Police officer don’t know how to load a rifle
ସୋସିଆଲ ମିଡିଆରେ ଜଣେ SI (ସବ୍ ଇନ୍ସପେକ୍ଟର) ଙ୍କ ଏକ ଭିଡିଓ ଏବେ ଚର୍ଚ୍ଚାରେ ଅଛି। ଏହି ଘଟଣା ଉତ୍ତରପ୍ରଦେଶର ସନ୍ତ କବୀର ନଗରର ଖଲିଲାବାଦ କୋତୱାଲୀ ଅଞ୍ଚଳର। ଏକ ସପ୍ରାଇଜ୍ ଯାଞ୍ଚ ପାଇଁ ୟୁପି ଡିଆଜି ଆର୍କେ ଭରଦ୍ୱାଜ ସନ୍ଥ କବୀର ନଗର ପୋଲିସ୍ ଷ୍ଟେସନକୁ ଆସିଥିଲେ ଏବଂ ପୋଲିସ୍କର୍ମଚାରୀଙ୍କ ଦ୍ୱାରା କେମିତି ଅସ୍ତ୍ରଶସ୍ତ୍ର ବ୍ୟବହାର ହେଉଛି, ତାହା ଦେଖିଥିଲେ।
ଠିକ୍ ଏହି ସମୟରେ ଯେତେବେଳେ ଜଣେ SI ବନ୍ଧୁକ ଚଳେଇବାର ପ୍ରକ୍ରିୟାରେ ବନ୍ଧୁକ ନଳୀରେ ଗୁଳି ଭର୍ତ୍ତି କରି ଫାୟାର କରିବାକୁ ଆରମ୍ଭ କଲେ, ସେଠାରେ ଥିବା ଡିଆଜି ସମେତ ଅନ୍ୟ ପୋଲିସ୍କର୍ମୀମାନେ ହସିବାକୁ ଲାଗିଲେ।
ଏହି ଘଟଣାର ଭିଡିଓ ସୋସିଆଲ ମିଡିଆ ର ବିଭିନ୍ନ ପ୍ଲାଟ୍ଫର୍ମରେ ସେୟାର କରାଯାଉଛି। ଏହି କ୍ଲିପ୍ ଦେଖିବା ପରେ କିଛି ଲୋକେ ୟୁପି ପୋଲିସକୁ ନିନ୍ଦା କରିଛନ୍ତି। ପୋଲିସକର୍ମୀଙ୍କ ଏପରି ଅବସ୍ଥା ଦେଖି ସେମାନଙ୍କୁ କଡା ତାଲିମ ଦେବା ପାଇଁ ଡିଆଜି ନିର୍ଦ୍ଦେଶ ଦେଇଛନ୍ତି।
ଡିସେମ୍ବର ୨୭ ରେ @MamtaTripathi80 ନାମକ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଭିଡିଓ ପୋଷ୍ଟ କରାଯାଇଛି। ସେ କ୍ୟାପ୍ସନ୍ରେ ଲେଖିଛନ୍ତି – “ଧନ୍ୟ @Uppolice ସନ୍ଥ କବୀର ନଗରର ଏସ୍ଆଇ ନିଜେ ଜାଣି ନାହାଁନ୍ତି ରାଇଫଲରେ କିପରି ଗୁଳି ଚଳାଯାଏ। ବନ୍ଧୁକର ନଳୀ ବାଟେ ହିଁ ଗୁଳି ଭର୍ତ୍ତି କରିଦେଲେ। ଡିଆଜି ଆରକେ ଭରଦ୍ୱାଜଙ୍କୁ ଖାଲିଲାବାଦ ପୋଲିସ ଷ୍ଟେସନରେ ଏହି ନମୁନା ଦେଖିବାକୁ ମିଳିଛି। ଏଭଳି ପୋଲିସକୁ ଦେଖି ଅପରାଧୀମାନେ ଡରିକି ରାଜ୍ୟ ଛାଡି ଚାଲିଯିବାକୁ ବାଧ୍ୟ ହେବେ ବୋଲି କେହି କେହି କଟାକ୍ଷ କରିଛନ୍ତି! ଏହି ଭିଡିଓ ଦେଖି ହସକୁ ରୋକିବା କଷ୍ଟକର।”
ଏହି ଖବର ଲେଖା ହେବା ବେଳକୁ ଭିଡିଓଟି ୨୨ ହଜାରରୁ ଅଧିକ ଭ୍ୟୁ ଏବଂ ୧ ହଜାରରୁ ଅଧିକ ଲାଇକ୍ ପାଇଛି। ଲୋକେ ସେମାନଙ୍କ ପ୍ରତିକ୍ରିୟା ଦେଉଥିବା ବେଳେ ଜଣେ ମଜ୍ଜାଳିଆ ଢଙ୍ଗରେ ଲେଖିଛନ୍ତି - ୱା, ଚମତ୍କାର ପ୍ରଦର୍ଶନ।” ଅନ୍ୟ ଜଣେ ଲେଖିଛନ୍ତି – ୟାଙ୍କୁ ବଡି ଧରେଇବା ଶିଖାଅ ରେ…। ଏହି ଭିଡିଓକୁ ଆପଣ ବି ଦେଖନ୍ତୁ ଆଉ ନିଜର ମତ ଦିଅନ୍ତୁ।
ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ବସ୍ତି ମଣ୍ଡଳର ଡିଆଜି ଆରକେ ଭରଦ୍ୱାଜ ପୋଲିସ ଷ୍ଟେସନ ଯାଞ୍ଚରେ ଯାଇଥିଲେ। ଏହି ସମୟରେ ସେ ଖଲିଲାବାଦ କୋତୱାଲିରେ ପହଞ୍ଚି ପୋଲିସକର୍ମୀଙ୍କ ଦକ୍ଷତା ଜାଣିବା ପାଇଁ ସମସ୍ତଙ୍କୁ ସର୍ଭିସ୍ ହତିଆର ଚଳାଇବାକୁ କହିଥିଲେ। ଯାହାକୁ ପୋଲିସ୍ମାନେ ଯେକୌଣସି ସମୟରେ ବ୍ୟବହାର କରିପାରିବେ।
କିନ୍ତୁ ବନ୍ଧୁକରୁ ଗୁଳି ଚଳାଇଥିବା ବେଳେ ଗୁଳିଟି କେଉଁବାଟେ ଭର୍ତ୍ତି କରାଯାଏ ତାହା ଏସ୍ଆଇ ମଧ୍ୟ ଜାଣି ନଥିଲେ। ଗୁଳିକୁ ବନ୍ଧୁକର ନଳୀ ବାଟେ ଭର୍ତ୍ତିକରି ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ସେ ବନ୍ଧୁକରୁ ଗୁଳି ଚଳାଇବା ଆରମ୍ଭ କରୁଛନ୍ତି ଆଉ କହୁଛନ୍ତି “ଏହି ଉପାୟରେ ଗୁଳି ଚାଳନା କଲେ କାହାର କ୍ଷତି ହେବ ନାହିଁ”। ଏହା ଦେଖି ସମସ୍ତେ ହସିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672226480.jpg)