viral video
ସୋସିଆଲ ମିଡିଆ ଆସିବା ପରେ ଲୋକଙ୍କ ଜୀବନ ଅତି ସହଜ ହୋଇଯାଇଛି । ଘରେ ବସି ବିଭିନ୍ନ ଆବଶ୍ୟକତା ପୂରଣ ହୋଇପାରୁଛି । ଗୋଟିଏ କ୍ଲିକରେ ଖାଇବା ଅର୍ଡର, ଘର ପାଇଁ ଜିନିଷ ଏପରିକି ସପିଂ ମଧ୍ୟ କରିହେଉଛି । ହେଲେ ବେଳେବେଳେ ଏହି ସୁବିଧା ସୁଯୋଗ ଲୋକଙ୍କ ପାଇଁ କାଳ ହେଉଛି । ପଶ୍ଚିମବଙ୍ଗରେ ଏଭଳି ଏକ ଘଟଣା ଘଟିଛି ।
ଏଠାରେ ଜଣେ ବ୍ୟକ୍ତି ଆମାଜନ କମ୍ପାନୀରୁ ନିଜ ପାଇଁ ଏକ ଆଇଫୋନ୍ ଅର୍ଡର କରିଥିଲେ । ଆଉ ଅର୍ଡର ଡେଲିଭର୍ ହେବା ପରେ ଭିଡିଓ କରି ଅନବକ୍ସିଂ କରିବା ଆରମ୍ଭ କରିଥିଲେ । ହେଲେ ପ୍ୟାକେଟ୍ ଖୋଲିବା ପରେ ସେ ଯାହା ଦେଖିଲେ, ତାଙ୍କ ପାଦ ତଳୁ ଗୋଡ଼ ଖସିଯାଇଥିଲା । ଆଇଫୋନ୍ ବଦଳରେ ତାଙ୍କୁ ମିଳିଥିଲା ଦୁଇଟି ପଥର ଖଣ୍ଡ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି ।
ଅଧିକ ପଢ଼ନ୍ତୁ: ମହଙ୍ଗା ପଡିଲା ଅନ୍ଲାଇନ୍ ଅର୍ଡର! ୩୦ ହଜାରର ସାଉଣ୍ଡ ସିଷ୍ଟମ ବଦଳରେ ଆସିଲା କାଗଜ ଖଣ୍ଡ
ଭିଡିଓରେ ଦେଖିବା ପରେ କିଛି ଲୋକ ଚିନ୍ତା ବ୍ୟକ୍ତ କରିଥିବା ବେଳେ କିଛି ହସି ହସି ଗଡ଼ି ଯାଉଛନ୍ତି । ଭାଇରାଲ ଭିଡିଓକୁ ଟ୍ୱିଟର ରେ ସେୟାର କରାଯାଇଛି । ଏହି ଭିଡିଓ ଦେଖି ସୋସିଆଲ ମିଡିଆ ୟୁଜର ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି - ଏହା ଅତ୍ୟନ୍ତ ବିପଜ୍ଜନକ ଭିଡିଓ, ବିଚରା ଠକେଇର ଶିକାର ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679546729.jpg)