• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଦେଶୀ ମହିଳା ପର୍ଯ୍ୟଟକଙ୍କୁ ଭାରତରେ ଅସଦାଚରଣ। ଜଣେ ଋଷୀୟ ପର୍ଯ୍ୟଟକଙ୍କୁ ଜୟପୁରରେ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ଜୟପୁରରେ ଥିବା ଏକ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ତାଙ୍କୁ ହଇରାଣ କରିଛନ୍ତି । ଏନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଥିବା ବେଳେ ମହିଳା ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଥିବା ସମୟରେ ଏହି ଘଟଣା ଘଟିଛି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଋଷୀୟ ଯୁବତୀ ଜଣକ ତାଙ୍କ ବନ୍ଧୁଙ୍କ ବାଇକ୍‌ ପଛରେ ବସିଛନ୍ତି । ଆଉ ଯୁବତୀଙ୍କୁ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଖରାପ ବ୍ୟବହାର କରିବା ମାତ୍ରେ ସେ ଭିଡିଓ କରିବା ଆରମ୍ଭ କରୁଛନ୍ତି । ଭିଡିଓରେ ଯୁବକ ତାଙ୍କ ବାନ୍ଧବୀଙ୍କୁ କର୍ମଚାରୀ ଜଣକ ୩ ଥର ସ୍ପର୍ଶ କରିଥିବା ଅଭିଯୋଗ କରିଛନ୍ତି । ପରେ ପରେ ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ଗାଳି ଦେଉଥିବା ମଧ୍ୟ ଭିଡିଓରେ ଶୁଣିବାକୁ ମିଳୁଛି ।

ଯୁବକ ଗାଳି ଦେବାପରେ କର୍ମଚାରୀ ଜଣକ ତାଙ୍କ ଭୁଲ ସ୍ୱୀକାର କରୁଛନ୍ତି । ଆଉ କ୍ଷମା ମଧ୍ୟ ମାଗୁଛନ୍ତି । ହେଲେ ଯୁବକ ତାଙ୍କ ଭୁଲକୁ ନେଇ ଅନେକ ଗାଳି କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏହା ସହିତ ସେ କହୁଛନ୍ତି, ମହିଳା ଜଣକ ବିଦେଶୀ । ଆଉ ଆପଣଙ୍କର ବ୍ୟବହାର ସେମାନଙ୍କ ପ୍ରତି ଏପରି ହେଲେ ସେମାନେ ଭାରତର ଅନୁଭୂତି ବାହାରେ କିପରି କହିବେ ବୋଲି ସେ ପ୍ରଶ୍ନ କରୁଛନ୍ତି ।

ପରେ ପରେ ବିଦେଶୀ ପର୍ଯ୍ୟଟକ ଭିକ୍ଟୋରିଆ ପୋଲିସରେ ଏ ସମ୍ପର୍କରେ ଅଭିଯୋଗ କରିବା ଉଚିତ ବୋଲି କହୁଛନ୍ତି । ମାତ୍ର କିଛି ସମୟ ପରେ ପୋଲିସ ସେଠାରେ ପହଞ୍ଚିବା ସହ କର୍ମଚାରୀଙ୍କୁ ଭୁଲ ମଗାଇ ଆଉ ଏପରି କେବେ ହେବନାହିଁ ବୋଲି କୁହାଉଥିବା ଭିଡିଓରେ ଦେଖିବାକୁ ମିଳୁଛି ।

ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର୍ସ ଏହି ଭିଡିଓଟିରେ ନିଜର ମତାମତ ମଧ୍ୟ ଦେଉଛନ୍ତି । କେହି କେହି ୟୁଜର୍ସ ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ଏପରି କାର୍ଯ୍ୟକୁ ଦୃଢ଼ା ନିନ୍ଦା କରିଥିବାବେଳେ କିଛି ୟୁଜର୍ସ ମହିଳାଙ୍କ ପ୍ରତି ଯୁବକଙ୍କ ଏପରି ସାହାଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଆଉ କେତେକ ୟୁଜର୍ସ କେବଳ ଭୁଲ୍ ମାଗିବାଟା କ’ଣ ଏକ ଦଣ୍ଡ କି ବୋଲି ପ୍ରଶ୍ନ କରିଛନ୍ତି।