Advertisment

Viral Video: ଏହି ଭିଡିଓ ଦେଖିବା ପରେ ଆପଣ ଆଉ ବଳକା ଖାଦ୍ୟ ଫିଙ୍ଗିବେ ନାହିଁ

ସୋସିଆଲ ମିଡିଆରେ ଏବେ ଏକ ଭାବପ୍ରବଣ ଭିଡିଓ ଭାଇରାଲ ହେଉଛି। ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ବୃଦ୍ଧ ଷ୍ଟେସନର ଟ୍ୟାପ୍ ନିକଟରେ ଏକ ରୁଟିକୁ ଧୋଉଚନ୍ତି ଆଉ ତା’ପରେ ଏହାକୁ ଖାଉଛନ୍ତି।

ଅଦ୍ୟତନ ହୋଇଛି
Oldman In Station Eating Throwing Roti After Washing

Oldman in station eating throwing roti after washing

Advertisment

ଏହି ଦୁନିଆରେ ବଞ୍ଚିବା ପାଇଁ ସବୁ ମଣିଷର ମୌଳିକ ଆବଶ୍ୟକତା ଅଛି। ତାହା ହେଲା ଖାଦ୍ୟ, ପୋଷାକ ଏବଂ ଘର। ଅନେକଙ୍କ ପାଖରେ ତ ଏସବୁ ଆବଶ୍ୟକତାରୁ ଅଧିକ ଅଛି। କିନ୍ତୁ ଦୁର୍ଭାଗ୍ୟବଶତଃ ଆମ ମଧ୍ୟରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ଏହି ସୁବିଧାଗୁଡ଼ିକରୁ ବଞ୍ଚିତ। ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରେ ଆମେ ଏମିତି କିଛି ଲୋକଙ୍କୁ ନିଶ୍ଚିତ ଦେଖିବାକୁ ପାଉ।

Advertisment

ଏହିପରି ଲୋକଙ୍କୁ ଦେଖିବା ପରେ ଆମେ ବହୁତ ଦୁଃଖ ଅନୁଭବ କରୁ। ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ୍ ଭିଡିଓ ରେ ଏହା ଦେଖିବାକୁ ମିଳେ ଯେ ଜଣେ ବୃଦ୍ଧ ଷ୍ଟେସନର ଟ୍ୟାପ୍ ନିକଟରେ ଏକ ରୁଟିକୁ ଧୋଉଚନ୍ତି ଆଉ ତା’ପରେ ଏହାକୁ ଖାଉଛନ୍ତି। ଏହି ଭିଡିଓ ଦେଖିବା ପରେ ଯେ କେହି ବି ଭାବପ୍ରବଣ ହେବା ସ୍ୱଭାବିକ।

ଅଧିକ ପଢ଼ନ୍ତୁ: ଭୋକ ଏତେ ଯେ, ଶେଷରେ ଡଷ୍ଟବିନ୍‌ରୁ ପଚାସଢ଼ା ଖାଦ୍ୟ ଖାଇଲେ

ଏହି ଘଟଣା ସଂପୂର୍ଣ୍ଣ ସତ। ଏହି ଭିଡିଓ ଦେଖିବା ପରେ, ଗୋଟିଏ କଥା ମନେରଖିବାକୁ ହେବ ଯେ ବଳକା ଖାଦ୍ୟ ଫିଙ୍ଗିଦେବା ଉଚିତ ନୁହେଁ। ଏ ଦେଶରେ ଏମିତି ଆନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ରୁଟି ଏକ ସ୍ୱପ୍ନ।

Advertisment

ଏହି ଭିଡିଓରେ ଦେଖାଯାଏ ଯେ ଜଣେ ବୃଦ୍ଧ ଗୋଟିଏ ରୁଟିକୁ କିପରି ତଳୁ ଗୋଟେଇ ଧୋଇବା ପରେ ଖାଉଛନ୍ତି। ଅବଶ୍ୟ ଏହା ଏକ ପୁରୁଣା ଭିଡିଓ, କିନ୍ତୁ ଏହା ଏବେ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି।

Advertisment

Sihnaparody ନାମକ ଜଣେ ବ୍ୟକ୍ତି ଟ୍ୱିଟର ରେ ଏହି ଭିଡିଓ ଶେୟାର କରିଛନ୍ତି। ଖବର ଲେଖାହେବା ବେଳକୁ ୧୭,୦୦୦ରୁ ଅଧିକ ଲୋକ ଏହି ଭିଡିଓ ଦେଖିସାରିଛନ୍ତି। ଏହି ଭିଡିଓରେ ଅନେକ ଲୋକଙ୍କ ମତ ମଧ୍ୟ ଦେଖିବାକୁ ମିଳୁଛି। ଦେଖିବାକୁ ଗଲେ ଏହା ଏକ ପ୍ରକୃତ ଭାବପ୍ରବଣ ଭିଡିଓ। ସୋସିଆଲ ମିଡିଆରେ ଏବେ ଏହି ଭାବପ୍ରବଣ ଭିଡିଓ ଭାଇରାଲ ହେଉଛି। 

Social Media Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ