• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏମିତି ଛାଡ଼ପତ୍ର ସମସ୍ତଙ୍କ ଭାଗ୍ୟରେ ଆସୁ ! ଆପଣଙ୍କ ଜମା ଆଶ୍ଚର୍ଯ୍ୟ ହୁଅନ୍ତୁନି । ଆମର କୌଣସି ପ୍ରକାର ଖରାପ ଉଦେଶ୍ୟ ନାହିଁ । ପୁରା କାହାଣୀଟି ପଢ଼ିଲେ ଆପଣ ବି ଆମ ଭଳି ଆଶ୍ଚର୍ଯ୍ୟ ହେବେ, ଆଉ କହିବେ ଏମିତି ସ୍ୱାମୀ ସମସ୍ତଙ୍କ ଭାଗ୍ୟରେ ମିଳୁ । ଛାଡ଼ପତ୍ର ହେବେ ଏମିତି ହଉ । ଆଜି ଆମେ ଆପଣଙ୍କୁ ଯେଉ ଛାଡ଼ପତ୍ର କାହାଣୀଟି କହିବୁ, ବୋଧ ହୁଏ ଆପଣଙ୍କ କେବେ ଏମିତି କାହାଣୀ ଶୁଣିଥିବେ ।

ସାଧାରଣତଃ ଛାଡ଼ପତ୍ରରେ ହେଲେ ସ୍ୱାମୀ ସ୍ତ୍ରୀ କେହି କାହାରି ମୁହଁ ଚାହିଁବାକୁ ବି ପସନ୍ଦ କରନ୍ତି ନାହିଁ । ଏମିତିକି ଜଣକ ପ୍ରତି ଜଣଙ୍କର ପ୍ରେମ ସରିଯାଇଥାଏ ଓ ସମ୍ମାନ ବି ନଥାଏ । ଜଣେ ଅନ୍ୟ ଜଣଙ୍କୁ ଘୃଣା ବି କରନ୍ତି । ତେବେ ଏହି କାହାଣୀ ଏହି ସବୁଠାରୁ ନିଆରା ନିଶ୍ଚୟ ।

ସୋସିଆଲ ମିଡିଆରେ ଏହି ଛାଡ଼ପତ୍ର କାହାଣୀ ଏବେ ଖୁବ୍ ଭାଇରାଲ ହେଉଛି । ଅନେକ ଏଭଳି ସ୍ୱାମୀଙ୍କୁ ବହୁତ ସାରା ଧନ୍ୟବାଦ ଜଣାଇଛନ୍ତି । ଆଉ ଲେଖିଛନ୍ତି ଛାଡ଼ପତ୍ର ହେବ ତ ଏମିତି ହେଉ । ଯେମିତି ଅଲଗା ହେବା ପରେ ପତ୍ନୀ ଦୁଃଖରେ କି ଚିନ୍ତାରେ ନରୁହନ୍ତୁ । କିମ୍ବା ପତ୍ନୀଙ୍କୁ କୌଣସି ପ୍ରକାର ଅସୁବିଧା ନହେଉ ।

ଏହି କାହାଣୀଟିକୁ ଶ୍ରୁତି ଚତୁର୍ବେଦୀ ନାମକ ଜଣେ ୟୁଜର ସୋସିଆଲ ମିଡିଆ ଏକ୍ସ’ରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ‘ଏହା ହେଉଛି ଦୁନିଆର ସବୁଠାରୁ ସୁନ୍ଦର ଆଉ ବିରଳ ଛାଡ଼ପତ୍ର । ୨୬ ବର୍ଷ ଧରି ସ୍ୱାମୀ-ସ୍ତ୍ରୀ ଭାବେ ସୁଖ ଦୁଃଖର ଜୀବନ ଅତିବାହିତ କରିବା ପରେ ଏବେ ମୋର ଦୁଇ ବନ୍ଧୁ ଅଲଗା ହୋଇଛନ୍ତି । ସେମାନେ ଉଭୟ ଉଭୟଙ୍କୁ ଛାଡ଼ପତ୍ର ପ୍ରଦାନ କରିଛନ୍ତି । ମୋ ଜୀବନରେ ଏଭଳି ଛାଡ଼ପତ୍ର କେବେ ଦେଖି ନାହିଁ ।’

 

‘ପତ୍ନୀଙ୍କଠାରୁ ଅଲଗା ହେବା ପରେ, ପତ୍ନୀଙ୍କ ପାଇଁ ଘର କିଣିଦେଲେ ସ୍ୱାମୀ । ଅନେକ ଫିକ୍ସଡ୍‌ ଡିପୋଜିଟ୍‌ ମଧ୍ୟ କଲେ । କିଛି ବଣ୍ଡ ମଧ୍ୟ କରିଛନ୍ତି ଯେଉଁଥିରୁ ପ୍ରତିମାସରେ ପତ୍ନୀଙ୍କ ଚଳିବା ପାଇଁ କିଛି ରୋଜଗାର ଆସିବ । ଖାଲି ସେତିକି ନୁହେଁ ତାଙ୍କ ପାଇଁ ଜମି ମଧ୍ୟ କିଣି ଦେଇଛନ୍ତି ସ୍ୱାମୀ । ଯେମିତିକି ତାଙ୍କୁ ବାକି ଜୀବନରେ କେବେ ଅଭାବ ଅସୁବିଧା ନହେବ । ପରବର୍ତ୍ତୀ ଜୀବନରେ ସେ ଯେମିତି ଅନ୍ୟ କାହାରା ସାହାରା ଖୋଜିବେନି କିମ୍ବା କାହା ଆଗରେ ଅଭାବ ଦୁଃଖ ଜଣାଇବେ ନାହିଁ । ସେଥିପାଇଁ ସବୁ ବ୍ୟବସ୍ଥା କରିଦେଲେ ସ୍ୱାମୀ । କଥା ଏତିକିରେ ସରେ ନାହିଁ । ପତ୍ନୀଙ୍କ ପାଇଁ ସେ ବଡ଼ ଚିକିତ୍ସା ବୀମା ମଧ୍ୟ କରିଛନ୍ତି ।

ତେଣୁ ଯେଉଁ ସମାଜରେ ଛାଡ଼ପତ୍ର ପରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ରହୁନାହିଁ । କିଏ କେମିତି ବଞ୍ଚିଲା ତାର ଖୋଜ ଖବର ରଖୁ ନାହାନ୍ତି । ସେଠି ଏଭଳି ଛାଡ଼ପତ୍ର ନିଶ୍ଚିତ ଭାବେ ଖୁବ୍‌ ସୁନ୍ଦର ।