/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664965942.jpg)
mumbai police gave message on dussehra
ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ପାଇଁ କଡାକଡି ହୋଇଛି ଟ୍ରାଫିକ ନିୟମ। ହେଲ୍ମେଟ ପିନ୍ଧିବାକୁ ବାଧ୍ୟ କରାଯାଉଛି। ଏସବୁ ସତ୍ତ୍ୱେ ଲୋକ ଖାମଖିଆଲ ଭାବେ ଗାଡ଼ି ଚଲାଉଛନ୍ତି। ହେଲମେଟ ନ ପିନ୍ଧି ଗାଡି ଚଲାଉଛନ୍ତି ଏବଂ ଦୁର୍ଘଟଣାରେ ପ୍ରାଣ ବି ହରାଉଛନ୍ତି। ଏମିତି ଅନେକ ଘଟଣା ସୋଶିଆଲ ମିଡିଆରେ ଦେଖିବାକୁ ମିଳୁଛି। ଗୋଟିଏ ବାକ୍ୟରେ କହିଲେ ଏମାନେ ‘ଯେତେ ମାଠିବୁ ମାଠ..ମୁଁ ସେଇ ଦରପୋଡା କାଠ..
ଆଜିକାଲି ଏମିତି ଅନେକ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଛି। ଏମିତି ବେଫିକର ଲୋକେ ନିଜ ଜୀବନକୁ ମରଣ ମୁହଁକୁ ଠେଲିଦେବା ସହ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ଡାକି ଆଣୁଛନ୍ତି। ଏହି ପରିପ୍ରେକ୍ଷୀରେ ମୁମ୍ବାଇ ପୋଲିସ ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଛି। ଏମିତି ଭିଡିଓ ସେୟାର କରିବାର ଏକମାତ୍ର ଉଦ୍ଦେଶ୍ୟ ଲୋକଙ୍କୁ ହେଲମେଟ ପିନ୍ଧିବା ନେଇ ସଚେତନ କରାଇବା। ଦଶହରାରେ ଲୋକେ ରାବଣ ପୋଡି ପାଇଁ ସଜବାଜ ହେଉଛନ୍ତି। ହେଲେ ତା ପୂର୍ବରୁ ଏଠାରେ ସ୍ୱୟଂ ଲଙ୍କାପତି ରାବଣ ବୁଲି ବୁଲି ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି । ମୁମ୍ବାଇ ପୋଲିସ ପକ୍ଷରୁ ଆଜି ଦଶହରା ଅବସରରେ ୫୬ ସେକେଣ୍ଡର ଏହି ଭିଡିଓ ଟୁଇଟ କରାଯାଇଛି। ଏଥିରେ ଦେଖିବାକୁ ମିଳିଛି, ଟ୍ରାଫିକ ପୋଲିସ ରାବଣ ମାଧ୍ୟମରେ ହେଲ୍ମେଟ ପିନ୍ଧିବାକୁ ଲୋକଙ୍କୁ ଅନୁରୋଧ କରୁଛି। ଭିଡିଓଟି ଦର୍ଶକଙ୍କର ଖୁବ୍ ପସନ୍ଦ ହୋଇଛି।
ଭିଡିଓରେ ପ୍ରଥମେ ଦେଖିବାକୁ ମିଳୁଛି, ଦଶମୁଣ୍ଡ ଧାରୀ ରାବଣ ସିଢିରୁ ଓହ୍ଲାଇ ଆସୁଛନ୍ତି। ଏହି ସମୟରେ ଜଣେ ବୃଦ୍ଧାଙ୍କ ସ୍ୱର ଶୁଣିବାକୁ ମିଳୁଛି। ସେ ରାବଣଙ୍କୁ ଶୁଣାଇ କହୁଛନ୍ତି ‘ଆରେ ଭାଇ..ନିଜକୁ ସମ୍ଭାଳି କରି ଯାଅ..।’ ଏହାପରେ ରାବଣ ଠିକ ଅଛି ବୋଲି ନିଜ ହାତରେ ଏକ ସାଇନ୍ ଦେଇ ହସି ହସି ଚାଲି ଯାଉଛନ୍ତି।
Spare a thought for your safety for you don't have ten heads to spare.
Have a happy and safe #Dussehra#WearAHelmet#VictoryOfSafety#PillionAsWellpic.twitter.com/u43Um0LUP9
— मुंबई पोलीस - Mumbai Police (@MumbaiPolice) October 5, 2022
ଏହାପରେ ଦେଖିବାକୁ ମିଳିଛି, ରାବଣ ଏକ ବାଇକ୍ ଚଲାଇ ସହର ଭ୍ରମଣ କରୁଛନ୍ତି। କିଛି ବାଟ ଯିବା ପରେ ଟ୍ରାଫିକ ରେଡ ସିଗ୍ନାଲ ଦେଖି ସେ ଅଟକି ଯାଉଛନ୍ତି। ଏହି ସମୟରେ ଦେଖୁଛନ୍ତି, ଜଣେ ସ୍କୁଟର ଆରୋହୀ ବିନା ହେଲ୍ମେଟ୍ରେ ଯାଉଛନ୍ତି। ତାଙ୍କର ହେଲମେଟ ସ୍କୁଟର ସାଇଡ୍ରେ ରଖାଯାଇଛି କିନ୍ତୁ ମୁଣ୍ଡରେ ନାହିଁ। ଉକ୍ତ ବ୍ୟକ୍ତିଜଣଙ୍କୁ ସେ ପଚାରୁଛନ୍ତି, ମୋର କେତେ ମୁଣ୍ଡ ? ମୋର ୧୦ମୁଣ୍ଡ। କିନ୍ତୁ ତୁମର ଗୋଟିଏ ମୁଣ୍ଡ। ତେଣୁ ହେଲମେଟ ପିନ୍ଧ ଏବଂ ତାକୁ ସୁରକ୍ଷିତ ରଖ।
ଭିଡିଓଟିକୁ ମୁମ୍ବାଇ ପୋଲିସ ନିଜ ଟୁଇଟର ହାଣ୍ଡେଲରେ @MumbaiPolice ନାଁରେ ସେୟାର କରିଛି।
.
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)