• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅନେକ ସମୟରେ ଦେଖାଯାଏ ଯେ, ଭାରତରେ ବିଦେଶୀମାନେ ଅନେକ ପ୍ରକାର ଖାଦ୍ୟ ତିଆରି କରନ୍ତି । ଭାରତୀୟ ଷ୍ଟ୍ରିଟ୍ ଫୁଡ୍ ଟେଷ୍ଟ କରନ୍ତି । ଇଣ୍ଟରନେଟରେ ଅନେକ ସମୟରେ ଏପରି ଭିଡ଼ିଓ ଆମର ଦୃଷ୍ଟିଗୋଚର ହୁଏ । ନିକଟରେ ଏହିପରି ଗୋଟେ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଜଣେ ଋଷୀୟ ଝିଅର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ପନିପରିବା ବିକ୍ରି କରୁଛନ୍ତି ।

ସେ ଆଳୁ-ପିଆଜ ବିକ୍ରି କରିବାକୁ ଚେଷ୍ଟା କରୁଥିବା ବେଳେ ଲୋକମାନେ ମଧ୍ୟ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ପ୍ରଥମେ ଯୁବତୀଜଣକ ପରିବାବାଲା ପାଖକୁ ଯାଉଛନ୍ତି ଏହା ସହ ବିକ୍ରିର ପ୍ରଣାଳୀ ଶିଖାଇବାକୁ କହୁଛନ୍ତି । ବ୍ୟବସାୟୀ ଜଣକ ଅତି ଆଗ୍ରହରେ ଯୁବତୀଙ୍କୁ ପରିବା ବିକ୍ରି ଶିଖାଉଛନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by Mariia Chugurova (@mariechug)

ପରେ ଦୁହେଁ ମିଶି ପରିବା ବିକ୍ରି କରୁଛନ୍ତି । ଋଷୀୟ ଯୁବତୀଙ୍କ ନାମ ହେଉଛି ମେରୀ । ଯେତେବେଳେ ସେ ନିଜ ଆନ୍ଦାଜରେ ‘ଆଲୁ ଲେ ଲୋ…’ କହିଥିଲେ.. ସେତେବେଳେ ତାଙ୍କ ପାଖରେ ଭିଡ଼ ମଧ୍ୟ ବଢ଼ିବାକୁ ଲାଗିଥିଲା । ଗ୍ରାହକମାନଙ୍କୁ ସେ ହସି ହସି ଅଭିବାଦନ କରିବା ସହ ଆଳୁ ବିକ୍ରି କରିଥିଲେ ।

ଅନ୍ୟପଟେ ଗ୍ରାହକମାନେ ଯେତେବେଳେ ପରିବା ଉପରେ ରିହାତି ମାଗିଲେ, ସେ ସେତେବେଳେ ସେ ସିଧା ସିଧା ମନା କରିଦେଇଥିଲେ । କହିଥିଲେ, ରିହାତି ମିଳିବନି..ମାଲିକ ମନା କରିଛନ୍ତି । ଏହା ସମସ୍ତଙ୍କୁ ହସର ଖୋରାକ ଯୋଗାଇଥିଲା । ଏନେଇ ସେ ଭିଡ଼ିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

ଭାରତୀୟ ବଜାରରେ ପରିବା ବିକ୍ରେତା ଭାବରେ ଅନୁଭୂତି ଅତି ସୁନ୍ଦର ଥିଲା ବୋଲି ସେ କହିଛନ୍ତି । ଉକ୍ତ ଭିଡିଓଟି ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ୟୁଜର୍ସମାନେ ନାନା ପ୍ରକାର ଟିପ୍ପଣୀ ଦେଇଛନ୍ତି । ଜଣେ ପଚାରିଛନ୍ତି, ଆଉ କେତେଥର ହୃଦୟ ଜିତିବ? ଅନ୍ୟ ଜଣେ କହିଛନ୍ତି, ଆଶ୍ଚର୍ଯ୍ୟକର, ତୁମେ ସବୁ ଜାଗାରେ ଫିଟ୍ ।