tigress 'waving' at tourists
ବିରଳ ଦୃଶ୍ୟ । ରୋଚକ ଘଟଣା । ପର୍ଯ୍ୟଟକଙ୍କୁ ଗୋଡ ହଲାଇ ସ୍ୱାଗତ କଲା ବାଘ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ ! ହୁଏତ ଆପଣ ଏଭଳି ଭିଡ଼ିଓ କେବେ ଆଗରୁ ଦେଖିନଥିବେ । ତେବେ ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ୱାଇଲ୍ଡ ଲାଇଫ ଫଟୋଗ୍ରାଫି ଅନେକ ବନ୍ୟଜନ୍ତୁଙ୍କ ଚଳପ୍ରଚଳର ମୁହୂର୍ତ୍ତକୁ କଏଦ କରିଥାଏ ଯାହାକୁ ଦେଖିଲେ ଅନେକ ଲୋକ ଭୟଭୀତ ମଧ୍ୟ ହୋଇଥାନ୍ତି । ସେମିତି ଏକ ଭିଡ଼ିଓ କଏଦ କରିଛନ୍ତି ଫଟୋଗ୍ରାଫର ନିଖିଲ ଗିରି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଭିଡ଼ିଓରେ ଦେଖାଯାଉଛି ମହାରାଷ୍ଟ୍ରର ତାଡୋବା ଜାତୀୟ ଉଦ୍ୟାନର ବାଘୁଣୀ ‘ମାୟା’ ପର୍ଯ୍ୟଟକଙ୍କୁ ‘Hi’ କରୁଛି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: ‘ସୂର୍ଯ୍ୟ ନମସ୍କାର’ କରୁଛି ଚିତାବାଘ ! ଭାଇରାଲ ହେଉଛି ସୁନ୍ଦର ଭିଡିଓ
ଗିରି ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ଶୀଘ୍ର ଭାଇରାଲ ହୋଇ ୧.୬ ମିଲିୟନରୁ ଅଧିକ ଭ୍ୟୁ ଏବଂ ଦେଢ ଲକ୍ଷରୁ ଅଧିକ ଲାଇକ୍ ମଧ୍ୟ ହୋଇଛି । ଏଥିରେ ପ୍ରବଳ ମାତ୍ରାରେ ଲୋକ କମେଣ୍ଟ ଦେଉଛନ୍ତି । କିଛି ଲୋକ ଆଶ୍ଚର୍ଯ୍ୟ ହେଉଥିବା ବେଳେ କିଛି ଲୋକ ଖୁସି ବ୍ୟକ୍ତ ମଧ୍ୟ କରୁଛନ୍ତି ।
ଜଣେ ବ୍ୟକ୍ତି କମେଣ୍ଟ ଦେଇ ଲେଖିଛନ୍ତି ଯେ, ‘ ଅବିଶ୍ୱସନୀୟ ! କି ଚମତ୍କାର ପ୍ରାଣୀ’ । ଅନ୍ୟ ଜଣେ କମେଣ୍ଟ ଦେଇ ଲେଖିଛନ୍ତି, “ଏମିତି କାରଣରୁ ମୁଁ ବନ୍ୟଜନ୍ତୁଙ୍କ ଫଟୋଗ୍ରାଫିକୁ ଭଲ ପାଏ - ଏଭଳି ଘଟଣା ଦୁନିଆ ପାଇଁ ବିରଳ ଏବଂ ସୁନ୍ଦର ମୁହୂର୍ତ୍ତ ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1718611443.jpg)