/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702468585.jpg)
Skeletons dating back 4000 years depicted a mother and her child found in china
କୁହାଯାଏ ମା’ ଏବଂ ପିଲାର ସମ୍ପର୍କ ଦୁନିଆର ସବୁଠାରୁ ଶକ୍ତିଶାଳୀ ସଂପର୍କ। ସେଥିପାଇଁ ସମୟ ଏବଂ ମୃତ୍ୟୁ ମଧ୍ୟ ସେମାନଙ୍କୁ ଅଲଗା କରିପାରେ ନାହିଁ। ପୁଅ ମା’ ପାଖରୁ ଯେତେ ଦୂରରେ ରହିଲେ ବି ସବୁବେଳେ ମା’ର ହୃଦୟରେ ଥାଏ। ପିଲାର ମୃତ୍ୟୁର କିଛି ଦିନର ପରେ ଧିରେ ଧିରେ ସମସ୍ତେ ତାକୁ ଭୁଲିଯାଆନ୍ତି। ମା’ କିନ୍ତୁ ଜୀବନ ସାରା ଭୁଲିପାରେ ନାହିଁ। ଏ ସଂପର୍କର ବନ୍ଧନ ଏମିତି ସ୍ୱୟଂ ମୃତ୍ୟୁବେଦତା ମଧ୍ୟ ଏହାକୁ ବିଚ୍ଛିନ୍ନ କରିପାରିବେ ନାହିଁ। ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଫଟୋ ଭାଇରାଲ୍ ହେଉଛି ଯାହା ଏହାର ପ୍ରମାଣ ଦେଉଛି।
ମଧ୍ୟ ଚୀନ୍ର ପିଲି ନଦୀ କୂଳରେ ଅବସ୍ଥିତ ଲାଜିଆଜେନ୍ର ପ୍ରତ୍ନତତ୍ତ୍ୱବିତମାନେ ଏକାସାଙ୍ଗେ ଯୋଡା ହୋଇଥିବା ଦୁଇଟି କଙ୍କାଳ ପାଇଛନ୍ତି, ଯାହାକୁ ଏକ ମା’ ଏବଂ ତାଙ୍କ ସନ୍ତାନର ବୋଲି କୁହାଯାଉଛି। ପ୍ରାୟ ୨୦୦୦ ଖ୍ରୀଷ୍ଟପୂର୍ବରୁ ମଧ୍ୟ ଚୀନର କିଙ୍ଘଇ ପ୍ରଦେଶରେ ସହରକୁ ଧ୍ୱଂସ କରିଥିବା ଏକ ଶକ୍ତିଶାଳୀ ଭୂକମ୍ପ ଏବଂ ବନ୍ୟା ସମୟରେ ଜଣେ ମା’ ନିଜ ସନ୍ତାନକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବା ଏଥିରୁ ଜଣାପଡିଛି।
କଙ୍କାଳର ଅବଶିଷ୍ଟାଂଶର ଚିତ୍ର ସୋସିଆଲ ମିଡିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଯିଏ ଦେଖିବ ସିଏ ଆଶ୍ଚର୍ଯ୍ୟ ହେବ। ଏହି କଙ୍କାଳର ଫଟୋରୁ ଦେଖିବାକୁ ମିଳିଛି ଯେ ଜଣେ ମା’ର କୋଳରେ ପିଲାଟିଏ ଆଣ୍ଠୁ ଭାଙ୍ଗି ବସିଛି ଆଉ ମା’ ନିଜ ବାହୁରେ ପିଲାଟିକୁ ଧରିଛି।
The archaeological site at Lajiazhen in central China, located along the banks of the Yellow River, unveiled a poignant glimpse into the past.
In this remarkable discovery, skeletons dating back 4,000 years depicted a mother’s valiant efforts to protect her child during an… pic.twitter.com/purLBNJlIe
— Fascinating (@fasc1nate) December 12, 2023
ଏହି କଙ୍କାଳକୁ ଦେଖିଲେ ଜଣାଯାଏ ଯେ ଭୂମିକମ୍ପ ଓ ବନ୍ୟା ସମୟରେ ମା’ ତା’ର ପିଲାଟିକୁ ପ୍ରାଣପଣେ ରକ୍ଷା କରିବାକୁ ଚେଷ୍ଟା କରୁଛି। ପ୍ରତ୍ନତତ୍ତ୍ୱବିତମାନେ ବିଶ୍ୱାସ କରନ୍ତି ଯେ ଏହି ପିଲାଟି ଏକ ବାଳକ ଥିଲା।
ବିଶେଷଜ୍ଞଙ୍କ ମତରେ ଭୂକମ୍ପ ଏବଂ ପିଲି ନଦୀର ବନ୍ୟା କାରଣରୁ ଏହି ସ୍ଥାନ ପ୍ରଭାବିତ ହୋଇଥିଲା, କିନ୍ତୁ ବିପର୍ଯ୍ୟୟର ସଠିକ ପ୍ରମାଣ ମିଳିପାରି ନାହିଁ। ଅବଶ୍ୟ କୁହାଯାଉଛି ଯେ ଏହି ବିପର୍ଯ୍ୟୟ ସମଗ୍ର ବସ୍ତିକୁ ନଷ୍ଟ କରିଦେଇଥିଲା । ତେବେ, ଲାଜିୟା ନାମରେ ପରିଚିତ ଏହି ସ୍ଥାନ ପ୍ରାଚୀନ ରୋମାନ ସହରଠାରୁ ୨ ହଜାର ବର୍ଷ ପୁରୁଣା।
ଲାଜିୟା ସାଇଟ୍ ହେଉଛି ପ୍ରାୟ ୪୦,୦୦୦ ବର୍ଗଫୁଟରେ ଚାଇନାର ସବୁଠାରୁ ବଡ ବିପର୍ଯ୍ୟୟ ଖନନ ସ୍ଥାନ ଏବଂ ୨,୦୦୦ ଦଶକ ପୂର୍ବରୁ ଏହା ଆବିଷ୍କୃତ ହୋଇଥିଲା। ଏହି କଙ୍କାଳଟି ବର୍ତ୍ତମାନ ଲାଜିୟା ରୁଇନ୍ସ ସଂଗ୍ରହାଳୟରେ ରଖାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)