନିଶା ଶର୍ମାଙ୍କ ଆଘାତ ଲୋକଙ୍କ ମନରୁ ଯାଇ ନଥିବା ବେଳେ ଆଉ ଏକ ଦୁଃଖ ଖବର ଆସିଛି। ଏବେ ଛତିଶଗଡର ରାୟଗଡରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୨୨ ବର୍ଷ ବୟସ୍କ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଲୀନା ନାଗବଂଶୀ ଆତ୍ମହତ୍ୟା କରିଥିବା ଖବର ଆସିଛି।

Advertisment

ପୋଲିସ ଅଧିକାରୀଙ୍କ ମତରେ ଲୀନାଙ୍କ ମୃତ ଦେହେ ତାଙ୍କ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ସେହିପରି ଅଲୀ ବାବା : ଦାସ୍ତାନ୍-ଏ-କାବୁଲ୍’ର ଅଭିନେତ୍ରୀ ତୁନିଶାଙ୍କୁ ସେଟ୍‌ରେ ଅଭିନେତା ଶିଜାନ ଖାନଙ୍କ ମେକ୍‌ଅପ୍ ରୁମରେ ମୃତଦେହ ମିଳିଥିଲା। ତାଙ୍କୁ ୨୧ ବର୍ଷ ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: ଆତ୍ମହତ୍ୟା ପ୍ରବଣତା ଓ ବାପା-ମା'ଙ୍କ ଦାୟିତ୍ୱ

ପ୍ରକାଶଥାଉ ଯେ ଲୀନା ନାଗବଂଶୀ ରାୟଗଡ ଜିଲ୍ଲାର ଚକ୍ରଧର ନଗର ପୋଲିସ ଷ୍ଟେସନ ପରିସର କେଲୋ ବିହାର କଲୋନୀରେ ରହୁଥିଲେ। ସେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ କଲେଜରେ ପଢୁଥିଲେ ଏବଂ ତାଙ୍କର ଇନ୍‌ଷ୍ଟାଗ୍ରାମ ରେ ୧୧ ହଜାରରୁ ଅଧିକ ଫଲୋର୍ସ ଥିଲେ। ସେ ଇନଷ୍ଟାରେ ବହୁତ ସକ୍ରିୟ ଥିଲେ। ଏହି କାରଣରୁ ଲୋକମାନେ ଲୀନାଙ୍କୁ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଭାବରେ ଜାଣିଥିଲେ।

Advertisment

ଲୀନାଙ୍କ ଆତ୍ମହତ୍ୟା ସମ୍ପର୍କରେ ସୂଚନା ପାଇବା ପରେ ଚକ୍ରଧର ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛି ଆଉ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ଡାକ୍ତରଖାନାକୁ ପଠାଇଛି। ପୋଷ୍ଟମର୍ଟମ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ଲୀନାଙ୍କ ଆତ୍ମହତ୍ୟା ସଂପର୍କରେ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ, ଯେଉଁଥିପାଇଁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ।

ଲୀନା ନାଗବଂଶୀଙ୍କ ବିଷୟରେ ପୋଲିସ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପର୍କୀୟଙ୍କ ମଧ୍ୟ ମୃତ୍ୟୁକୁ ନେଇ କୌଣସି ସନ୍ଦେହ ନାହିଁ। ଏଭଳି ପରିସ୍ଥିତିରେ ମୃତ୍ୟୁ ପଛର କାରଣ କ’ଣ ରହିଛି ତାହା ଜଣାପଡି ନଥିବା ବେଳେ ଏ ସମ୍ପର୍କରେ ତଦନ୍ତ କରାଯାଉଛି। ଲୀନାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯିବ ଏବଂ ମୋବାଇଲକୁ ସମ୍ବନ୍ଧରେ ଆଇଟି ବିଶେଷଜ୍ଞମାନେ ଅନୁସନ୍ଧାନ କରିବେ ବୋଲି ଜଣାଯାଇଛି। ଏବେ ସବୁ ଘଟଣାକୁ ନେଇ ତଦନ୍ତ ଚାଲିଥିବା ପୋଲିସ୍ କହିଛି।


 
 
 
 
 
 
 
 
 
 
 
 
 
 

A post shared by 💞𝙻𝙴𝙴𝙽𝙰 𝙽𝙰𝙶𝚆𝙰𝙽𝚂𝙷𝙸💞 (@leena_nagwanshi)


 
 
 
 
 
 
 
 
 
 
 
 
 
 

A post shared by 💞𝙻𝙴𝙴𝙽𝙰 𝙽𝙰𝙶𝚆𝙰𝙽𝚂𝙷𝙸💞 (@leena_nagwanshi)

Girl Suicide Instagram Social Media Suicide Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ