• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ହାତୀକୁ ଦେଖିଲେ ଆମେ ସମସ୍ତେ ଡରନ୍ତି । କାରଣ ସେ କେତେବେଳେ କଣ କରି ବସିବ ତାହା କାହାକୁ ବି ଜଣାନଥାଏ । ଦେଖିବାକୁ ଯେତେ ବିଶାଳ, ତାହାର ହରକତ ବି ସେତେ ଅଜବ । ଅନେକ ସମୟରେ ହାତୀ –ମଣିଷ ଲଢେଇରେ ଅନେକଙ୍କ ଜୀବନ ଯାଉଥିବା ଦେଖିବାକୁ ମିଳିଛି । ହେଲେ ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ହସିହସି ୟୁଜର୍ସ ବେଦମ । କାରଣ ଜଣେ ମହିଳା ଗାଡି ଚାଳକଙ୍କୁ ଦେଖି ଦଉଡିବାରେ ଲାଗିଛି ହାତୀ ।

ସୋସିଆଲ ମିଡିଆରେ ଏବେ ଅନେକ ଭିଡିଓ ଭାଇରାଲ ହେଉଛି । ଆଉ ସେହି ଭାଇରାଲ ହେଉଥିବା ଏଇ ଭିଡିଓକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ରାସ୍ତା ପାର୍ଶ୍ବରେ ଏକ ହାତୀ ଛିଡ଼ା ହୋଇଛି । ହାତୀ ପାଖରେ କିଛି ଲୋକ ବି ଛିଡ଼ା ହୋଇଛନ୍ତି, ଏମିତିକି ମାହୁନ୍ତ ବି ଛିଡା ହୋଇଛି । ଠିକ୍‌ ଏତିକି ବେଳେ ହଠାତ୍‌ ଗୋଟିଏ ସ୍କୁଟି ଆସି ମାହୁନ୍ତଙ୍କୁ ଜୋରଦାର ଧକ୍କା ଦେଲା । ଧକ୍କା ଏତେ ଜୋର ଥିଲା ଯେ ମାହୁନ୍ତ ଜଣକ ରାସ୍ତାରେ ପଡିଯାଇଥିଲେ । ଦୁର୍ଘଟଣା ହେବା ପରେ ଡରି ଯାଇଥିଲା ବିଶାଳକାୟ ଜୀବ ହାତୀ । ଖାଲି ଡରିଥିଲା ତାହା ନୁହେଁ ବରଂ ଦଉଡିବାକୁ ଲାଗିଥିଲା ।

ତେବେ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି । କାରଣ ହାତୀକୁ ଦେଖି ମଣିଷ ଦଉଡି ପଳାଇବାର କଥା କିନ୍ତୁ ଏଇଠି ମଣିଷକୁ ଦେଖି ହାତୀ ଦଉଡି ପଳାଉଛି । ତେବେ ସୋସିଆଲ ମିଡିଆରେ ଭିଡିଓଟି ଇନଷ୍ଟାଗ୍ରାମର ଆର୍ଥ.ରିଲ ଆକାଉଣ୍ଟ‌ରୁ ସେୟାର କରାଯାଇଛି। ଭିଡିଓ ଦେଖିବା ପରେ ୟୁଜର୍ସମାନେ ହସି ହସି ବେଦମ ହେବା ସହିତ ଭିନ୍ନ ଭିନ୍ନ ପ୍ରତିକ୍ରିୟା ବି ଦେଉଛନ୍ତି ।