Advertisment

ଯୁବକଙ୍କ ସହ ରୋମାଣ୍ଟିକ୍ ମୁଡ୍‌ରେ ରାନୁ ମଣ୍ଡଳ; ଭିଡିଓ ହେଲା ଭାଇରାଲ୍

ପୁଣି ଭାଇରାଲ୍ ହେଲେ ରାନୁ ମଣ୍ଡଳ। ଜଣେ ଯୁବକଙ୍କ ସହ ରୋମାଣ୍ଟିକ୍ ମୁଡ୍‌ରେ ରାନୁ ମଣ୍ଡଳଙ୍କର ଭିଡିଓ ଭାଇରାଲ୍ ହେଉଛି। ଯୁବକ ଜଣଙ୍କ ବାଇକ୍ ଆଗରେ ବସିଥିବା ବେଳେ ରାନୁ ତାଙ୍କ ବାଇକ୍ ପଛରେ ବସିଛନ୍ତି। ଦେଖନ୍ତୁ ଏହି ଭିଡିଓ…

ଅଦ୍ୟତନ ହୋଇଛି
Ranu Mandal Romantic Song

Ranu mandal made a video on a romantic song

Advertisment

ସୋସିଆଲ ମିଡିଆ ହିଁ ଦିନେ ରାନୁ ମଣ୍ଡଳଙ୍କୁ ମାଟିରୁ ଆକାଶ ଯାଏ ନେଇଥିଲା। ରେଳ ପ୍ଲାଟ୍‌ଫର୍ମରେ ବସିଥିବା ବେଳେ ରାନୁଙ୍କର ଲତା ମଙ୍ଗେଶକରଙ୍କ ଗୀତ ଗାଇବାର ଏକ ଭିଡିଓ ତାଙ୍କ ଜୀବନକୁ ବଦଳାଇ ଦେଇଥିଲା। ସୋସିଆଲ ମିଡିଆରେ ରାନୁ ମଣ୍ଡଳଙ୍କ ଭିଡିଓ ଭାଇରାଲ ହୋଇଥିଲା ଏବଂ ତା’ପରେ ତାଙ୍କ ଭାଗ୍ୟ ବଦଳିଯାଇଥିଲା।

Advertisment

ବର୍ତ୍ତମାନ ବି ଅନେକ ସମୟରେ ରାନୁ ମଣ୍ଡଳଙ୍କ ଭିଡିଓ ସୋସିଆଲ ମିଡିଆ ରେ ଆସୁଛି। ଏ ସବୁ ଭିଡିଓ ଦେଖି କେହି କେହି ପସନ୍ଦ କରୁଥିବା ବେଳେ ଆଉ କେହି ଏହିସବୁ ଭିଡିଓ ଉପରେ ହସନ୍ତି। ଏବେ ରାନୁ ମଣ୍ଡଳଙ୍କ ଏପରି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ଆପଣ ବି ହସି ହସି ଗଡିଯିବେ।

ସୋସିଆଲ ମିଡିଆରେ ଭାଇରାଲ୍‌ ଭିଡିଓ ରେ ରାନୁ ମଣ୍ଡଳ ଏକ ଯୁବକ ସହିତ ବାଇକ୍‌ରେ ବସିଥିବାର ନଜର ଆସିଛନ୍ତି। ରାନୁ କୌଣସି ମେକଅପ୍ ବିନା ନୀଳ ରଙ୍ଗର ନାଇଟ୍ସ ପିନ୍ଧି ଆଲୁରା ଚୁଟିରେ ନଜର ଆସିଛନ୍ତି। ସେହିପରି ବାଇକ୍‌ରେ ଆଗରେ ବସିଥିବା ଯୁବକ ଜଣକ ଏକ ଧଳା ଟି-ସାର୍ଟ ସହିତ ଏକ ସବୁଜ ରଙ୍ଗର ଷ୍ଟାଇପ୍ସ ବାଲା ସାର୍ଟ ଓ ଜିନ୍ସ ପିନ୍ଧିଥିବା ଦେଖାଯାଆନ୍ତି।

Advertisment

ଅଧିକ ପଢ଼ନ୍ତୁ: ବୋହୂ ବେଶରେ ସଜେଇ ହୋଇ ଗୀତ ଗାଇଲେ ରାନୁ ମଣ୍ଡଳ, ଭିଡିଓ ଭାଇରାଲ...

ରାନୁ ଓ ତାଙ୍କ ସହିତ ବାଇକ୍‌ରେ ବସିଥିବା ଯୁବକଙ୍କୁ ପୂରା ରୋମାଣ୍ଟିକ୍ ମୁଡ୍‌ରେ ଦେଖାଯାଏ। ସେମାନେ ‘କ୍ରିସ୍’ ଫିଲ୍ମର ଏକ ଗୀତ ‘ହମ୍ କୋ ଏ ଲଗ୍‌ତା ନେହିଁ ହେ ତୁମ୍ ଦୂର କହିଁ ସେ ଆୟି ହୋ’ ରେ ଅଭିନୟ କରୁଛନ୍ତି। ସେମାନଙ୍କ ରୋମାଣ୍ଟିକ୍ ସିନ୍ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ରାନୁଙ୍କୁ ଏହିପରି ଦେଖି କିଛି ଲୋକ ସୋସିଆଲ ମିଡିଆରେ ତାଙ୍କୁ ପରିହାସ କରୁଛନ୍ତି ଏବଂ ତାଙ୍କ ବିଷୟରେ ଅଜବ ମନ୍ତବ୍ୟ ମଧ୍ୟ ଦେଉଛନ୍ତି।

Advertisment

ଇନ୍‌ଷ୍ଟାଗ୍ରାମ୍‌ ରେ rohanyt779 ନାମକ ଏକ ଆକାଉଣ୍ଟରେ ଶେୟାର ହୋଇଥିବା ଏହି ଭିଡିଓରେ ଅନେକ ଅଜବ କମେଣ୍ଟ୍ ଆସୁଛି। ଜଣେ ରାନୁ ମଣ୍ଡଳଙ୍କ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି, “ଉପରବାଲାଙ୍କୁ ଡରନ୍ତୁ, ଗରୁଡ ପୁରାଣରେ ଏହାର ଭିନ୍ନ ପ୍ରକାରର ଦଣ୍ଡ ଅଛି”। ଏଥି ସହିତ ଆଉ ଜଣେ ଲେଖିଛନ୍ତି, “ତାଙ୍କର ମାନସିକ ସ୍ଥିତି ଠିକ୍ ନାହିଁ ବୋଧେ”। ଅନ୍ୟପକ୍ଷରେ, କିଛି ଲୋକ ବାଇକ୍‌ରେ ବସିଥିବା ଯୁବକଙ୍କୁ ତାଙ୍କୁ ରାନୁଙ୍କ ସାଙ୍ଗ ବୋଲି ପରିହାସ କରୁଛନ୍ତି। ଜଣେ ଲେଖିଛନ୍ତି, “ଏ ତ ବୟଫ୍ରେଣ୍ଡ୍ ଭଳି ଲାଗୁ ନାହିଁ ବରଂ ଲାଗୁଛି ଯେ ତାଙ୍କୁ ଡାକ୍ତରଖାନାକୁ ନେଇଯାଉଛି”।

ଏହି ଇନ୍‌ଷ୍ଟାଗ୍ରାମ୍‌ରେ ରାନୁଙ୍କର ଆଉ ଏକ ରୋମାଣ୍ଟିକ୍ ଭିଡିଓ ମଧ୍ୟ ଅଛି। ଏଥିରେ ମଧ୍ୟ ସେ ଜଣେ ଯୁବକଙ୍କ ସହ ଏକ ବଙ୍ଗଳା ଗୀତ ସହ ଅଭିନୟ କରୁଥିବା ନଜର ଆସନ୍ତି। ଏଥିରେ ରାନୁ ଏକ ବ୍ଲୁ ଶାଢୀ ପିନ୍ଧି ଘର ସାମ୍ନାରେ ଥିବା ପାହାଚ ଧାରରେ ଏକ ଉଚ୍ଚା ଜାଗାରେ ବସିଥିବା ବେଳେ ଯୁବକ ଜଣଙ୍କ ତାଙ୍କ ପାଦ ତଳେ ବସି ତାଙ୍କୁ ପ୍ରେମ ନିବେଦନ କରୁଥିବା ନଜର ଆସନ୍ତି।

Instagram Viral Video Ranu Mondal Viral Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ