/odishatv-khabar/media/post_attachments/uploadimage/library/16_9/16_9_0/Zomato_1697186811.jpg)
Zomato
ମେଟ୍ରୋ ସିଟିରେ ଟ୍ରାଫିକ ଜାମ ପ୍ରବଳ । କ୍ୟାବ କି ଓଲା ବୁକ୍ କଲେ କ୍ୟାନସେଲ ହୋଇ ଯାଉଛି କି ? ଆମେ କହିବୁ ଆପଣଙ୍କୁ ଘରେ ପହଞ୍ଚିବାର ଅଭିନବ ଉପାୟ । ନିକଟସ୍ଥ ରେଷ୍ଟ୍ରୁରାଣ୍ଟରୁ ନିଜ ଘର ଠିକଣାରେ ଖାଦ୍ୟ ଅର୍ଡର କରନ୍ତୁ ଓ ଡେଲିଭରୀ ବଏଠୁ ଲିଫ୍ଟ ନେଇ ଘରକୁ ପଳାନ୍ତୁ ।
ଏପରି ବିଷୟବସ୍ତୁକୁ ନେଇ ଗୋଟେ ଭିଡ଼ିଓ ବେଶ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରବଳ ଟାଫିକ ଜାମ୍ ତଥା କ୍ୟାବ କ୍ୟାନସେଲ ହୋଇ ଯିବାରୁ ସାର୍ଥକ ସଚଦେବା ନାମକ ଜଣେ ଯୁବକଙ୍କ ମୁଣ୍ତକୁ ଏପରି ଏକ ଅଦ୍ଭୁତ ଉପାୟ ଆସିଥିଲା । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି ।
ପ୍ରଥମେ ସେ ନିକଟସ୍ଥ ରୟାଲ ହେରିଟେଜ ମଲରୁ ନିଜ ଘର ଠିକଣାରେ ଜୋମାଟୋରେ ବର୍ଗର ଅର୍ଡର କଲେ । ପରେ ଡେଲିଭରୀ ବଏ ଅର୍ଡର ନେବାକୁ ଆସିବା ବେଳେ ସାର୍ଥକ ତାଙ୍କୁ ଘରେ ଛାଡି ଦେବାକୁ ଅନୁରୋଧ କରିଥିଲେ । ଏଥିରେ ଡେଲିଭରୀ ବଏ ଜଣକ ରାଜି ହୋଇ ଯାଇଥିଲେ ଓ ତାଙ୍କୁ ନିଜ ଘରେ ଛାଡ଼ି ଦେଇଥିଲେ । ପରେ ଉଭୟ ସେଲଫି ନେଇଥିଲେ ଓ ସାର୍ଥକ ନିଜ ବର୍ଗରରୁ ଅଧା ଡେଲିଭରୀ ବଏଙ୍କୁ ଖାଇବାକୁ ଦେଇଥିଲେ ।
ଏ ସମସ୍ତ କାରନାମାର ଭିଡିଓ ସେ ରେକର୍ଡ କରି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଥିଲେ । ଯାହା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ଆଲମଣ୍ତ ଖାଇବା ଦ୍ୱାରା ବୁଦ୍ଧି ବିକଶିତ ହୋଇଥାଏ ବୋଲି ସେ ନିଜ କ୍ୟାପସନରେ ଲେଖିଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରାଲ ଭିଡିଓକୁ ୮ ମିଲିଅନ୍ରୁ ଅଧିକ ଲୋକ ଲାଇକ୍ କରି ସାରିଲେଣି । ତେବେ କିଛି ନେଟିଜେନଙ୍କୁ ଏହି ଶୈଳୀ ପ୍ରଭାବିତ କରିପାରିନଥିବା ଜଣାପଡ଼ିଛି । ସେମାନେ ଏହା ଉପରେ ନକରାତ୍ମକ ମନ୍ତବ୍ୟ ଦେଇଛନ୍ତି। ଅନ୍ୟ କେତେକ ୟୁଜର୍ସ ଏହାକୁ ନୂଆ ନୁହେଁ ବୋଲି ମଧ୍ୟ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)