Advertisment

ଛାତ ଉପରୁ କୁକୁର ଛୁଆକୁ ପିଙ୍ଗିଦେଲା କୁନି ପୁଅ...ବାପା କଲେ ଭିଡିଓ ରେକର୍ଡ

ପିଲାଟିର ବାପା ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଏହି ଭିଡିଓ ଦେଖି ପଶୁପ୍ରେମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। କୁକୁରଟି ଛଟପଟ ହୋଇ ମରିଯିବାର ଦୃଶ୍ୟ ପଶୁପ୍ରେମୀଙ୍କୁ ଶକ୍ତ ଆଘାତ ଦେଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
Threw a puppy from a high-rise

Threw a puppy from a high-rise

ମଣିଷ ପରି କଥା କହିପାରନ୍ତିନି ଏମାନେ । କଷ୍ଟ ହେଲେ ମନ ଖୋଲି କାନ୍ଦି ବି ପାରନ୍ତିନି । ସେଥିପାଇଁ ତ ନୀରିହ ବାକ୍‌ହୀନ ପଶୁପକ୍ଷୀଙ୍କ ପ୍ରତି ମଣିଷର ଅତ୍ୟାଚାର ସୀମା ଲଂଘୁଛି। ତେବେ ଗ୍ରେଟର ନୋଏଡାର ଏକ ଭାଇରାଲ ଭିଡିଓ ଦେଖିବା ପରେ ଆପଣ ବି ଘଡିଏ ଭାବିବା ପାଇଁ ବାଧ୍ୟ ହେବେ। କେମିତି ମଣିଷ ଏତେ ହୃଦୟହୀନ ହୋଇପାରେ। ପୁଅ କୁକୁର ଛୁଆକୁ ଛାତରୁ ତଳକୁ ଫିଙ୍ଗିବା ବେଳେ ଏହାର ଭିଡିଓ ରେକର୍ଡ କରିଛନ୍ତି ବାପା।

Advertisment

ବାପା ପୁଅ ମିଶି ଏକ ନୀରିହ ପଶୁର ଜୀବନ ନେଇଛନ୍ତି। ୭ବର୍ଷର ପୁଅ କୁକୁର ଛୁଆକୁ ୨୦ଫୁଟ ତଳକୁ ଫିଙ୍ଗିବା ବେଳେ ତାକୁ ଅଟକାଇବା ପରିବର୍ତ୍ତେ ଏହାର ଭିଡିଓ କରିଛନ୍ତି ବାପା। କେବଳ ସେତିକି ନୁହେଁ ଏହାକୁ ସୋସିଆଲ ମିଡିଆରେ ସେୟାର ବି କରିଛନ୍ତି। ପଶୁପକ୍ଷୀଙ୍କ ପ୍ରତି ମଣିଷର କ୍ରୁର ବ୍ୟବହାର ଓ ଅତ୍ୟାଚାରର ଅନେକ ଭିଡିଓ ପ୍ରତିଦିନ ସାମନାକୁ ଆସୁଛି। ତେବେ ଏହି ଭିଡିଓ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ଭାଇରାଲ ଭିଡିଓଟି ଗ୍ରେଟର ନୋଏଡା ଆଭେନ୍ୟୁ ଗୌରସିଟି-୨ ଟାୱାର ଆର-୧୪ର। ଭିଡିଓରେ କୁକୁର ଛୁଆକୁ ପୁଅ ଛାତରୁ ଫିଙ୍ଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପିଲାଟି ପାର୍କରେ ଖେଳୁଥିବା ବେଳେ ଏକ କକୁର ଛୁଆକୁ କୋଳାଇ ଆଣିଥିଲା। ପରେ ତାକୁ ଛାତ ଉପରକୁ ନେଇ ୨୦ଫୁଟ ତଳକୁ ଫିଙ୍ଗିଦେଲା। ଅତି ଉଚ୍ଚରୁ ପଡିବା କାରଣରୁ କୁକୁର ଛୁଆଟିର ମୃତ୍ୟୁ ହୋଇଯାଇଛି।

Advertisment

ଏହି ଘଟଣାର ଭିଡିଓ ବାପା ରେକର୍ଡ କରିଛନ୍ତି । ପିଲାଟିର ବାପା ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଏହି ଭିଡିଓ ଦେଖି ପଶୁପ୍ରେମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। କୁକୁରଟି ଛଟପଟ ହୋଇ ମରିଯିବାର ଦୃଶ୍ୟ ପଶୁପ୍ରେମୀଙ୍କୁ ଶକ୍ତ ଆଘାତ ଦେଇଛି। ସିସିଟିଭି ଫୁଟେଜରେ ପିଲାଟି କୁକୁରକୁ ନିଜ କୋଳରେ ଉଠାଇ ବିଲଡିଂରୁ ତଳକୁ ଫିଙ୍ଗୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ପଶୁପ୍ରେମୀ କହିଛନ୍ତି ଯେ କ୍ରୁରତାର ଭିଡିଓ ଦେଖିବା ପରେ ଜଣାପଡୁଛି ଯେ ଶିଶୁର ମାନସିକ ଅବସ୍ଥା ଠିକ ନାହିଁ। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଶିଶୁର ମାନସିକ ସ୍ଥିତିର ପରୀକ୍ଷା କରିବା ପାଇଁ ଦାବି କରିଛନ୍ତି। ଶିଶୁଟିକୁ ମାନସିକ ରୋଗୀ କହିବା ସହ ତୁରନ୍ତ ବିଶେଷଜ୍ଞଙ୍କୁ ଦେଖାଇବାକୁ ପରାମର୍ଶ ଦେଇଛନ୍ତି। ଏନେଇ ଶିଶୁଟିର ପିତାମାତାଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନି।

Puppy Viral Video
Advertisment
Advertisment