Advertisment

ମହାନତା; ସଂଗୀତ ମାଧ୍ୟମରେ ବୁଲା ପଶୁଙ୍କ ପାଇଁ ଖାଦ୍ୟ ସଂଗ୍ରହ

ନିକଟରେ ଗୁଜୁରାଟରେ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଟିକେଟ୍ ନେବା ପାଇଁ ଲୋକଙ୍କୁ ଘରୁ ରୁଟି ଆଣିବାକୁ କୁହାଯାଇଥିଲା। ବୁଲା ପଶୁମାନଙ୍କ ପାଇଁ ଏହି ଖାଦ୍ୟ ସଂଗ୍ରହ କରାଯାଉଥିଲା।

author-image
Pramod Behera
ଅଦ୍ୟତନ ହୋଇଛି
Roti Collected For Animals With Help Of Music

Roti collected for animals with the help of music

ଦେଶରେ ଏମିତିରେ ତ ଅନେକ ସଂଗୀତ କାର୍ଯ୍ୟକ୍ରମ ହୋଇଥାଏ। କେଉଁ ଲୋକେ ଟିକେଟ୍ କରି ଯାଆନ୍ତି ତ ଆଉ କେଉଁଠି ସଂଗୀତ ଟିମ୍‌କୁ ଟଙ୍କା ଦିଆଯାଇ କାର୍ଯ୍ୟକ୍ରମ କରାଯାଏ। ଏପରି ମଧ୍ୟ ଅନେକ କାର୍ଯ୍ୟକ୍ରମ ଅଛି, ଯାହା ସାମାଜିକ କାର୍ଯ୍ୟ ପାଇଁ ଉତ୍ସର୍ଗୀକୃତ।

Advertisment

ନିକଟରେ ଗୁଜୁରାଟରେ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଟିକେଟ୍ ନେବା ପାଇଁ ଲୋକଙ୍କୁ ସଂଗୀତ ଉପଭୋଗ କରିବା ନେଇ ଘରୁ ରୁଟି ଆଣିବାକୁ କୁହାଯାଇଥିଲା।

ଏହା ଏକ ସାମାଜିକ ଚେତନାର କାର୍ଯ୍ୟକ୍ରମ ଥିଲା। ବୁଲା ପଶୁମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଏହି କାର୍ଯ୍ୟ କରାଯାଇଥିଲା। ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା।

Advertisment

ସୋମବାର, ଗାୟକ କୀର୍ତ୍ତିଦାନ ଗଡବୀଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦର୍ଶକମାନେ ଟିକେଟ୍ ନେବା ପାଇଁ ଘରୁ ରୁଟି ନେଇ ଆସିଥିଲେ। ପୂରା ମଞ୍ଚ ରୁଟିରେ ପରିପୂର୍ଣ୍ଣ ହୋଇଯାଇଥିଲା। ଗୋରୁମାନଙ୍କୁ ଖାଇବାକୁ ଦେବା ପାଇଁ ପ୍ରାୟ ୫୦ ହଜାର ରୁଟି ସଂଗ୍ରହ କରାଯାଇଥିଲା।

ଗୁଜୁରାଟର କୀର୍ତ୍ତିଦାନ ଗଡବୀ ଜଣେ ପ୍ରସିଦ୍ଧ ଭକ୍ତି ସଂଗୀତ ଗାୟକ। ସେ ତାଙ୍କ ଭଜନ କାର୍ଯ୍ୟକ୍ରମ ପାଇଁ ଟିକେଟ୍ ନେବାକୁ ହେଲେ ଘରୁ ରୁଟି ଆଣିବାକୁ ଲୋକଙ୍କୁ କହିଥିଲେ। ଯେଉଁମାନେ ରୁଟି ଆଣିଥିଲେ ସେମାନଙ୍କୁ ଏଣ୍ଟ୍ରୀ ମିଲିଥିଲା। ସେଠାରେ ଥିବା ରୋଟାଲିୟା ନାମକ ଏକ ମନ୍ଦିରରେ ଏହି କାର୍ଯ୍ୟକ୍ରମ ହୋଇଥିଲା।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ଏକ ସ୍ୱତନ୍ତ୍ର ବାର୍ତ୍ତା ଦିଆଯାଇଥିଲା। ଏହି ବାର୍ତ୍ତା ଜରିଆରେ ଗାଈଗୋରୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ପାଇଁ ଲୋକଙ୍କୁ ନିବେଦନ କରାଯାଇଥିଲା।

Viral News Viral Video
Advertisment
Advertisment