/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686935130.jpg)
Pakistan Reporter
ଭୟଙ୍କର ରୂପ ଧାରଣା କରି ସ୍ଥଳଭାଗ ଛୁଇଁଛି ବାତ୍ୟା ବିପର୍ଯ୍ୟୟ । ବିପର୍ଯ୍ୟୟ ଉପକୂଳ ଛୁଇଁବା ପୂର୍ବରୁ ଗୁଜୁରାଟ୍ରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାତ୍ୟା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ବି ମିଳିଛି । ତେବେ ବାତ୍ୟାକୁ ନେଇ ପାକିସ୍ତାନୀ ରିପୋର୍ଟର ଯେମିତି ହରକତ ହୋଇଛନ୍ତି ତାକୁ ନେଇ ଏବେ ଭାରି ଚର୍ଚ୍ଚା । ପାଣିର ଗଭୀରତା ମାପିବାକୁ ପାଣି ଭିତରକୁ ଡେଇଁ ପଡ଼ିଛନ୍ତି, ଯାହାର ଭିଡିଓ ଏବେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।
ଭିଡିଓରେ ଦେଖିବାକୁ ମିଳୁଛି କି ବାତ୍ୟା ‘ବିପର୍ଯ୍ୟୟ’କୁ ନେଇ ରିପୋର୍ଟିଂ କରୁଥିବା ବେଳେ ଜଣେ ପାକ୍ ରିପୋର୍ଟର ପ୍ରବଳ ବର୍ଷାରେ ଗୁଜୁରାଟ୍ରେ କେମିତି କ୍ଷତି ହୋଇଛି ସେହି କଥା କହୁଛନ୍ତି । କିନ୍ତୁ ହଠାତ୍ ପାଣି ଭିତରକୁ ଡେଇଁ ପଡୁଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାଣି ଭିତରକୁ ଡେଇଁବା ପରେ ବି କିନ୍ତୁ ରିପୋର୍ଟିଂ କରିବା ବନ୍ଦ କରିନାହାନ୍ତି । ଯାହାକୁ ନେଇ ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ଜୋର ଧରିଛି ।
ଭିଡିଓ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ , କାରଣ ପାଣି ଭିତରେ କେତେ ଗଭୀର ଅଛି ତାହା କହିବାକୁ ଡେଇଁ ପଡିଛନ୍ତି ପାକିସ୍ତାନୀ ରିପୋର୍ଟର ଜଣକ । ବାତ୍ୟା ପାଇଁ ଗୁଜରାଟ ସରକାର ହାଇ ଆଲର୍ଟରେ ଥିବା ବେଳେ ବିପଦ ସଙ୍କୁଳ ସ୍ଥାନରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇଛନ୍ତି । ଆଉ ଏତିକି ବେଳେ ରିପୋର୍ଟର ଜଣକ ନିଜ ଜୀବନକୁ ବାଜିରେ ଲଗାଇ ଯେମିତି ପାଣି ଭିତରକୁ ଡେଇଁ ରିପୋର୍ଟିଂ କରୁଛନ୍ତି ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛି ।
ଅନେକ ସମୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ହେଲେ ପାଣିର ଗଭୀରତାକୁ ନେଇ ଏଇ ରିପୋର୍ଟର ଯେମିତି ହରକତ ହୋଇଛନ୍ତି ତାକୁ ନେଇ ୟୁଜର୍ସ ଅନେକ ପ୍ରକାର କମେଣ୍ଟ ଦେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)