Advertisment

ଘାରିଛି ରିଲ୍ସ ନିଶା: ସ୍କୁଲ୍‌ ଛାତରୁ ଡେଇଁଲେ ଛାତ୍ର, ଆଜବେଷ୍ଟସ ଭାଙ୍ଗି ସିଧା ଗଳି ପଡ଼ିଲେ...

କିଛି  ସ୍କୁଲ୍‌ ଛାତ୍ର ବିପଦପୂର୍ଣ୍ଣ ରିଲ୍ସ ବନାଇଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଅଦ୍ୟତନ ହୋଇଛି
Dangerous Stunts By School Children

Dangerous Stunts By School Children

Advertisment

ରିଲ୍ସ କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ନିଶା ଆଜିକାଲିର ଯୁବପିଢ଼ିଙ୍କୁ ଏତେ ମାତ୍ରାରେ ଘାରିଛି, କେତେବେଳେ ଯେ ଜୀବନ ଚାଲି ଯାଇପାରେ ତାହା କେହିବି କହିପାରିବେନି। ଏନେଇ ବାରମ୍ବାର ବାରଣ ସତ୍ତ୍ୱେ ମଧ୍ୟ ସେହି ସମାନ ଭୁଲ୍‌ କରୁଛନ୍ତି। ଜୀବନକୁ ବାଜିରେ ଲଗାଇ ମରଣ ମୁହଁକୁ ଠେଲି ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଛନ୍ତି। ତା’ବି କେବଳ ପପୁଲାରିଟି ପାଇଁ। ଏଭଳି ଏକ ବିପଦପୂର୍ଣ୍ଣ ଷ୍ଟଣ୍ଟ କରିଛନ୍ତି ଜଣେ ଛାତ୍ର। ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ଥିବା ଏକ ସ୍କୁଲ୍‌ର କିଛି ଛାତ୍ର ବିପଦପୂର୍ଣ୍ଣ ରିଲ୍ସ ବନାଇଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହୋଇଛି।

Advertisment

ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି, ଜଣେ ଛାତ୍ର ସ୍କୁଲ୍‌ ଛାତ ଉପରେ ଚଢି ନିକଟରେ ଥିବା ପରିତ୍ତ୍ୟକ୍ତ କ୍ୱାର୍ଟର୍ସ ଉପରକୁ ଡେଇଁଥିଲେ। ଆଜବେଷ୍ଟସ ଭାଙ୍ଗି ଯିବାରୁ ଛାତ୍ର ଜଣଙ୍କ ତଳେ ପଡ଼ି ଯାଇଥିଲେ। ଏହି ଭିଡିଓ ଫେସ୍‌ବୁକ୍‌ ଓ ଇନଷ୍ଟାଗ୍ରାମ ରେ ମଧ୍ୟ ଅପଲୋଡ ହୋଇଛି। ଏହା ଜଣାପଡିବା ପରେ ଭିଡିଓ କରିଥିବା ୭ ଜଣ ଛାତ୍ରଙ୍କୁ ଡକାଇ ପ୍ରଧାନ ଶିକ୍ଷକ ଟିସି ଦେଇଥିଲେ।

ପରେ ଛାତ୍ରଙ୍କ ଅଭିଭାବକମାନେ ଭୁଲ୍‌ ସ୍ୱୀକାର କରିବା ସହ ପରୀକ୍ଷା ପର୍ଯ୍ୟନ୍ତ ପିଲାଙ୍କୁ ବାହାର ନକରିବାକୁ ଅନୁରୋଧ କରିଥିଲେ। ଏହାପରେ ରିଲ୍ସ କରିଥିବା ଛାତ୍ରଙ୍କୁ ସ୍କୁଲ୍‌ରେ ରହିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଏଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ ନକରିବା ପାଇଁ ପରାମର୍ଶ ଦିଆଯାଇଛି। 

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ