Advertisment

Viral Video: “ମଦ ଏତେ ମହଙ୍ଗା ହେଇଛି, ବିଚରା ଗରିବ ଲୋକ କିପରି ପିଇବ!”

ଭାଇରାଲ୍ ହେଉଛି ପରିବା ମାର୍କେଟ୍‌ର ଏକ ଭିଡିଓ। ଜଣେ ଟମାଟୋ ବିକ୍ରି କରୁଛନ୍ତି। ମହଙ୍ଗା ମଦକୁ ନେଇ ନିଜ ଦୁଃଖ ପ୍ରକାଶ କରିଛନ୍ତି। ଜାଣନ୍ତୁ ସେ କ’ଣ କହୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Poor man expressing sadness over costly liquor

Poor man expressing sadness over costly liquor

ଦୁନିଆରେ ଏମିତି କିଛି ଜିନିଷ ଅଛି, ଲୋକମାନେ ସେ ସବୁର କ୍ଷତି ଜାଣିବା ପରେ ମଧ୍ୟ ସେଗୁଡିକୁ ଛାଡି ପାରନ୍ତି ନାହିଁ। ସିଗାରେଟ୍ ପ୍ୟାକେଟ୍‌ରେ ଲେଖା ହୋଇଛି – “ଧୂମ୍ରପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ”। ଏହା ସତ୍ତ୍ୱେ ଲୋକମାନେ ଧୂମପାନ କରନ୍ତି। ସେହିଭଳି ମଦ୍ୟପାନ ମଧ୍ୟ ମଣିଷର ଲିଭର୍ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହା ଜାଣି ମଧ୍ୟ ଲୋକେ ଏହାକୁ ଛାଡି ପାରୁ ନାହାନ୍ତି।

Advertisment

ଯଦି ସେମାନଙ୍କୁ କୌଣସି କାରଣରୁ ମଦ ନ ମିଳେ ତେବେ ସେମାନଙ୍କ ଅବସ୍ଥା ଦେଖିବା ବେଳେବେଳେ ହସ ଲାଗିଥାଏ। ଏହିପରି ଜଣେ ବ୍ୟକ୍ତିଙ୍କ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯିଏ ମଦ କିଣିପାରୁ ନ ଥିବାରୁ ତାଙ୍କ ଦାରିଦ୍ର୍ୟ ଉପରେ ଅଭିଯୋଗ କରୁଛନ୍ତି।

ଭାଇରାଲ ଭିଡିଓରେ ଜଣେ ମହିଳା ସାମ୍ବାଦିକ ପନିପରିବା ବଜାରରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ପଚାରୁଛନ୍ତି କି ମଦ ମହଙ୍ଗା ହୋଇଛି କି ଶସ୍ତା? ଏହି ପ୍ରଶ୍ନ ଶୁଣିବା ପରେ, ସେହି ବ୍ୟକ୍ତିଙ୍କ ଯନ୍ତ୍ରଣା ବଢିଯାଏ। ସେ ଦୁଃଖକୁ ସହି ନ ପାରି ମଦ ପାଇଁ ଟଙ୍କା ଖର୍ଚ୍ଚ ନ କରି ପାରୁ ଥିବାରୁ କାନ୍ଦି ପକାନ୍ତି। ସେ ନିଜ ଗରିବୀକୁ ନେଇ ଅଭିଯୋଗ କରନ୍ତି ନାହିଁ, ସେ ମହଙ୍ଗା ମଦ ନ କିଣି ପାରିବାକୁ ନେଇ ଅଭିଯୋଗ କରିଛନ୍ତି।

Advertisment

ମୁଦ୍ରାସ୍ଫୀତି ଗରିବଙ୍କ ପକେଟ୍‌ ଉପରେ ପଡିବା ନେଇ ଆପଣ ନିଶ୍ଚୟ ଶୁଣିଥିବେ। କେହି କୁହନ୍ତି ଯେ ଡାଲି ଏବଂ ପନିପରିବା କିଣିବାରେ ତାଙ୍କୁ ଅସୁବିଧା ହେଉଛି, ଏପରି ପରିସ୍ଥିତିରେ ଗରିବ ଲୋକ କ’ଣ ଖାଇବ? କିନ୍ତୁ ଏଠି ଯେଉଁ ଯେଉଁ ଭିଡିଓଟି ଭାଇରାଲ ହେଉଛି ସେଥିରେ ଜଣେ ବ୍ୟକ୍ତି ଧଳା ଟୋପି ପିନ୍ଧି ପରିବା ମାର୍କେଟ୍‌ରେ ଟମାଟୋ ବିକ୍ରି କରୁଛନ୍ତି ଆଉ ମଦକୁ ନେଇ ସେ ଅଭିଯୋଗ କରୁଛନ୍ତି।

ଯେତେବେଳେ ଜଣେ ମହିଳା ସାମ୍ବାଦିକ ତାଙ୍କୁ ମଦ୍ୟପାନକୁ ନେଇ ପ୍ରଶ୍ନ କରନ୍ତି, ସେତେବେଳେ ତାଙ୍କ ଦୁଃଖ ବଢିଯାଏ ଏବଂ ସେ କାନ୍ଦି କାନ୍ଦି କୁହନ୍ତି ଯେ - 'ମଦ ମହଙ୍ଗା ହୋଇଛି, ଟମାଟୋ ବିକ୍ରି କରି ଗରିବ ଲୋକ ଏହାକୁ କିପରି ପିଇବେ ମୋତେ କୁହନ୍ତୁ।' ଏହା ଶୁଣିବା ପରେ ପାଖରେ ବସିଥିବା ଆଉ ଜଣେ ଲୋକ ନିଜ ହସକୁ ରୋକି ପାରି ନାହାନ୍ତି।

ଭିଡିଓରେ ଲେଖାଯାଇଥିବା ଲୋକେସନ ଅନୁଯାୟୀ ଏହା ବିହାରର ରାଜଧାନୀ ପାଟନାଠାରୁ ଆସିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନଷ୍ଟାଗ୍ରାମରେ kyamat_of_ashok_9991 ନାମକ ଏକ ଆକାଉଣ୍ଟରେ ଏହା ଶେୟାର କରାଯାଇଛି। ଡିସେମ୍ବର ୧୬ରେ ଏହି ଭିଡିଓ ଶେୟାର କରାଯାଇଛି, ଯାହାକୁ ଏ ଖବର ଲେଖା ହେବା ସୁଦ୍ଧା ଏହାକୁ ପ୍ରାୟ ୪୦ ଲକ୍ଷ ଲୋକ ଦେଖିଛନ୍ତି ଏବଂ ୧ ଲକ୍ଷ ୯୫ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି।

ଲୋକମାନେ ଭିଡିଓ ଉପରେ କମେଣ୍ଟ ଦେଇ ମଜ୍ଜା ନେଉଛନ୍ତି। ଜଣେ କହିଛନ୍ତି- 'ସରକାର ଗରିବଙ୍କ ବିଷୟରେ ଚିନ୍ତା କରିବା ଉଚିତ୍' ଏବଂ ଅନ୍ୟ ଜଣେ କହିଛନ୍ତି- 'ଭାଇ ଗରିବ ଲୋକଙ୍କ କଥା ଟିକେ ଶୁଣ'।

Social Media Viral Video Viral Story
Advertisment
Advertisment