Advertisment

Rare child born: ଜନ୍ମ ହେଲା ଅଦ୍ଭୁତ ଶିଶୁ; ଦେଖିବାକୁ ଅବିକଳ ଏଲିଅନ୍

ଏକ ନବଜାତ ଶିଶୁର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପିଲାଟି ଦେଖିବାକୁ ଅବିକଳ ଏଲିଅନ୍ ପରି। ଯାହାକୁ ଦେଖିଲେ ଆପଣଙ୍କ ଧୈର୍ଯ୍ୟ ରହିବ ନାହିଁ।

author-image
Pramod Behera
ଅଦ୍ୟତନ ହୋଇଛି
harlequin ichthyosis baby

rare child born with genetic disorder looking like alien

ଜଣେ ମା’ ପାଇଁ ତା’ ପିଲା ଦୁନିଆର ସବୁଠାରୁ ସୁନ୍ଦର। ନିଜ ପିଲା ପ୍ରତି ମା’ର ଏହି ଭାବନା ଖାଲି ଆଖିରେ ନୁହେଁ, ହୃଦୟରେ ବି ଦେଖିବାକୁ ମିଳେ। ଯେଉଁ ପିଲାକୁ ନଦେଖି, ନ ଛୁଇଁ ନଅ ମାସ ପର୍ଯ୍ୟନ୍ତ ନିଜ ଗର୍ଭରେ ପାଳିବା ପରେ ଯେତେବେଳେ ମା’ଟିଏ ତାକୁ କୋଳରେ ଧରେ, ଭାବନ୍ତୁ ତ କେତେ ଖୁସି ଲାଗୁ ନଥିବ! ସେ ଅନୁଭବ କେତେ ନିଆରା ନଥିବ!

Advertisment

କିନ୍ତୁ ବେଳେବେଳେ ଏମିତି ଦେଖିବାକୁ ମିଳେ ସତେଯେମିତି ଭଗବାନ ଜଣେ ମା’ର ଖୁସିରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରନ୍ତି। ସେଥିପାଇଁ ଏପରି କିଛି ସନ୍ତାନ ଜନ୍ମ ହୁଅନ୍ତି, ଯେଉଁମାନେ ଜନ୍ମ ଦୋଷର ଶିକାର ହୋଇଥାନ୍ତି। ଏହାର ଅର୍ଥ ସେହି ପିଲାମାନେ ଗର୍ଭରେ ହିଁ ସମସ୍ୟାରେ ପିଡୀତ ଥାଆନ୍ତି। ଏଭଳି ଏକ ଶିଶୁର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣଙ୍କ ଧୈର୍ଯ୍ୟ ରହିବ ନାହିଁ।

ସେୟାର ହୋଇଥିବା ଏହି ଭିଡିଓରେ, ଏକ ଅଦ୍ଭୁତ ପିଲା ଦେଖିବାକୁ ମିଳେ। ଏହି ପିଲାର ଆଖି ଏବଂ ଓଠ ଖୁବ୍ ଲାଲ ଦେଖାଯାଉଥିବା ବେଳେ ଚର୍ମରେ ଫାଟ ଦେଖିବାକୁ ମିଳେ। ସତେ ଲାଗୁଛି ଯେପରି ଏହି ପିଲାଟି ସିମେଣ୍ଟରେ ତିଆରି ହୋଇଛି ଏବଂ ଏଥିରେ କିଛି ଫାଟ ସୃଷ୍ଟି ହୋଇଛି।

Advertisment

ଏପରିକି ଡାକ୍ତରମାନେ ମଧ୍ୟ ପିଲାଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିସ୍ଥଳେ ଜଣେ ମା’ର ଅବସ୍ଥା କ’ଣ ହେଉଥିବ ତାହା ସହଜେ ଅନୁମାନ କରାଯାଇପାରେ। ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର ହେଉ ହେଉ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖାଯାଉଥିବା ପିଲାଟି ଅବିକଳ ଏଲିଅନ ପରି ଦେଖାଯାଉଛି। ଡାକ୍ତରୀ ଶବ୍ଦରେ ଏହି ଶିଶୁ ଏକ ବିରଳ ରୋଗରେ ପୀଡିତ। ଏହାକୁ ହାର୍ଲେକୁଇନ୍ ଇଚିଥୋସିସ୍(Harlequin ichthyosis) କୁହାଯାଏ।

ଏହି ଜେନେଟିକ୍ ବ୍ୟାଧିରେ ଶିଶୁର ଚର୍ମ ପ୍ରଭାବିତ ହୁଏ। ଏହାର ଶିକାର ହୋଇଥିବା ପିଲାମାନେ ଅକାଳରେ ଜନ୍ମ ହୁଅନ୍ତି। ଆହୁରି ମଧ୍ୟ, ସେମାନଙ୍କର ଚର୍ମ ବହୁତ ମୋଟା ଥିବା ସହ ଏଥିରେ ଫାଟ ଦେଖାଯାଏ।

ଏହିପରି ମାମଲା ବହୁତ କ୍ୱଚିତ୍ ଦେଖିବାକୁ ମିଳେ। କିନ୍ତୁ ୯ ମାସ ଅପେକ୍ଷା କରିବା ପରେ ଏପରି ସନ୍ତାନ ପାଇଥିବା ଏକ ମା’ର ଅବସ୍ଥା କ’ଣ ହେଉଥିବା ତାହା କଳ୍ପନା କରାଯାଇପାରେ। ଏହିପରି ଜନ୍ମଗତ ତ୍ରୁଟି ସହିତ ଜନ୍ମ ହୋଇଥିବା ପିଲାମାନଙ୍କୁ ଅନେକ ସ୍ଥାନରେ ଭଗବାନ ଭାବରେ ବିବେଚନା କରାଯାଏ ଏବଂ ଅନେକ ସ୍ଥାନରେ ସେମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖାଯାଏ।

ତେବେ ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି। ଲୋକମାନେ ପିଲାଟି ପାଇଁ ପ୍ରାର୍ଥନା ମଧ୍ୟ କରୁଛନ୍ତି। ତାଙ୍କ ମା’ଙ୍କୁ ସାହସ ଧରିବା ନେଇ ମଧ୍ୟ ପରାମର୍ଶ ଦେଉଛନ୍ତି।

Social Media Viral Video Ajab Gajab Weird News
Advertisment
Advertisment