/odishatv-khabar/media/post_attachments/uploadimage/library/16_9/16_9_0/sea_1650863535.jpg)
sea
ସମୁଦ୍ରରେ ପର୍ଯ୍ୟଟକମାନେ ଗାଧୋଇବା ସମୟରେ ଆକାଶରୁ ଖସିଲା ବିମାନ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ। ହଠାତ ମଝି ଆକାଶରୁ ବିମାନ ଖସୁଥିବା ଦେଖିବାକୁ ମିଳୁଛି । ଭିଡିଓଟିକୁ ଦେଖି ଲୋକେ ତାଜୁବ ହୋଇ ଯାଉଥିବା ବେଳେ ଭୟଭୀତ ହୋଇପଡ଼ୁଛନ୍ତି ।
Advertisment
ଭାଇରାଲ ଭିଡିଓରେ ଦେଖାଯାଇଛି, ଏକ କଳା ରଙ୍ଗର ବିମାନ ହଠାତ୍ ତଳକୁ ଖସି ପଡିବା ସହ ସମୁଦ୍ରରେ ପଡ଼ିଯାଉଛି । ଏହି ସମୟରେ ସମୁଦ୍ରରେ ଅନେକ ଲୋକ ଗାଧୋଉଛନ୍ତି । ବିମାନ ଖସିବା ଦେଖି ଲୋକମାନେ ଡ଼ରିଯିବା ସହ ଉପରକୁ ପଳାଇ ଆସୁଥିବା ଦେଖାଯାଉଛି । ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନଟି ତଳକୁ ଖସି ସମୁଦ୍ରରେ ପଡ଼ିଥିବା କୁହାଯାଉଛି । ତେବେ ଏହି ବିମାନ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।
ଲୋମଟାଙ୍କୁଆ ଏ ଭିଡିଓଟି Oceanholiclife ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ୍ ହୋଇଛି । ଭିଡିଓଟିକୁ ଲକ୍ଷ ଲକ୍ଷ ଦେଖିସାରିଥିବା ବେଳେ ୟୁଜରମାନେ ଭିନ୍ନ ଭିନ୍ନ କମେଣ୍ଟ୍ ଦେଇଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)