Viral Video
ଟଳିଗଲା ଏକ ବଡ଼ ଦୁର୍ଘଟଣା । ରାଜସ୍ଥାନର ଜୋଧପୁର ସହରରେ ରବିବାର ଦିନ ପ୍ରବଳ ବର୍ଷା ହୋଇଥିଲା । ଫଳରେ ଏକ ଆବାସିକ ସୋସାଇଟିର କାନ୍ଥ ଭାଙ୍ଗି ପଡିଥିଲା । ସୋସାଇଟିର ଗଳିରେ ଥିବା କେତେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ସୌଭାଗ୍ୟବଶତଃ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି । ଏହି ଘଟଣା ସିସିଟିଭିରେ କଏଦ ହୋଇଛି ।ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଭାଇରାଲ ଭିଡିଓରେ ଦେଖାଯାଇଛି ଯେ କାନ୍ଥ ଭାଙ୍ଗିବା ଘଟଣା ଜଣେ ବ୍ୟକ୍ତି ଠିଆ ହୋଇଥିବା ସ୍ଥାନଠାରୁ ମାତ୍ର କିଛି ମିଟର ଦୂରରେ ଘଟିଛି। ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ସେହି ବ୍ୟକ୍ତି ନିଜ ଘରର ଗେଟ୍ ଖୋଲିବାକୁ ଚେଷ୍ଟା କରୁଥିଲେ। ଗେଟ ସହ ପାଚେରୀର ଏକ ଅଂଶ ଭୁଶୁଡିପଡିଥିଲା । ଏହା ସହିତ ମାଟିରେ ଫାଟ ମଧ୍ୟ ଦେଖାଯାଇଛି।
ରିପୋର୍ଟ ଅନୁଯାୟୀ, ସୋସାଇଟିର ଗଳିରେ ରଖାଯାଇଥିବା କେତେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣା ଜୋଧପୁରର ପାଓଟା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ଭାରତୀୟ ପାଣିପାଗ ବିଭାଗ (IMD) ସୋମବାର ରାଜସ୍ଥାନର ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରିଥିଲା । ରାଜସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଏ ପର୍ଯ୍ୟନ୍ତ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି।
ଭିଲୱାରାରେ ଦୁଇ ଜଣ ନାଳରେ ଭାସି ଯାଇଥିବା ବେଳେ, ରାଜସମନ୍ଦରେ ଜଣେ ଭାଇ ଓ ଭଉଣୀ ଏକ ପୋଖରୀରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ବେୱାରରେ ଜଣେ ଶିଶୁ କାଦୁଅରେ ଖସି ପଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752661092.jpg)