Advertisment

ସୀମା ହାଇଦରଙ୍କ ଭିଡିଓ ହେଉଛି ଖୁବ୍‌ ଭାଇରାଲ, ଦେଖନ୍ତୁ...

ନିଜ ପ୍ରେମ ପାଇଁ ଭାରତରେ ପ୍ରବେଶ କରିଥିବା ସୀମା ଏବେ ଭାରତ ପ୍ରେମରେ ଝଲସୁଛନ୍ତି। ଏପରିକି ଏହା ପ୍ରମାଣିତ କରିବାକୁ ସେ ନିଜ ଦେଶ ପାକିସ୍ତାନ ମୁର୍ଦ୍ଦାବାଦ କହିବାକୁ ବି ପଛାଇ ନାହାନ୍ତି।

author-image
Satyendu Shekher Mishra
Seema Haider

Seema Haider

ଭାଇରାଲ ହେଉଛି ପାକିସ୍ତାନୀ ଝିଅ ସୀମା ହାଇଦରଙ୍କ ଭିଡିଓ । ଅଜ୍ଞା ହଁ ଆମେ ସେହି ସୀମା ହାଇଦରଙ୍କ କଥା କହୁଛୁ, ଯିଏ ଅନ୍‌ଲାଇନ୍‌ PUBG ଗେମ୍‌ ଖେଳୁ ଖେଳୁ ଜଣେ ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ିଥିଲେ । ଆଉ ତାଙ୍କ ପାଇଁ ପାକିସ୍ତାନ ଛାଡ଼ି ବେଆଇନ୍ ଭାବେ ଭାରତରେ ପ୍ରବେଶ କରିଥିଲେ । ଏବେ ତାଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଯେଉଁଥିରେ ସେ ମୁଣ୍ଡରେ ବାନ୍ଧିଛନ୍ତି ଜୟ ମାତା ଦି ଲେଖା ଥିବା ବା । ଆଉ ଜପ କରୁଛନ୍ତି ଜୟ ମାତା ଦି ଜୟ ମାତା ଦି । ଖାଲି ସେତିକି ନୁହେଁ ନିଜ ଦେଶ ପାକିସ୍ତାନ ମୁର୍ଦ୍ଦାବାଦ୍ ବୋଲି ମଧ୍ୟ ଦେଉଛନ୍ତି ନାରା ।

Advertisment

ପ୍ରେମରେ ପଡ଼ି ବଦଳିଗଲା ରଙ୍ଗ। ନିଜ ଦେଶ ଏବେ ପର ଲାଗୁଥିବା ବେଳେ ପ୍ରେମିକର ଦେଶ କିନ୍ତୁ ନିଜଠୁ ଅଧିକ ଲାଗୁଛି। ତେଣୁ ନିଜ ଦେଶକୁ ମୁର୍ଦ୍ଦାବାଦ ବୋଲି କହିବା ସହ ପ୍ରେମିକର ଦେଶ ପାଇଁ ଜିନ୍ଦାବାଦ ନାରା ଲଗାଇବାକୁ ପଛାଇ ନାହାନ୍ତି ବହୁ ଚର୍ଚ୍ଚିତ ୨ ମହିଳା ସୀମା ହୈଦର । ଭାରତ ଓ ପାକିସ୍ତାନର ସ୍ୱାଧୀନତା ଦିବସ ପୂର୍ବରୁ ଖୁବ୍‌ ଉତ୍ସାହର ସହ ଏଥିନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇ ଜିନ୍ଦାବାଦ ନାରା ଲଗାଇବାକୁ ପଛାଇ ନାହାନ୍ତି ସୀମା ।

ବିଜେପି ପକ୍ଷରୁ ଏବେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଥିବା ବେଳେ ସୀମାଙ୍କ ନିକଟରେ ଗତକାଲି ଦେଖିବାକୁ ମିଳିଥିଲା ପ୍ରବଳ ଦେଶ ଭକ୍ତି। ସୀମା ତ୍ରିରଙ୍ଗା ପରି ଶାଢ଼ି ପିନ୍ଧିବା ସହ ମଥାରେ ବାନ୍ଧିଥିଲେ ଜୟ ମାତା ଦି ଲେଖାଥିବା ବାନା । ଏଥିସହ ହାତରେ ତ୍ରିରଙ୍ଗା ଧରି ଭାରତ ମାତା କି ଜୟ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ କରିଥିଲେ ସୀମା ହାଇଦର । ନିଜ ପ୍ରେମ ପାଇଁ ଭାରତରେ ପ୍ରବେଶ କରିଥିବା ସୀମା ଏବେ ଭାରତ ପ୍ରେମରେ ଝଲସୁଛନ୍ତି । ଏପରିକି ଏହା ପ୍ରମାଣିତ କରିବାକୁ ସେ ନିଜ ଦେଶ ପାକିସ୍ତାନ ମୁର୍ଦ୍ଦାବାଦ କହିବାକୁ ବି ପଛାଇ ନାହାନ୍ତି।

Advertisment

ଦିଲ୍ଲୀର ନୋଏଡ଼ାରେ ନିଜ ପ୍ରେମିକ ସଚିନ ଓ ୪ ଛୁଆଙ୍କୁ ଧରି ରହୁଥିବା ସୀମା ହାଇଦରଙ୍କର ଗତକାଲି ଦେଖିବାକୁ ମିଳିଥିଲା ଭାରତୀୟତାର ଝଲକ। ନିଜ ପ୍ରେମିକ ସଚିନ, ୪ ଛୁଆ, ସଚିନଙ୍କ ବାପା ଓ ଓକିଲଙ୍କ ସହ ସୀମା ଘର ଛାତରେ ତ୍ରିରଙ୍ଗା ଉଡ଼ାଉଥିବା ବେଳେ ଫୁଲ୍‌ ଜୋଶ୍‌ରେ ନଜର ଆସିଥିଲେ । ଜୟ ଭାରତ ମାତା, ହିନ୍ଦୁସ୍ତାନ ଜିନ୍ଦାବାଦ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ଗଗନ ପବନ।

ଏହି ଅବସରରେ ସୀମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବି ପ୍ରଶଂସାରେ ପୋତି ପକାଇଲେ । ଏଥିସହ ସେ କହିଛନ୍ତି, ଏବେ ମୁଁ କେବଳ ଭାରତର । ସୁଯୋଗ ପାଇଲେ ନିହାତି ଭାବେ ଗଦ୍ଦର-୨ ଫିଲ୍ମ ଦେଖିବି ।

ସୀମାଙ୍କୁ ନେଇ ଏବେ ସମଗ୍ର ଦେଶରେ ଚର୍ଚ୍ଚା ସରଗରମ ଥିବା ବେଳେ ତାଙ୍କୁ ଫିଲ୍ମ ସମେତ ରାଜନୈତିକ ପାର୍ଟିରେ ବି ଯୋଗ ଦେବାକୁ ଅଫର ମିଳିଛି। ତାଙ୍କୁ ଦିଲ୍ଲୀର ପ୍ରଯୋଜକ ଫିଲ୍ମ ଅଫର କରିଥିଲେ ବି ସେ ମନା କରି ଦେଇଛନ୍ତି।

Advertisment
Advertisment